ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ଷ୍ଟିଲ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଦ୍ୱାରା ୧୩ତମ ସଂସ୍କରଣର ବିଜେତାମାନେ ସମ୍ମାନୀତ!

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଟା ଷ୍ଟିଲ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଦ୍ୱାରା ୧୩ତମ ସଂସ୍କରଣର ବିଜେତାମାନେ ସମ୍ମାନୀତ!

ଭୁବନେଶ୍ୱର ୧୪/୧୨ ; – ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟାରିୟମରେଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୧୯-୨୦ର ୧୩ତମ ସଂସ୍କରଣର ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ମାନୀତ କରିଛନ୍ତି । ଜ୍ୟୋର୍ତିବିଦ୍ ଓ ବୈଜ୍ଞାନିକ ହେବାକୁ ଅଭିଳାଷ ରଖିଥିବା ଏହି ବିଜେତା ଦଳ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏକ ପ୍ରମୁଖ ସୁବିଧା ପରିଦର୍ଶନ କରିବା ଏବଂ ମହାକାଶ ବିଜ୍ଞାନର ବାସ୍ତବିକ ପ୍ରୟୋଗର ଅନୁଭୂତି ହାସଲ କରିବାର ସୁଯୋଗ ପାଇବେ । ୟାଟ୍ସ ୨୦୧୯-୨୦ରେ ସାରା ରାଜ୍ୟର ୩୦୦ ବିଦ୍ୟାଳୟର ମୋଟ ୬୨,୦୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ଥିଲା ଌକ୍ତଙ୍କକ୍ଟଗ୍ଧ;ଅନରାଭେଲିଂ ଦି ୱାଣ୍ଡର୍ସ ଅଫ ; (ବ୍ରହ୍ମାଣ୍ଡର ଚମକ୍ରାରକୁ ଉଜାଗର କରିବା) । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଶିଳ୍ପ, ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟାରିୟମର ନିର୍ଦେଶକ ଶ୍ରୀଯୁକ୍ତ ରସିଦ ଖାନ, ଟାଟା ଷ୍ଟିଲର ସିଇଓ ତଥା ପରି·ଳନା ନିର୍ଦେଶକ ଶ୍ରୀଯୁକ୍ତ ଟି ଭି ନରେନ୍ଦ୍ରନ ଓ ଟାଟା ଷ୍ଟିଲ କର୍ପୋରେଟ ସେବା ବିଭାଗର ଉପ-ସଭାପତି ଶ୍ରୀଯୁକ୍ତ ·ଣକ୍ୟ ଚୈାଧାରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *