ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨ଟି ଏକାଡେମିକ୍ ବ୍ଲକ୍ ଉଦଘାଟିତ

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨ଟି ଏକାଡେମିକ୍ ବ୍ଲକ୍ ଉଦଘାଟିତ

ଭୁବନେଶ୍ୱର ୦୫.୦୧.୨୦: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୧ତମ ପ୍ରତିଷ୍ଠା ଦିବସ ସମାରୋହ ଶନିବାର ମଦନପୁର କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାମ୍ପସ୍ ପରିସରରେ ଦୁଇଟି ନୂତନ ଏକାଡେମିକ୍ ବ୍ଲକ୍ ଉଦଘାଟନ କରିଥିଲେ ।କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ତଥା ବିଶ୍ୱବିଦ୍ୟାଳୟ କୁଳପତି ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ବିଶ୍ୱବିଦ୍ୟାଳୟର କୁଳସଚିବ ଅନନ୍ତ ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ।ବିଶ୍ୱବିଦ୍ୟାଳୟର ବାର୍ଷିକ ସମାଚାର ପତ୍ରିକା ‘ସଂସ୍କୃତି’ ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ରାଜ୍ୟପାଳ ଓ ଅନ୍ୟାନ୍ୟ ଅତିଥିବୃନ୍ଦ ବୁଲି ଦେଖିଥିଲେ ।ଶେ ଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଲୋକନୃତ୍ୟ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଅଧ୍ୟାପିକା ଡ. ସଙ୍ଗୀତା ଗୋସାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *