ସରକାରୀ ମଦ ଦୋକାନ ଭାଙ୍ଗିଦେଲେ: ତାତିଲେ ମହିଳା ।

ସରକାରୀ ମଦ ଦୋକାନ ଭାଙ୍ଗିଦେଲେ: ତାତିଲେ ମହିଳା ।

ଭୁବେନେଶ୍ୱର।କେନ୍ଦ୍ରାପଡ଼ା: ମଦୁଆଙ୍କ ଉତ୍ପାତ ଅସହ୍ୟ ହୋଇପଡିଲା । ଗାଁର ଝିଅ ବୋହୁମାନେ ରାସ୍ତାରେ ବାଟ ଚାଲି ପାରିଲେନି । ।କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନାଗେସ୍ଵରପୁର ଗାଁ ଠାରେ ଥିବା ଏକ ମଦ ଦୋକାନକୁ ସ୍ଥାନୀୟ ମହିଳା ଭାଙ୍ଗି ଦେଇଛନ୍ତି । ଏହି ମଦ ଦୋକାନ ଭାଙ୍ଗି ବାକୁ ଶତାଧିକ ମହିଳା ଏକାଠି ହୋଇଥିଲେ । ଶୁଣିଲାନି ପ୍ରଶାସନ ।ଦୋକାନ ତାଲା ଭାଙ୍ଗି ସ୍ଥାନୀୟ ମହିଳା ମାନେ ମଦ ଦୋକାନ ଭିତରେ ପସି ମଦ ଭର୍ତ୍ତି ପେଟି ଗୁଡିକୁ ବାହାରକୁ ଫିଙ୍ଗି ଦେଇଥିଲେ । ବାହାରେ ରହିଥିବା ଅନ୍ୟ ମହିଳା ମାନେ ମଦ ବୋତଲକୁ ଶାବଳ ଓ ବାଉଁଶରେ ପିଟି ଭାଙ୍ଗି ଦେଇଥିଲେ । ତେବେ ଏହି ମଦଦୋକାନକୁ ବିରୋଧ କରି ମହିଳା ମାନେ ପୂର୍ବରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ । ଫଳରେ ବାଧ୍ୟ ହୋଇ ମହିଳା ମାନେ ଆଇନକୁ ହାତକୁ ନେଇ ନିଜେ ମଦ ଦୋକାନ ହଟେଇ ଦେଲେ । ଏହି ମହିଳାମାନେ । ତେବେ ଏହି ଘଟଣାରେ ମଦ ବ୍ୟବସାୟୀଙ୍କ ଅଭିଯୋଗ ଅନୁସାରେ ମଦ ଦୋକାନ ଭାଙ୍ଗିଥିବା ମହିଳା ମାନଙ୍କ ବିରୋଧରେ ମାମଲା ଋଜୁ କରାଯିବ ବୋଲି କେନ୍ଦ୍ରାପଡା ସଦରଥାନା କହିଛନ୍ତି ।ବୋଲି ସୂଚନା ମିଳିଛି।ତେବେ ଆଗାମୀ କଣ ହେବ ଦେଖା ହେବ ବୋଲି ମହିଳା କହିଛନ୍ଥି

Leave a Reply

Your email address will not be published. Required fields are marked *