ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି କୁ ଢାଙ୍କି ଉକ୍ତ ସ୍ଥାନରେ ଭାରତ ବିରୋଧରେ ଲେଖା

ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି କୁ ଢାଙ୍କି ଉକ୍ତ ସ୍ଥାନରେ ଭାରତ ବିରୋଧରେ ଲେଖା

ଭୁବେନେଶ୍ୱର: ଆଜି ଏକ ଅଭାବନୀୟ ଘଟଣା କ୍ରମରେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ ପରିସରରେ ଭାରତବର୍ଷର ପରମାତ୍ମା ଯୁବ ପୁରୁଷ,ଶ୍ରେଷ୍ଠ ତପସ୍ୱୀ #ସ୍ବାମୀ #ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି କୁ ଢାଙ୍କି ଉକ୍ତ ସ୍ଥାନରେ ଭାରତ ବିରୋଧରେ ଲେଖା ଲେଖିଛନ୍ତି କିଛି ଭୀରୁ,କାପୁରୁଷ,ହୀନ ବୀର୍ଯ୍ୟ,ଦେଶ ଦ୍ରୋହୀ । ଯେଉଁ ମାନଙ୍କୁ “ଛାତ୍ର” ସମ୍ବୋଧନ କରାଗଲେ ମହାନ ଛାତ୍ର ଶବ୍ଦ ର ଅପମାନ ହେବ । ସ୍ବାମୀ ବିବେକାନନ୍ଦ ଙ୍କ ପ୍ରତି ଅପମାନ ଆମ ଭାରତବର୍ଷ ପ୍ରତି ଅପମାନ । କିଛି ଅଳ୍ପ ସଂଖ୍ୟକ ହିଂସ୍ର, ଅସାମାଜିକ,ବର୍ବର ଗୋଷ୍ଠୀ ଙ୍କ ପାଇଁ ଆମ ଦେଶର ବିଶ୍ଵ ବିଦ୍ୟାଳୟ ରେ ଅଧ୍ୟୟନ ରତ ଛାତ୍ର ମାନଙ୍କୁ ଭୁଲ ବାଟରେ ପରିଚାଳିତ କରି ଦେଶର ଅଖଣ୍ଡତା,ଏକତା ଉପରେ ବାରମ୍ବାର ଆକ୍ରମଣ କରୁଛନ୍ତି । ମାତ୍ରାଧିକ ଆକ୍ରମଣ ର ସମ୍ମୁଖୀନ ହୋଇଛି ଆମ ଭାରତବର୍ଷ:ଏହାର ଶିକ୍ଷା,ସମାଜ,ଧର୍ମ । ଆଉ ନୁହେଁ । ଏହା ନୂଆ ଭାରତ । ଏଠାରେ ଦେଶ ବିରୋଧରେ: ଦେଶର ମହାପୁରୁଷ ଙ୍କ ବିରୋଧରେ ପଦେ ବି ଅପମାନ କୁ ବରଦାସ୍ତ କରାଯିବ ନାହିଁ । ହେ ମୋର ଯୁବ_ଛାତ୍ର ବନ୍ଧୁ ଜାଗ୍ରତ ହୁଅ । ଅସୀମ ଆମ ଶକ୍ତି; ମହା ପରାକ୍ରମ ଶାଳୀ ଭାରତମାତା ର ବାହୁବଳୀ ଦେଶପ୍ରେମୀ ବନ୍ଧୁଗଣ ଆସନ୍ତୁ ସମସ୍ତେ ସଂଗଠିତ ହେବା; ଏଭଳି କୁକାର୍ଯ୍ୟ କରିଥିବା ଅସାମାଜିକ ମାନଙ୍କୁ ସବୁ ସ୍ତରରୁ ଜୋରଦାର ବିରୋଧ କରିବା । ଯେପରି ଏମିତି ଦୁଃସାହସ କରିବା ପୂର୍ବରୁ ଲକ୍ଷେ ଥର ଭାବିବ ଏହି ଦେଶ ଦ୍ରୋହୀ ।

Leave a Reply

Your email address will not be published. Required fields are marked *