ରାଜ୍ୟସ୍ତରୀୟ ଫୁଟ୍ ଭଲି ଟୁର୍ଣ୍ଣାମେ ୧୪ରୁ

ରାଜ୍ୟସ୍ତରୀୟ ଫୁଟ୍ ଭଲି ଟୁର୍ଣ୍ଣାମେ ୧୪ରୁ

ଭୁବନେଶ୍ୱର, ୪.୧୨ : ସ୍ଥାନୀୟ ହୋଟେଲ ଚନ୍ଦନର ଅଧିବେଶନ କକ୍ଷରେ ଦ୍ୱିତୀୟ ବାର୍ଷିକ ରାଜ୍ୟସ୍ତରୀୟ ଶ୍ରୀକୃଷ୍ଣ ବିଶ୍ୱାଳ ମେମୋରିଆଲ ଫୁଟ୍ ଭଲି ଟୁର୍ଣ୍ଣାମେ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଡ଼ିସେମ୍ବର ୧୪ ଓ ୧୫ ଦୁଇଦିନ ଧରି ସ୍ଥାନୀୟ ମୁମତାଜଅଲ୍ଲୀ ହାଇସ୍କୁଲ୍ ଖେଳ ପଡ଼ିଆରେ ସିଟି କ୍ଲବ ନୟାପଲ୍ଲୀ ଏବଂ ଭୁବନେଶ୍ୱର ଜିଲ୍ଲା ଫୁଟ୍ ଭଲି ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ଟୁର୍ଣ୍ଣାମେରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପୁରୁଷ ବିଭାଗରେ ୮ଟି ଏବଂ ମହିଳା ବିଭାଗରେ ୬ ଗୋଟି ଦଳ ଅଂଶଗ୍ରହଣ କରିବେ । ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ମୁଖ୍ୟ ପୃଷ୍ଠପୋଷକ ପାର୍ଥ ବିଶ୍ୱାଳ ସୂଚନା ଦେଇଛନ୍ତି । ଉକ୍ତ ବୈଠକରେ ଉପଦେଷ୍ଟା ଡଃ ପ୍ରକାଶ ଶ୍ରୀଚନ୍ଦନ, ମୁଖ୍ୟ ପୃଷ୍ଠପୋଷକ ପାର୍ଥ ବିଶ୍ୱାଳ, ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା, କ୍ରୀଡ଼ା ସଂଗଠକ ସହଦେବ ରାଉତ, ରାଜ୍ୟ ଫୁଟ୍ବଲ୍ ଟେନିସ୍ର ସମ୍ପାଦକ ପ୍ରଦୀପ ରାଉତରାୟ, କାର୍ଯ୍ୟକାରୀ ସଭାପତି ପାନନ ବଳ, ଉପସଭାପତି ଶେଖ୍ ଜିଆଉଦ୍ଦିନ, ଦିଲ୍ଲୀପ କୁମାର ପ୍ରହରାଜ, ଉମାକାନ୍ତ ପୃଷ୍ଟି, ସଂଗଠନ ସମ୍ପାଦକ ତପନ କୁମାର ଭଞ୍ଜ, ସମ୍ପାଦକ ନିରଞ୍ଜନ ସାହୁ, ସିଟି କ୍ଲବରୁ ଯୋଗେନ୍ଦ୍ର ଜେନା, ନିରଞ୍ଜନ ପାତ୍ର, ତ୍ରିନାଥ ମଙ୍ଗରାଜ, ଅରୁଣ କୁମାର ସାହୁ, ଶଶୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *