ଟଙ୍କା ଭରା ଭ୍ୟାନିଟ ବ୍ୟାଗ ଫେରାଇଲେ ଟିଟି

ଟଙ୍କା ଭରା ଭ୍ୟାନିଟ ବ୍ୟାଗ ଫେରାଇଲେ ଟିଟି

ଭୁବେନେଶ୍ୱର: ଜଟଣୀ : ଆଜି ସକାଳେ ପୂର୍ବ ତଟ ରେଳବାଇ, ଖୋର୍ଧାରୋଡ଼ ଡିଭିଜନର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଚୋରି ଯାଇଥିବା ଭ୍ୟାନିଟ ବ୍ୟାଗଟିକୁ ଫେରାଇ ଲେ କାର୍ଯ୍ୟ ରତ ଟିଟି।

ଖବର ନେବାରେ ଜଣାପଡିଛି ଆଜି ସକାଳ ୬ ଟା ପାଖାପାଖି ଖୋର୍ଧାରୋଡ଼ ଷ୍ଟେସନ ଠାରେ ଜୁନାଗଡ଼ ଠାରୁ ଭୁବନେଶ୍ବର ଯାଉଥିବା ଗାଡି ସଂଖ୍ୟା ୧୮୪୩୮ ସାଧାରଣ ବଗିରେ ଯାତ୍ରା କରୁଥିବା ଜଣେ ମହିଳାଙ୍କର ହାତରୁ ଚଳନ୍ତା ଗାଡିରେ କେହି ଜଣେ ଅଜଣା ଦୁର୍ବୁତ୍ତ ତାଙ୍କ ଭ୍ୟାନିଟ ବ୍ୟାଗ ଟିକୁ ଟାଣି ନେଇ ପ୍ଲାଟଫର୍ମ ଉପରକୁ ବୋଧେ କୌଣସି ସାଥି ପାଖକୁ ପକାଇ ଦେଇଥିଲେ। ଦୁର୍ଭାଗ୍ୟ ବଶତଃ ଡିଉଟି ସାରି ଫେରୁଥିବା ସି ଟି ଆଇ ତଥା ଶ୍ରମିକକଂଗ୍ରେସର ଶାଖା ସଂପାଦକ ଶ୍ରୀ ଏଲ ଡି ମହାନ୍ତି ଙ୍କ ନଜର ପଡିଯାଇଥିଲା। ଶ୍ରୀ ମହାନ୍ତି ସଙ୍ଗେ ସଙ୍ଗେ ବ୍ୟାଗ ଟିକୁ ଉଠାଇ ନେଇ ଯାତ୍ରୀଙ୍କୁ ଦେଇଦେବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ଗାଡିର ବେଗ ତୀବ୍ର ହୋଇ ଯାଇଥିଲା।

ଉପସ୍ଥିତ ବୁଦ୍ଧି ଖଟାଇ ଭ୍ୟାନିଟ ରେ ଥିବା ଯାତ୍ରୀଙ୍କ ଆଧାର କାର୍ଡ ରୁ ନାମ ଜାଣି ସଙ୍ଗେ ସଙ୍ଗେ ଭୁବନେଶ୍ୱର ରେଲ ଷ୍ଟେସନରେ କାର୍ଯ୍ୟରତ ବରିଷ୍ଠ ଟିସି ଶ୍ରାବଣୀ ଙ୍କୁ ଫୋନ ମାଧ୍ୟମରେ ସମସ୍ତ ଘଟଣା ଅବଗତ କରାଇବା ସହ ଗାଡି ଷ୍ଟେସନରେ ଲାଗିବା ମାତ୍ରେ ଷ୍ଟେସନରେ ଲାଗିଥିବା ଡ଼ାକବାଜି ଯନ୍ତ୍ର ଯୋଗେ ଉକ୍ତ ମହିଳା ଯାତ୍ରୀଙ୍କ ନାମ ଧରି ବ୍ୟାଗ ମିଳିଛି ବୋଲି ବାରମ୍ବାର ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଡ଼ାକବାଜି ଯନ୍ତ୍ରରେ ଘୋଷଣା ଶୁଣି ଜୁନାଗଡ଼ ନିବାସୀ ଉକ୍ତ ମହିଳା ରୁପା ବରାଳ ଟିକେଟ କଲେକ୍ଟର ଅଫିସକୁ ଆସି ଖୋର୍ଧାରୋଡ଼ ଷ୍ଟେସନ ରେ ଉପସ୍ଥିତ ଥିବା ଶ୍ରୀ ମହାନ୍ତିଙ୍କ ସହିତ କଥା ହୋଇଥିଲେ, ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପରେ ସେହି ଭ୍ୟାନିଟ ଟିକୁ ପଛ ଗାଡ଼ିରେ ଭୁବନେଶ୍ୱର ପଠାଯାଇଥିଲା । ସେଠାରେ ଶ୍ରାବଣୀ ଓ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତ ରେ ଉକ୍ତ ଭ୍ୟାନିଟ ବ୍ୟାଗ ଟିକୁ ମହିଳା ଯାତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା।

ନିଜର ଚାଲି ଯାଇଥିବ ଟଙ୍କା , କାନ ଫୁଲ, ମଙ୍ଗଳସୂତ୍ର ଓ ଜରୁରୀ କାଗଜପତ୍ର ପାଇ ମହିଳା ଜଣଙ୍କ ରେଳବାଇ କର୍ମଚାରୀଙ୍କ ର ଏଭଳି ସଚ୍ଚୋଟ ପଣିଆକୁ ଉଚ୍ଚ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *