ଭିଜିଲାନ୍ସ ଜାଲରେ ତହସିଲ ରେଭିନ୍ୟୁ ଆସିଷ୍ଟାଣ୍ଟ କିରାଣୀ

ଭିଜିଲାନ୍ସ ଜାଲରେ ତହସିଲ ରେଭିନ୍ୟୁ ଆସିଷ୍ଟାଣ୍ଟ କିରାଣୀ

ଭୁବନେଶ୍ୱର, ୨/୧୨/୨୦୧୯, ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ କାର୍ଯ୍ୟାଳୟ ର ରେଭିନ୍ୟୁ ଆସିଷ୍ଟାଣ୍ଟ କିରାଣୀ ବିନୟ ମହାପାତ୍ର ଲାଞ୍ଚ ନେଉଥିବା ମାମଲା ରେ ଭିଜିଲାନ୍ସ ଙ୍କ ହାତରେ ଧରା ପଡିଥିବା ସୂଚନା ମିଳିଛି। ସୂଚନା ମୁତାବକ ବଅଁରପାଳ ତହସିଲ ଅଧିନସ୍ଥ ପଥୁରିଆ ଗ୍ରାମର ଦେବେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଜାଗା ଚିହ୍ନଟ ନେଇ ତହସିଲ କାର୍ଯ୍ଯାଳୟ ରେ ଆବେଦନ କରିଥିଲେ l ମାତ୍ର ଏହି ଜାଗାକୁ ଚିହ୍ନଟ କରିବା ପାଇଁ ବିନୟ ମହାପାତ୍ର ତାଙ୍କୁ ଟଙ୍କା ମାଗିଥିଲେ l ଏହିପରି ପାଞ୍ଚ ମାସ ଧରି ତାଙ୍କୁ ଦୌଡ଼ାଇବା ଯୋଗୁ ଦେବେନ୍ଦ୍ର ବାଧ୍ୟ ହୋଇ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ l ଆଜି ଯୋଜନା ମୁତାବକ ଦେବେନ୍ଦ୍ର ବିନୟ ମହାପାତ୍ର ଙ୍କୁ ୧୫୦୦ ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଟଙ୍କା ସହ ରେଡ ହାଣ୍ଡେଡ ଧରିଥିଲେ l

Leave a Reply

Your email address will not be published. Required fields are marked *