ବାଲେଶ୍ୱର ଓ ନୀଳଗିରି ରୋଡ଼ ଷ୍ଟେସନ ମଧ୍ୟରେ ସଂରକ୍ଷ ସମ୍ବନ୍ଧୀୟ ଆଧୁନୀକରଣ କାର୍ଯ୍ୟ

ବାଲେଶ୍ୱର ଓ ନୀଳଗିରି ରୋଡ଼ ଷ୍ଟେସନ ମଧ୍ୟରେ ସଂରକ୍ଷ ସମ୍ବନ୍ଧୀୟ ଆଧୁନୀକରଣ କାର୍ଯ୍ୟ :

ତିନିଟି ଟ୍ରେନ ଦିନକ ପାଇଁ ବାତିଲ ହେଉଥିବାବେଳେ ୭ଟି ଟ୍ରେନର ସମୟରେ ସାମାନ୍ୟ ପରିବର୍ତ୍ତନ

ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗ୍ପୁର ରେଳମଣ୍ଡଳ ର ଭଦ୍ରକ-ଖଡ଼ଗ୍ପୁର ରେଳ ସେକ୍ସନର ବାଲେଶ୍ୱର ଓ ନୀଳଗିରି ରୋଡ଼ ଷ୍ଟେସନ ମଧ୍ୟରେ ରୋଡ଼ ଓଭର ବ୍ରିଜରେ ଗାର୍ଡ଼ର ସ୍ଥାପନ ପାଇଁ ସଂରକ୍ଷ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ୩ଟି ଟ୍ରେନ ଦିନକ ପାଇଁ ବାତିଲ ହେବ ସହିତ ୭ଟି ଟ୍ରେନର ସମୟରେ ସାମାନ୍ୟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଅଛି I

ଡିସେମ୍ବର ୨୯ ତାରିଖରେ ଉଭୟ ଦିଗରୁ ବାତିଲ ହେଉଥିବା ଟ୍ରେନ :

01. 68052/68051 ବାଲେଶ୍ୱର-ଭଦ୍ରକ-ବାଲେଶ୍ୱର ମେମୁ

02. 68109/68110 ଖଡ଼ଗ୍ପୁର-ଯାଜପୁର-କେନ୍ଦୁଝର ରୋଡ଼-ଖଡ଼କ ପୁର ର ମେମୁ

03. 12073/12074 ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନ ଶତାବ୍ଦୀ ଏକ୍ସପ୍ରେସ

ଏହା ବ୍ୟତୀତ ୨୯ ତାରିଖ ଦିନ ହାଓଡ଼ାରୁ ଛାଡିବାକୁ ଥିବା ୧୨୮୨୧ ଧଉଳି ଏକ୍ସପ୍ରେସ, ୧୨୭୦୩ ଫଲକନାମା ଏକ୍ସପ୍ରେସ, ୧୨୨୭୭ ଶତାବ୍ଦୀ ଏକ୍ସପ୍ରେସ, ପୁରୀରୁ ଛାଡିବାକୁ ଥିବା ୧୨୨୭୮ ଶତାବ୍ଦୀ ଏକ୍ସପ୍ରେସ ଓ ୧୨୮୨୨ ଧଉଳୀ ଏକ୍ସପ୍ରେସ, ଝାଡ଼ଗପୁର ରୁ ଛାଡିବାକୁ ଥିବା ଖଡ଼ଗ୍ପୁର-ଭଦ୍ରକ ମେମୁ ସହିତ ୨୮ ତାରିଖରେ ଆନନ୍ଦ ବିହାରରୁ ଛାଡିବାକୁ ଥିବା ୧୨୮୧୬ ନନ୍ଦନକାନନ ଏକ୍ସପ୍ରେସ ଓ ଚେନ୍ନାଇରୁ ଛାଡ଼ିବାକୁଥିବା ୧୨୮୪୨ କାରମଣ୍ଡଳ ଏକ୍ସପ୍ରେସ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି I

Leave a Reply

Your email address will not be published. Required fields are marked *