ସ୍ଵତନ୍ତ୍ର ବ୍ରାର୍ତା”ର ୧୧ତମ ବାର୍ଷିକ ଉଶ୍ଚବ ଅନୁଷ୍ଠିତ!

ସ୍ଵତନ୍ତ୍ର ବ୍ରାର୍ତା”ର ୧୧ତମ ବାର୍ଷିକ ଉଶ୍ଚବ ଅନୁଷ୍ଠିତ!

ଭୁବେନେଶ୍ୱର : ଭୁବନେଶ୍ୱର ସ୍ଥିତ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି ଦୈନିକ ଖବର କାଗଜ “ସ୍ଵତନ୍ତ୍ର ବର୍ତା”ର ୧୧ତମ ବାର୍ଷିକ ଉଶ୍ଚବ । “ଜନତାଙ୍କ ସ୍ଵାର୍ଥରେ ପୁଲିସ ସଂସ୍କାର ଅପରିହାର୍ଜ୍ୟ” ଶୀର୍ଷକ ଆଲୋଚନା ଚକ୍ର ଆୟୋଜନ କରଯାଇଥିଲା ।
ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ,ପ୍ରାକ୍ତନ ପୁଲିସ ପ୍ରଶାସକ ବଟକୃଷ୍ଣ ତ୍ରିପାଠୀ,ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ଉମା ଚରଣ ମିଶ୍ର,ବରିଷ୍ଠ ସାମ୍ବାଦିକ ରାଜେଶ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ବର୍ତମାନର ପୁଲିସ ବ୍ୟବସ୍ତା,ଲୋକଙ୍କ ପ୍ରତି ପୁଲିସର ଆଭିମୁଖ୍ୟ,ବ୍ୟବସ୍ଥାରେ ପରିବର୍ତନ ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ଅଧକ୍ଷତା ସ୍ତମ୍ଭକାର କେଦାର ମିଶ୍ର କରିଥିଲେ । ଏହି ଉତ୍ସଵ ରେ ବିଧାୟକ ଅମର ପ୍ରସାଦ ଶତପଥୀ,ଚୌଧୁରୀ ଅମିତାଭ ଦାସ,ସଂଗଠକ ପାର୍ଥସାରଥୀ ଜେନା,ବାଦ୍ୟ ଶିଳ୍ପୀ ଜ୍ୟୋତିପ୍ରକାଶ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *