୧୫ ତାରିଖ ଠାରୁ ନନ୍ଦନକାନନ ଓ ନୀଳାଚଳ ଏକ୍ସପ୍ରେସ ଗୟା ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ ମଧ୍ୟରେ ପରିବର୍ତିତ ସମୟାନୁଯାଇ ଚଳାଚଳ

ଆସନ୍ତା ୧୫ ତାରିଖ ଠାରୁ ନନ୍ଦନକାନନ ଓ ନୀଳାଚଳ ଏକ୍ସପ୍ରେସ ଗୟା ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ ମଧ୍ୟରେ ପରିବର୍ତିତ ସମୟାନୁଯାଇ ଚଳାଚଳ କରିବ I

ଭୁବନେଶ୍ୱର: ଟ୍ରେନ ଯାତ୍ରୀ ମାନଙ୍କର ସୁବିଧା ସହିତ ବିସ୍ତୃତ ଟ୍ରେନ ପରିଚାଳନା ସମସ୍ୟା ଏଡ଼ାଇବାପାଇଁ ଆସନ୍ତା ୧୫ ତାରିଖ ଠାରୁ ପୂର୍ବ କେନ୍ଦ୍ରୀୟ ରେଳପଥର ମୋଗଲସରାଇ ରେଳମଣ୍ଡଳ ଅନ୍ତର୍ଗତ ଗୟା ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ ମଧ୍ୟରେ ଉଭୟ ପାର୍ଶ୍ୱରୁ ନନ୍ଦନକାନନ ଓ ନୀଳାଚଳ ଏକ୍ସପ୍ରେସ ଟ୍ରେନ ଦ୍ଵୟର ସମୟ ସାରଣୀକୁ ପରିବର୍ତ୍ତିତ କରାଯାଇଅଛି I

୧୨୮୧୫ ପୁରୀ-ଆନନ୍ଦ ବିହାର (ନୂଆ ଦିଲ୍ଲୀ) ନନ୍ଦନକାନନ ଏକ୍ସପ୍ରେସ ଗୟା ଷ୍ଟେସନ ଠାରୁ ଏହାର ନିର୍ଧାରିତ ସମୟ ରାତ୍ର ୨ଘ.୧୦ମି.ରେ ଛାଡୁଥିବା ବେଳେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ ଠାରେ ଏହାର ବର୍ତ୍ତମାନ ସମୟ ଭୋର ୫ଘ.୧୫ମି. ପରିବର୍ତ୍ତେ ଭୋର ୫ଘ.୧୫ମି.ରେ ଛାଡିବ I ଫେରିବା ମାର୍ଗରେ ୧୨୮୧୬ ଆନନ୍ଦ ବିହାର-ପୁରୀ ନନ୍ଦନକାନନ ଏକ୍ସପ୍ରେସ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ ଠାରେ ଏହାର ନିର୍ଧାରିତ ସମୟ ସନ୍ଧ୍ୟା ୬ଘ.୧୩ମି.ରେ ଛାଡୁଥିବା ବେଳେ ଗୟା ଷ୍ଟେସନ ଠାରେ ଏହାର ବର୍ତ୍ତମାନ ସମୟ ରାତ୍ର ୮ଘ.୫୦ମି. ପରିବର୍ତ୍ତେ ରାତ୍ର ୮ଘ.୫୫ମି.ରେ ଛାଡିବ I

୧୨୮୭୫ ପୁରୀ-ଆନନ୍ଦ ବିହାର (ନୂଆ ଦିଲ୍ଲୀ) ନୀଳାଚଳ ଏକ୍ସପ୍ରେସ ଗୟା ଷ୍ଟେସନ ଠାରୁ ଏହାର ନିର୍ଧାରିତ ସମୟ ରାତ୍ର ୩ଘ.୧୫ମି.ରେ ଛାଡୁଥିବା ବେଳେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ ଠାରେ ଏହାର ବର୍ତ୍ତମାନ ସମୟ ଭୋର ୬ଘ.୩୭ମି. ପରିବର୍ତ୍ତେ ଭୋର ୬ଘ.୨୫ମି.ରେ ଛାଡିବ I ଫେରିବା ମାର୍ଗରେ ୧୨୮୭୬ ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ ଠାରେ ଏହାର ନିର୍ଧାରିତ ସମୟ ରାତ୍ର ୯ଘ.୧୮ମି.ରେ ଛାଡୁଥିବା ବେଳେ ଗୟା ଷ୍ଟେସନ ଠାରେ ଏହାର ବର୍ତ୍ତମାନ ସମୟ ରାତ୍ର ୧୨ଘ.୨୫ମି. ପରିବର୍ତ୍ତେ ରାତ୍ର ୧୨ଘ.୨୦ମି.ରେ ଛାଡିବ I

ଉଭୟ ପାର୍ଶ୍ୱରୁ ପୁରୀ ଓ ଗୟା ମଧ୍ୟରେ ଏବଂ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଙ୍କ୍ସନ ଓ ଆନନ୍ଦ ବିହାର ଷ୍ଟେସନ ମଧ୍ୟରେ ଏହି ଟ୍ରେନ ପାଇଁ ସ୍ଥିରୀକୃତ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବନାହିଁ I

Leave a Reply

Your email address will not be published. Required fields are marked *