ଖୋର୍ଦ୍ଧା ରୋଡ଼-ପୁରୀ ପାସେଞ୍ଜର ଟ୍ରେନ ସମୟରେ ପରିବର୍ତ୍ତନ

ଅନୁଗୁଳ ଷ୍ଟେସନ ଠାରେ ପୁରୀ-ଅହମଦାବାଦ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ

ଭୁବନେଶ୍ୱର:ଟ୍ରେନ ଚଳାଚଳ ପରିଚାଳନାଗତ କାରଣ ଦୃଷ୍ଟିରୁ ଡିସେମ୍ବର ମାସ ୨୭ ତାରିଖ ଠାରୁ ଅନୁଗୁଳ ଷ୍ଟେସନ ଠାରେ ପୁରୀ-ଅହମଦାବାଦ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ କରାଯିବାକୁ ରେଳବାଇ ପକ୍ଷରୁ ନିଷ୍ପତି ନିଆଯାଇଅଛି I

୧୮୪୦୬ ଅହମଦାବାଦ-ପୁରୀ ଏକ୍ସପ୍ରେସ ଡିସେମ୍ବର ମାସ ୨୭ ତାରିଖ ଠାରୁ ଅନୁଗୁଳ ଷ୍ଟେସନ ଠାରେ ଏହାର ନିର୍ଧାରିତ ସମୟ ରାତ୍ରି ୩ ଘ.୨୦ମି. ରେ ପହଞ୍ଚି ରାତ୍ରି ୩ ଘ.୨୨ମି. ରେ ଛାଡିବା ପରିବର୍ତ୍ତେ ରାତ୍ରି ୩ ଘଟୀକାରେ ପହଞ୍ଚି ରାତ୍ରି ୩ ଘ.୦୨ମି. ରେ ଛାଡିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଅଛି I

ରାଉରକେଲା-ଗୁଣୁପୁର ରାଜ୍ୟରଣୀ ଏକ୍ସପ୍ରେସ ସବୁଦିନେ ଚଳାଚଳ କରିବ I

ରେଳଯାତ୍ରୀ ମାନଙ୍କର ସୁବିଧା ଓ ଛିଡ଼ାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଡିସେମ୍ବର ୨୮ ତାରିଖ ଠାରୁ ରାଉରକେଲାରୁ ଏବଂ ଡିସେମ୍ବର ୨୯ ତାରିଖ ଠାରୁ ଗୁଣୁପୁର ଠାରୁ ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସକୁ ସପ୍ତାହକୁ ୬ ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରାଇବାକୁ ସ୍ଥିର କରାଯାଇଅଛି I

ଏହି ଟ୍ରେନ ପାଇଁ ବିଭିନ୍ନ ସ୍ଥାନରେ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ I

ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ମହିପୁରକୁ ସମ୍ପ୍ରସାରଣ ଯୋଗୁଁ ବିଭିନ୍ନ ଷ୍ଟେସନ ଠାରେ ଏହା ପରିବର୍ତ୍ତିତ ସମୟରେ ଚଳାଚଳ କରିବ I

ଗୁରୁବାର ଠାରୁ ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଟ୍ରେନ ଗୁଡିକୁ ମହିପୁରକୁ ସମ୍ପ୍ରସାରଣ କରାଯିବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି I ପ୍ରାରମ୍ଭିକ ସମ୍ପ୍ରସାରଣ ଦିନ ଏହା ଅପରାହ୍ନରେ ନୟାଗଡ଼ ଟାଉନ ଠାରୁ ମହିପୁରକୁ ଯାତ୍ରା କରିବ I ପରିଚାଳନାଗତ ସୁବିଧା ପାଇଁ ମହିପୁରକୁ ଏହି ଟ୍ରେନ ଗୁଡିକ ଶୁକ୍ରବାର (୨୭.୧୨.୨୦୧୯) ଠାରୁ ନିୟମିତ ଭାବେ ପରିବର୍ତ୍ତିତ ସମୟ ସାରଣୀରେ ଚଳାଚଳ କରିବ I

୫୮୪୨୯ ଖୋର୍ଦ୍ଧା ରୋଡ଼-ମହିପୁର ପାସେଞ୍ଜର ଖୋର୍ଦ୍ଧା ରୋଡ଼ ଠାରୁ ସନ୍ଧ୍ୟା ୮ଘ.୧୫ମି.ରେ ଛାଡି ମହିପୁର ଠାରେ ରାତ୍ର ୧୦ଘ.୧୫ମି.ରେ ପହଞ୍ଚିବାକୁ ଥିବା ବେଳେ ଫେରିବା ପଥରେ ୫୮୪୩୦ ମହିପୁର-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ମହିପୁର ଠାରୁ ଭୋର ୪ଘ.୩୦ମି.ରେ ଛାଡି ଖୋର୍ଦ୍ଧା ରୋଡ଼ ଠାରେ ସକାଳ ୬ଘ.୪୫ମି.ରେ ପହଞ୍ଚିବ I

ସେହିଭଳି, ୫୮୪୩୧ ଖୋର୍ଦ୍ଧା ରୋଡ଼-ମହିପୁର ପାସେଞ୍ଜର ଖୋର୍ଦ୍ଧା ରୋଡ଼ ଠାରୁ ସକାଳ ୮ଘ.୨୦ମି.ରେ ଛାଡି ମହିପୁର ଠାରେ ପୂର୍ବାହ୍ନ ୧୦ଘ.୧୫ମି.ରେ ପହଞ୍ଚିବାକୁ ଥିବା ବେଳେ ଫେରିବା ପଥରେ ୫୮୪୩୨ ମହିପୁର-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ମହିପୁର ଠାରୁ ପୂର୍ବାହ୍ନ ୧୦ଘ.୪୫ମି.ରେ ଛାଡି ଖୋର୍ଦ୍ଧା ରୋଡ଼ ଠାରେ ଅପରାହ୍ନ ୧୨ଘ.୪୫ମି.ରେ ପହଞ୍ଚିବ I

ଖୋର୍ଦ୍ଧା ରୋଡ଼-ପୁରୀ ପାସେଞ୍ଜର ଟ୍ରେନ ସମୟରେ ପରିବର୍ତ୍ତନ

ଶୁକ୍ରବାର ଠାରୁ ନିୟମିତ ଭାବେ ମହିପୁରକୁ ଟ୍ରେନ ସମ୍ପ୍ରସାରଣ ସହିତ ପରିଚାଳନାଗତ ସୁବିଧା କୁ ଦୃଷ୍ଟିରେ ରଖି ଏହାର ସଂଯୋଗକାରୀ ଟ୍ରେନ ଖୋର୍ଦ୍ଧା ରୋଡ଼-ପୁରୀ ପାସେଞ୍ଜର ସମୟରେ ପରିବର୍ତ୍ତନ କରାଯିବାକୁ ମଧ୍ୟ ରେଳବାଇ ପକ୍ଷରୁ ସ୍ଥିର କରାଯାଇଅଛି I

୫୮୪୦୯ ଖୋର୍ଦ୍ଧା ରୋଡ଼-ପୁରୀ ପାସେଞ୍ଜର ଡିସେମ୍ବର ୨୭ ତାରିଖ ଶୁକ୍ରବାର ଠାରୁ ଖୋର୍ଦ୍ଧା ରୋଡ଼ରୁ ଅପରାହ୍ନ ୧୨ଘ.୩୦ମି. ପରିବର୍ତ୍ତେ ଅପରାହ୍ନ ୧ଘ.୩୦ମି.ରେ ଛାଡି ପୁରୀଠାରେ ପୂର୍ବ ସ୍ଥିରୀକୃତ ସମୟ ଅପରାହ୍ନ ୧ଘ.୫୦ମି. ପରିବର୍ତ୍ତେ ଅପରାହ୍ନ ୨ଘ.୫୦ମି.ରେ ପହଞ୍ଚିବ I

Leave a Reply

Your email address will not be published. Required fields are marked *