ଶୁକ୍ରବାର ଦିନ ୪ଟି ଟ୍ରେନ କଟକ ପରିବର୍ତ୍ତେ ନରାଜ ମାର୍ଗ ଦେଇ ଯାତ୍ରା କରିବ I

ଶୁକ୍ରବାର ଦିନ ୪ଟି ଟ୍ରେନ କଟକ ପରିବର୍ତ୍ତେ ନରାଜ ମାର୍ଗ ଦେଇ ଯାତ୍ରା କରିବ I

ଭୁବେନେଶ୍ୱର:ଆସନ୍ତା ଶୁକ୍ରବାର (୨୦.୧୨.୨୦୧୯) ଦିନ କଟକ ନିକଟବର୍ତ୍ତୀ ଗୁରୁଡ଼ିଝାଟିଆ ରେଳ ଷ୍ଟେସନ ଠାରେ ତୃତୀୟ ଓ ଚତୁର୍ଥ ରେଳଧାରଣ ନିର୍ମାଣ ସମ୍ପର୍କିତ ସଂରକ୍ଷା ସମ୍ପର୍କିତ ଆଧୁନିକୀକରଣ କାର୍ଯ୍ୟପାଇଁ ଅନୁଗୁଳ ଦିଗକୁ ଯାତ୍ରା କରୁଥିବା ୪ଟି ଟ୍ରେନ କଟକ ପରିବର୍ତ୍ତେ ନରାଜ ମାର୍ଗ ଦେଇ ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସ୍ଥିର କରାଯାଇଅଛି I

ଏହି ଟ୍ରେନ ଗୁଡିକ ହେଲା – ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ, ୧୨୮୩୨ ଭୁବନେଶ୍ୱର-ଧାନବାଦ ଗରିବ ରଥ ଏକ୍ସପ୍ରେସ, ୧୮୪୫୨ ପୁରୀ-ହାତୀଆ ତପସ୍ୱିନୀ ଏକ୍ସପ୍ରେସ ଏବଂ ୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ I

ଏହି ଟ୍ରେନ ଗୁଡିକର ଯାତ୍ରୀ ମାନଙ୍କର ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କଟକ ଷ୍ଟେସନ ଠାରୁ ନରାଜ ପର୍ଯ୍ୟନ୍ତ ମାଗଣା ବସ ସେବା ପ୍ରଦାନ କରାଯାଉଅଛି I କଟକ ଷ୍ଟେସନ ଠାରୁ ଏହି ସବୁ ଟ୍ରେନରେ ଯାତ୍ରାକରିବାକୁ ଥିବା ଯାତ୍ରୀମାନେ ବହୁ ପୂର୍ବରୁ କଟକ ଷ୍ଟେସନ ଠାରେ ପହଞ୍ଚିବାକୁ ରେଳବାଇ ପକ୍ଷରୁ କୁହାଯାଇଅଛି ଯାହାଦ୍ୱାରା ସେମାନଙ୍କୁ ନରାଜ ଷ୍ଟେସନଠାରେ ଟ୍ରେନରେ ଯିବାପାଇଁ କଟକ ଷ୍ଟେସନ ଠାରୁ ମାଗଣା ବସ ସେବା ପ୍ରଦାନ କରାଯାଇ

Leave a Reply

Your email address will not be published. Required fields are marked *