କାର୍ତିକ ପୂର୍ଣ୍ଣିମା ଯାତ୍ରୀ ଭିଡ଼ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ I  

କାର୍ତିକ ପୂର୍ଣ୍ଣିମା ଯାତ୍ରୀ ଭିଡ଼ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ I

ଭୁବନେଶ୍ୱର: କାର୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ I

ପୁରୀ ଠାରୁ ପଲାସା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ I  ଏହି ଟ୍ରେନ ପୁରୀରୁ ଅପରାହ୍ନ ୨ ଘଟିକାରେ ଛାଡି ପଲାସା ଅଭିମୁଖେ ଯାତ୍ରା କରିବ I

ସେହି ଭଳି ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର କୁ ଆସନ୍ତାକାଲି ପାଇଁ ନୟାଗଡ଼ ଟାଉନ କୁ ସମ୍ପ୍ରସାରିତ କରାଯିବ ଏବଂ ଏହା ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଭାବେ ଚଳାଚଳ କରିବ I

Leave a Reply

Your email address will not be published. Required fields are marked *