ଶିକ୍ଷକମାନଙ୍କ ମୁଣ୍ଡରୁ ବୋଝ ହଟାଇବା ଉଦ୍ଦେଶ୍ୟରେ ସରକାର ଘୋଷଣା କରିଥିବା ନିଷ୍ପି ସମ୍ପର୍କରେ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକ ସହାୟିକା ସଂଘର ରାଜ୍ୟ ଆବାହକ ବିଷ୍ଣୁ ଦାସ ଏକ ପ୍ରେସ୍ ବିବୃିରେ ମତପ୍ରକାଶ କରିଛନ୍ତି । ସରକାର ଗତ ୨୮ ନଭେମ୍ବର ୨୦୧୯ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଶିକ୍ଷକମାନଙ୍କ ମୁଣ୍ଡରୁ ବୋଝ ହଟାଇବା ଉଦ୍ଦେଶ୍ୟରେ ସରକାର ଘୋଷଣା କରିଥିବା ନିଷ୍ପି ସମ୍ପର୍କରେ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକ ସହାୟିକା ସଂଘର ରାଜ୍ୟ ଆବାହକ ବିଷ୍ଣୁ ଦାସ ଏକ ପ୍ରେସ୍ ବିବୃିରେ ମତପ୍ରକାଶ କରିଛନ୍ତି ।
ସରକାର ଗତ ୨୮ ନଭେମ୍ବର ୨୦୧୯ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର :  ରାଜ୍ୟରେ ମଧ୍ୟାହ୍ନ ଭୋଜନ ପରି·ଳନା କରିବା ଏବଂ ଶିକ୍ଷକମାନଙ୍କ ମୁଣ୍ଡରୁ ବୋଝ ହଟାଇବା ଉଦ୍ଦେଶ୍ୟରେ ସରକାର ଘୋଷଣା କରିଥିବା ନିଷ୍ପି ସମ୍ପର୍କରେ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକ ସହାୟିକା ସଂଘର ରାଜ୍ୟ ଆବାହକ ବିଷ୍ଣୁ ଦାସ ଏକ ପ୍ରେସ୍ ବିବୃିରେ ମତପ୍ରକାଶ କରିଛନ୍ତି ।
ସରକାର ଗତ ୨୮ ନଭେମ୍ବର ୨୦୧୯ରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯେ, ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷକମାନଙ୍କ ମୁଣ୍ଡରୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଅପ୍ସାରଣ କରି ଏସ୍ଏସ୍ଜି ଗୋଷ୍ଠୀଙ୍କୁ ମଧ୍ୟାହ୍ନ ଭୋଜନ ପରି·ଳନା ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ଅତି ଉମ କଥା । ଶିକ୍ଷା ପ୍ରଦାନ ବ୍ୟତୀତ ଶିକ୍ଷକମାନଙ୍କୁ ସରକାର ସମସ୍ତ ଦାୟିତ୍ୱରୁ ମୁକ୍ତ କରିବା ବାଞ୍ଛନୀୟ । ସେଥିପାଇଁ ରାଜ୍ୟରେ ଖାଲି ପଡ଼ିଥିବା ୨୭ ହଜାର ଶିକ୍ଷକ ପଦବୀ ମଧ୍ୟ ପୂୂରଣ କରିବା ଅତ୍ୟନ୍ତ ଜୁରୁରୀ ।
କିନ୍ତୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ୧୯୯୫ ମସିହାରୁ ସାରା ଦେଶରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଛି । ଏହି ଯୋଜନାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ମନ ଓ ଶରୀରକୁ ସୁସ୍ଥ ରଖିବା । କିନ୍ତୁ ରାଜ୍ୟ ସରକାର ଏହା କରିବାକୁ ବିଫଳ ହୋଇ ଆସୁଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପିରେ ଆମେ ପ୍ରତ୍ୟକ୍ଷ କରି ଆସୁଛୁ ଯେ, ମଧ୍ୟାହ୍ନ ଭୋଜନ ଖାଦ୍ୟ ଯୋଗାଣ ଦାୟିତ୍ୱ ପୂର୍ବରୁ ଏସ୍ଏସ୍ଜି ଗୋଷ୍ଠୀ ଏବଂ ତା’ପରେ ଅକ୍ଷୟ ପାତ୍ର ଫାଉଣ୍ଡେସନ, ନନ୍ଦି ଫାଉଣ୍ଡେସନ, ସ୍ରୋଲ କିଚେନ୍ ଆଦି ସଂସ୍ଥାମାନଙ୍କୁ ଯେମିତି ସେମିତି କୌଣସି ରକମ ଖାଦ୍ୟ ଯୋଗାଇବାକୁ ଦାୟିତ୍ୱ ଦେଇ ଆସୁଛନ୍ତି । ସେଥିପାଇଁ କେତେବେଳେ ଝିଟିପିଟି, ଅସରପା ଆଦି ଭାତ, ଡ଼ାଲି ଓ ତରକାରୀରେ ପଡ଼ିବା ଦେଖିବାକୁ ମିଳିଛି । ପୁଣି ଏହି ଖାଦ୍ୟ ଖାଇ କୋମଳମତି ଛାତ୍ରଛାତ୍ରୀ ଅସୁସ୍ଥ ହେବା ସହିତ କେତେକଙ୍କର ଜୀବନ ମଧ୍ୟ ଯାଇଛି । ପୁଣି ଆଜିକାଲି ମହଙ୍ଗା ଯୁଗରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବଜେଟ୍ ହୋଇଛି ଏହି ଧରଣର ଯେ, ପ୍ରଥମରୁ ପମ ଶ୍ରେଣୀ ପର୍ଯ୍ୟନ୍ତ ଜଣେ ଛାତ୍ରର ଖାଦ୍ୟ ବାବଦ ଖର୍ଚ୍ଚ ପରିମାଣ ୪ ଟଙ୍କା ୪୬ ପଇସା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ୭ ଟଙ୍କା ୩୭ ପଇସା । ଯେଉଁଠି ଆମେ ଦେଖିବାକୁ ପାଉ ବାବୁମାନଙ୍କ ପାଇଁ ଖର୍ଚ୍ଚ ହେଉଛି ୧୦୦ ଟଙ୍କା । ତେବେ ଦୁର୍ନୀତିର ଅଭିଯୋଗ ଆଣି ସରକାର ଏସଏସ୍ଜି ହାତରୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଛଡ଼ାଇ ନେଇଥିଲେ । ଏଥର ପୁଣି ‘ଦିଲ୍ଲୀର ଦୌଲତବାଦ’ ପ୍ରବାଦ ଭଳି ଶହେରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଯୋଗାଣ ଦାୟିତ୍ୱ ଏସ୍ଏସ୍ଜି ଗୋଷ୍ଠୀ ସଙ୍ଗେ ସଙ୍ଗେ ଯେଉଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସ୍ରୋଲ କିଚେନ୍ ବା ଅକ୍ଷୟପାତ୍ର ଫାଉଣ୍ଡେସନକୁ ଦିଆଯାଇଛି, ସେଥିରେ କୌଣସି ପରିର୍ବନ କରାଯିବ ନାହିଁ । ଅର୍ଥାତ୍ ଯେଉଁମାନଙ୍କର ଶିକ୍ଷା ପ୍ରତି ଏବଂ ଛାତ୍ରଛାତ୍ରୀମାନଙ୍କ ପ୍ରତି କୌଣସି ଦାୟିତ୍ୱବୋଧ ନାହିଁ, ସେମାନଙ୍କ ହାତରେ କୋମଳମତି ଛାତ୍ରଛାତ୍ରୀମାନଙ୍କ ଖାଦ୍ୟର ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏହି ଯୋଜନାକୁ ସଫଳ କରିବାର ସଠିକ୍ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ପାଚିକା, ସହାୟିକା ଯେଉଁମାନେ ମା’ର ମମତା ଦେଇ ଦୀର୍ଘଦିନ ହେଲା କୋମଳମତି ଛାତ୍ରଛାତ୍ରୀଙ୍କ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ କରି ଆସୁଛନ୍ତି, ସେହି ପାଚିକା ସହାୟିକାମାନଙ୍କୁ ସରକାରୀ କର୍ମ·ରୀର ମାନ୍ୟତା ପ୍ରଦାନ କରି ସାମାଜିକ ସୁରକ୍ଷା ଦେବା । ତେବେ ଏଥିପାଇଁ ବିଭିନ୍ନ ମହଲରୁ ଦାବି ହେବା ସ୍େୱ ବି ରାଜ୍ୟ କି କେନ୍ଦ୍ର ସରକାର ଏହାକୁ ବି·ରକୁ ନେଉ ନାହାଁନ୍ତି ।
ଏଭଳିସ୍ଥଳେ ରାଜ୍ୟର ମଧ୍ୟାହ୍ନ ଭୋଜନ ଯୋଜନାର ସୁପରି·ଳନା ଏବଂ ଶିକ୍ଷକଙ୍କୁ ମୁକ୍ତି ଦେବାର ଯେଉଁ ନିଷ୍ପି କରିଛନ୍ତିି ତାହା ପ୍ରହସନରେ ପରିଣତ ହେବା ସହ ବିଦ୍ୟାଳୟରେ ଶିକ୍ଷକ, ସ୍ୱଂୟ ସହାୟିକା ଗୋଷ୍ଠୀ, ସ୍କୁଲ୍ ପରି·ଳନା ଗୋଷ୍ଠୀର ଖଣ୍ଡଯୁଦ୍ଧ ·ଲିବ ଏବଂ ଶିକ୍ଷକମାନେ ହରଡ଼ଘଣାରେ ପଡ଼ିବା ସାର ହେବ । ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧକାର ହେବା ଛଡ଼ା ବାଟ ଦେଖାଯାଉ ନାହିଁ ।
ଏହିଭଳି ସ୍ଥିତିରେ ଆମେ ଦୃଢ ଦାବି କରୁକି ୨୮ ନଭେମ୍ବର ୨୦୧୯ରେ ରାଜ୍ୟର ମଧ୍ୟାହ୍ନ ଭୋଜନ ପରି·ଳନା କରିବା ପାଇଁ ନିଆଯାଇଥିବା ନିଷ୍ପି ତୁରନ୍ତ ପ୍ରତ୍ୟାହାର କରି ପାଚିକା, ସହାୟିକାମାନଙ୍କୁ ସରକାରୀ କର୍ମ·ରୀ ମାନ୍ୟତା ପ୍ରଦାନ ପୂର୍ବକ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ପରି·ଳନା ଏବଂ ପରିବେଷଣ ଦାୟିତ୍ୱ ସମ୍ପୂର୍ଣ୍ଣ ପ୍ରଦାନ କରାଯାଉ ।

Leave a Reply

Your email address will not be published. Required fields are marked *