ରାଜନୈତିକ ଦଳ ପଞ୍ଜିକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’

ରାଜନୈତିକ ଦଳ ପଞ୍ଜିକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’ (ପିପିଆରଟିଏମଏସ) ଲାଗୁ କରିବ ନିର୍ବାଚନ ଆୟୋଗ
ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ନିୟମାବଳୀ
ଭୁବନେଶ୍ୱର’: ଦିଲ୍ଲୀ: ଭାରତର ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡ଼ିର ପଞ୍ଜିକରଣ ପ୍ରକ୍ରିୟା ଏବଂ ପ୍ରଣାଳୀର ସମୀକ୍ଷା କରିଛି । ଏ ସଂକ୍ରାନ୍ତରେ ଜାନୁଆରୀ ପହିଲା, ୨୦୨୦ ପରଠାରୁ ନୂତନ ନିୟମାବଳୀ ଲାଗୁ କରାଯିବ । ଆବେଦନର ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଏକ ଅନଲାଇନ ପୋର୍ଟାଲ ମାଧ୍ୟମରେ ‘ରାଜନୈତିକ ଦଳ ପଞ୍ଜିକରଣ ଟ୍ରାକିଂ ପରିଚାଳନା ପ୍ରଣାଳୀ’ (ପିପିଆରଟିଏମଏସ) ଲାଗୁ କରାଯିବ । ପିପିଆରଟିଏମଏସର ମୁଖ୍ୟ ବିଶେଷତ୍ୱ ହେଉଛି ଆବେଦନକାରୀ (୧ ଜାନୁଆରୀ, ୨୦୨୦ ଠାରୁ ରାଜନୈତିକ ଦଳ ପଞ୍ଜିକରଣ ନିମନ୍ତେ ଆବେଦନକାରୀ) ନିଜ ଆବେଦନର ଅଗ୍ରଗତି ସମ୍ପର୍କରେ ଜାଣିପାରିବେ ଏବଂ ଏସଏମଏସ ଓ ଇ-ମେଲ ଜରିଆରେ ସଦ୍ୟତମ ସ୍ଥିତି ସମ୍ପର୍କରେ ଅବଗତ ହୋଇପାରିବେ । ଏଥିପାଇଁ ଆବେଦନକାରୀଙ୍କୁ ନିଜ ଆବେଦନରେ ଦଳ/ଆବେଦନକାରୀଙ୍କ ମୋବାଇଲ ନମ୍ବର ଏବଂ ଇ-ମେଲ ଠିକଣା ଉଲ୍ଲେଖ କରିବାକୁ ହେବ ।
ଭାରତର ନିର୍ବାଚନ ଆୟୋଗଙ୍କ ୱେବସାଇଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://ରମସ.ଶକ୍ଟଙ୍ଖ.ସଦ୍ଭରେ ନୂଆ ନିୟମାବଳୀ ଉପଲବ୍ଧ ।
ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୨୯-ଏ ର ବ୍ୟବସ୍ଥା ଦ୍ୱାରା ରାଜନୈତିକ ଦଳଗୁଡ଼ିକର ପଞ୍ଜିକରଣ ନିୟନ୍ତ୍ରିତ ହୋଇଥାଏ । ଏହି ଧାରା ଅନ୍ତର୍ଗତ ନିର୍ବାଚନ ଆୟୋଗରେ ପଞ୍ଜିକରଣ ଲାଗି ଇଚ୍ଛୁକ ଦଳ ଗଠନ ହେବା ତାରିଖର ୩୦ ଦିନ ମଧ୍ୟରେ ନାମ, ଠିକଣା, ବିଭିନ୍ନ ୟୁନିଟର ସଦସ୍ୟତା ବିବରଣୀ, ପଦାଧିକାରୀଙ୍କ ନାମ ଆଦି ମୌଳିକ ବିବରଣୀ ସହିତ ନିର୍ଦ୍ଧାରିତ ଫର୍ମରେ ଆୟୋଗଙ୍କ ନିକଟରେ ଆବେଦନ ଦାଖଲ କରିବାକୁ ହୋଇଥାଏ । ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୨୯ଏ ର ଉପଧାରା (୪) ଏବଂ ଉପଧାରା (୬) ଅନ୍ତର୍ଗତ ଏସବୁ ବିବରଣୀ ଦାଖଲ କରିବା ଆବଶ୍ୟକ । ଏହା ମଧ୍ୟ ପଞ୍ଜିକରଣ ଲାଗି ଉଦ୍ଦିଷ୍ଟ ନିୟମାବଳୀରେ ଉଲ୍ଲେଖ କରାଯାଇଛି ।

Leave a Reply

Your email address will not be published. Required fields are marked *