ସ୍ୱତନ୍ତ୍ର ଟ୍ରେନ୍ ସେବା ପ୍ରତି ଯାତ୍ରୀମାନଙ୍କର ଆଗ୍ରହ ପ୍ରକାଶ ଯାତ୍ରୀମାନଙ୍କର ସୁବିଧାଜନକ ଯାତ୍ରା ନିମନ୍ତେ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକର ଚଳାଚଳ

ସ୍ୱତନ୍ତ୍ର ଟ୍ରେନ୍ ସେବା ପ୍ରତି ଯାତ୍ରୀମାନଙ୍କର ଆଗ୍ରହ ପ୍ରକାଶ
ଯାତ୍ରୀମାନଙ୍କର ସୁବିଧାଜନକ ଯାତ୍ରା ନିମନ୍ତେ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକର ଚଳାଚଳ କରାଯାଉଛି ।

ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକରେ କନ୍ଫର୍ମ ଟିକଟ ପାଇପାରିବେ ।
ଭୁବନେଶ୍ୱର :
ଯାତ୍ରୀ ଭିଡକୁ ଏଡାଇବା ଓ ଟ୍ରେନ୍ ଯାତ୍ରୀମାନଙ୍କର ଆବଶ୍ୟକତା ପୂରଣ କରିବାପାଇଁ ଭାରତୀୟ ରେଳପଥ ଅନେକ ଗୁଡ଼ିଏ ସ୍ୱତନ୍ତ୍ର ଟ୍ରେନ୍ର ଚଳାଚଳ ବ୍ୟବସ୍ଥା କରିଛନ୍ତି । ଆଗକୁ ଥିବା ଶୀତକାଳୀନ ଛୁଟି ପାଇଁ, ନିୟମିତ ଟ୍ରେନ୍ ଗୁଡ଼ିକରେ ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀଙ୍କ ସଂଖ୍ୟା ବହୁତ ଅଧିକ । ଯେଉଁ ଯାତ୍ରୀମାନେ ଶେଷ ମୁର୍ହୂରେ ସେମାନଙ୍କର ଅବକାଶ ଯାତ୍ରା ନିମନ୍ତେ ଯୋଜନା କରୁଛନ୍ତି ସେମାନେ ର୍ବମାନ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକ ପାଇଁ ଅତ୍ୟନ୍ତ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଯାତ୍ରୀମାନଙ୍କୁ ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକରେ ଅତି ସହଜରେ କନ୍ଫର୍ମ ବର୍ଥ ମିଳି ପାରୁଛି । ପୂର୍ବ ତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କର ସୁବିଧାଜନକ ଯାତ୍ରା ନିମନ୍ତେ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ରେଳ ସେବାର ବ୍ୟବସ୍ଥା କରାଯାଉଛି ।
ପୁରୀ-ସାଇନଗର ଶିରିଡି ସ୍ୱତନ୍ତ୍ର ଟ୍ରେନ୍
ଟ୍ରେନ୍ ନଂ.୦୮୪୨୯ ପୁରୀ-ସାଇନଗର ଶିରିଡି ସ୍ୱତନ୍ତ୍ର ଟ୍ରେନ୍ ତା.୪ ଡିସେମ୍ବର ରୁ ୨୫ ଡିସେମ୍ବର ୨୦୧୯ ରିଖ ପଯ୍ୟନ୍ତ ପ୍ରତି ବୁଧବାର ମଧ୍ୟାହ୍ନ ୧୨୦୦ ଘଟିକାରେ ପୁରୀ ଠାରୁ ଛାଡିବ ଏବଂ ଶିରିଡି ଠାରେ ପ୍ରତି ଗୁରୁବାର ରାତ୍ର ୨୦୦୦ ଘଟିକାରେ ପହିବ ଏବଂ ଫେରିବା ପଥରେ ଟ୍ରେନ୍ ନଂ.୦୮୪୩୦ ସାଇନଗର ଶିରିଡ-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ତା.୬ ଡିସେମ୍ବର ରୁ ୨୭ଡିସେମ୍ବର ୨୦୧୯ରିଖ ରାତ୍ର ୦୦୪୫ ଘଟିକା (ଗୁରୁବାର ମଧ୍ୟରାତ୍ରି-ଶୁକ୍ରବାର ) ଶିରିଡି ସାଇନଗର ଠାରୁ ଛାଡିବ ଏବଂ ପୁରୀ ଠାରେ ଶନିବାର ପୂର୍ବାହ୍ନ୧୧୦୦ ଘଟିକାରେ ପହିବ ।
ବିଶାଖାପାଟଣା-ଆହ୍ଲାବାଦ (ସୁବେଦାରଗଞ୍ଜ) ସୁବିଧା ସ୍ୱତନ୍ତ୍ର ଟ୍ରେନ୍
୮୨୮୫୧/୮୨୮୫୨ ବିଶାଖାପାଟଣା – ସୁବେଦାରଗଞ୍ଜ (ଆହ୍ଲାବାଦ) – ବିଶାଖାପାଟଣା ସୁବିଧା ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ବର ମାସ ୨୬ ତାରିଖ ଠାରୁ ଡିସେମ୍ବର ମାସ ୧୦ ତାରିଖ ମଧ୍ୟରେ ବିଶାଖାପାଟଣା ଠାରୁ ପ୍ରତି ମଙ୍ଗଳବାର ରାତ୍ର ୨୩୫୦ ଘଟିକାରେ ଛାଡୁଥିବା ବେଳେ ଏହା ନଭେମ୍ବର ମାସ ୨୮ ତାରିଖ ଠାରୁ ଡିସେମ୍ବର ମାସ ୧୨ ତାରିଖ ମଧ୍ୟରେ ସୁବେଦାରଗଞ୍ଜ (ଆହ୍ଲାବାଦ) ଠାରୁ ପ୍ରତି ଗୁରୁବାର ଅପରାହ୍ମ ୧୫୩୦ ଘଟିକାରେ ବିଶାଖାପାଟଣା ଯାତ୍ରା କରିବ । ସୁବେଦାରଗଞ୍ଜ , ଆହ୍ଲାବାଦ ଠାରୁ ମାତ୍ର ୧୫ ମିନିଟ୍ ର ରାସ୍ତା ଏବଂ ଆହ୍ଲାବାଦର ପରର୍ବୀ ଷ୍ଟେସନ୍ ।
ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ରରୁ ହାଓଡ଼ା ଅଭିମୁଖେ ଯାତ୍ରାକରୁଥିବା ସ୍ୱତନ୍ତ୍ର ଟ୍ରେନ୍ :
ଯେଉଁ ଯାତ୍ରୀମାନେ ସର୍ବାଧିକ ଭିଡ଼ ରହୁଥିବା ସମୟରେ ଯାତ୍ରା କରିବା ନିମନ୍ତେ ଯୋଜନା କରୁଛନ୍ତି, ସେମାନେ ଏହି ସ୍ୱତନ୍ତ୍ର ଟ୍ରେନ୍ର ସୁବିଧା ଉପଲବ୍ଧ କରି କନ୍ଫର୍ମ ବର୍ଥ ହାସଲ କରି ଯାତ୍ରାକୁ ଆରାମଦାୟକ କରି ପାରିବେ । ପୁରୀ ଓ ହାଓଡ଼ା (ସାନ୍ତ୍ରାଗାଛି) ମଧ୍ୟରେ ଏକ ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ୍ ଚଳାଚଳ କରୁଛି । ଅନ୍ୟ ଏକ ସ୍ୱତନ୍ତ୍ର ସାପ୍ତାହିକ ଟ୍ରେନ୍ ଶାଲିମାର-ପୁରୀ-ସାନ୍ତ୍ରାଗାଛି ମଧ୍ୟରେ ଚଳାଚଳ କରୁଛି । ଉଭୟ ସ୍ୱତନ୍ତ୍ର ଟ୍ରେନ୍ ସେବା ୨୮ ଡ଼ିସେମ୍ବର ୨୦୧୯ ପର୍ଯ୍ୟନ୍ତ ଚାଲିବ ।
ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ରରୁ ଦକ୍ଷିଣ ଭାରତ ଅଭିମୁଖେ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ୍ :
ଦକ୍ଷିଣ ଭାରତକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କ ନିମନ୍ତେ ଭୁବନେଶ୍ୱର-ସିକନ୍ଦରାବାଦ ମାର୍ଗରେ ଏକ ସାପ୍ତାହିକ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଏବଂ ଏକ ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରାଯାଉଛି । ସେହିପରି ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ବିଶାଖାପାଟଣା ଓ ସିକନ୍ଦରାବାଦ ମଧ୍ୟରେ ଗୋଟିଏ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ପଶ୍ଚିମ ଓଡ଼ିଶାକୁ ଯିବାକୁ ଥିବା ଯାତ୍ରୀମାନଙ୍କ ନିମନ୍ତେ ସମ୍ବଲପୁର ଓ ବାଙ୍ଗାଲୋର (ବନସୱାଡ଼ି) ମଧ୍ୟରେ ଏକ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି । ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶାଖାପାଟଣା ଓ ତିରୁପତି ମଧ୍ୟରେ ଯାତ୍ରୀ ସେବା ନିମନ୍ତେ ଏକ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି । ଶ୍ରୀକାକୁଲମ ରୋଡ଼-କାଚେଗୁଡ଼ା-ତିରୁପତି ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ଚଳାଚଳ କରୁଛି । ପ୍ର୍କୃତିକୁ ଭଲ ପାଉଥିବା ପର୍ଯ୍ୟଟକ ମାନଙ୍କ ନିମନ୍ତେ ବିଶାଖାପାଟଣା ଓ ଅରକୁ ମଧ୍ୟରେ ଏକ ଦୈନିକ ସ୍ୱତନ୍ତ୍ର ଟ୍ରେନ୍ର ଚଳାଚଳ ବ୍ୟବସ୍ଥା ମଧ୍ୟ ପୂର୍ବ ତଟ ରେଳପଥ କରିଅଛି । ଉପରୋକ୍ତ ଟ୍ରେନ୍ ଗୁଡ଼ିକର ସେବା ଡ଼ିସେମ୍ବର ୨୦୧୯ ପର୍ଯ୍ୟନ୍ତ ଉପଲବ୍ଧ ରହିବ ।
ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ର ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟେନ୍ :
ଉପରୋକ୍ତ ସୁବିଧା ଗୁଡ଼ିକ ସହିତ, ପ୍ରତୀକ୍ଷା ସୂଚୀରେ ଥିବା ଯାତ୍ରୀମାନେ ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ର ମଧ୍ୟ ଦେଇ ସାନ୍ତ୍ରାଗାଛି ଏବଂ କୋଏମ୍ବାଟୁର୍, ହାତିଆ ଓ ବାଙ୍ଗାଲୋର କେ୍ ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକର ସୁବିଧା ନେଇ ସେମାନଙ୍କର ଯାତ୍ରାକୁ ଆରାମଦାୟକ କରିପାରିବେ ।
ବର୍ଥ ଉପଲବ୍ଧ – ସ୍ୱତନ୍ତ୍ର ଟ୍ରେନ୍ ସମ୍ପର୍କରେ କିପରି ଜାଣିବେ :
ଯଦି ଯାତ୍ରୀମାନେ ଏହି ଭିଡ଼ ସମୟରେ ନିୟମିତ ଟ୍ରେନ୍ରେ ପ୍ରତୀକ୍ଷା ସୂଚୀରେ ରୁହନ୍ତି, ତେବେ ସେମାନେ ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ରରୁ କିମ୍ବା ମାର୍ଗରେ ଯାତ୍ରା କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ମାନଙ୍କରେ ଟିକଟ କ୍ରୟ କରିପାରିବେ । ଏହି ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକର ସଂଖ୍ୟା ୦ (ଶୂନ୍ୟ) ଏବଂ ୮ (ଆଠ) ରୁ ଆରମ୍ଭ ଏବଂ ଯାତ୍ରୀମାନେ ଅନ୍ଲାଇନ୍ ଟିକଟ ପାଇଁ ଏହାକୁ ନ୍ୟାସ୍ନାଲ୍ ଟ୍ରେନ୍ ଇନ୍କ୍ୱାରୀ ସିଷ୍ଟମ୍ (ଏନ୍ଟିଇଏସ୍) ମାଧ୍ୟମରେ ସହଜରେ ଜାଣିପାରିବେ କିମ୍ବା କାଉଁଟର ଟିକଟ ଗୁଡ଼ିକ ନିମନ୍ତେ ପିଆର୍ଏସ୍ ଇନ୍କ୍ୱାରୀ କାଉଁଟର୍ରୁ ଅନୁସନ୍ଧାନ କରିପାରିବେ ।
ଯାତ୍ରୀମାନେ ଆଇଆର୍ସିଟିସି ୱେବ୍ସାଇଟ୍ ଅନୂସରଣ କରି ସେମାନଙ୍କ ଟିକଟ ଅନ୍ଲାଇନ୍ ମାଧ୍ୟମରେ କ୍ରୟ କରିପାରିବେ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ କିମ୍ବା ପିଆର୍ଏସ୍ କାଉଁଟରରୁ ଟିକଟ କିଣିପାରିବେ । ପୂର୍ବ ତଟ ରେଳପଥ ମଧ୍ୟ ବିଭିନ୍ନ ଗଣମାଧ୍ୟମ ଜରିଆରେ ନିୟମିତ ଭାବରେ ସ୍ୱତନ୍ତ୍ର ଟ୍ରେନ୍ର ଚଳାଚଳ ସମ୍ବନ୍ଧରେ ସୂଚିତ କରୁଅଛି । ଯାତ୍ରୀମାନେ ମଧ୍ୟ ପୂର୍ବ ତଟ ରେଳପଥର ଫେସ୍ବୁକ୍ ପେଜ୍ ଅଋଇଝଞଉଙଇଝଞଜବସକ୍ଷଙ୍ଗବଚ୍ଚ ଏବଂ ଟୁଇଟର୍ ଆକାଉ୍ ଅରବଗ୍ଦଗ୍ଧମକ୍ଟବଗ୍ଦଗ୍ଧକ୍ସବସକ୍ଷ ଅନୂସରଣ କରି ସ୍ୱତନ୍ତ୍ର ଟ୍ରେନ୍ ସମ୍ବନ୍ଧରେ ନିୟମିତ ସୂଚନା ପାଇପାରିବେ ।

Leave a Reply

Your email address will not be published. Required fields are marked *