୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଶିବିର

୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଶିବିର

ଭୁବନେଶ୍ୱର: ଭୁବନେଶ୍ୱରର ତିବ୍ବତୀୟ ଔଷଧୀୟ କ୍ଲିନିକର ବହିର୍ବିଭାଗଠାରେ ଚଳିତ ଜାନୁଆରୀ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନିଶୁଳ୍କ ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଅନୁଷ୍ଠିତ ହେବ । ମହାମହିମ ଦଲାଇଲାମାଙ୍କର ବ୍ୟକ୍ତିଗତ ଚିକିତ୍ସକ ଡା. ସେୱାଙ୍ଗ ତାମଦନ୍‌ ଏଠାରେ ଉପସ୍ଥିତ ରହି ଚିକିତ୍ସା ପରାମର୍ଶ ଦେବେ । ଏ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୟୁନିଟ୍‌-୧ସ୍ଥିତ ସରକାରୀ କ୍ୱାଟର VCI/2 ପରିସରରେ (ଚୌଧୁରୀ ମାର୍କେଟ୍‌ ସାମ୍‌ନା)ରେ ଏହି ଶିବିର ଅନୁଷ୍ଠିତ ହେବ । ଏଠାରେ ସ୍ଥାନୀୟ ଚିକିତ୍ସାଳୟର ଡା. ରିଗ୍‌ଜିନ୍‌ ମେନ୍‌ଲା ମଧ୍ୟ ରୋଗୀ ଚିକିତ୍ସା କରିବେ ଓ ତିବ୍ବତୀୟ ଜ୍ୟୋତିର୍ବିଜ୍ଞାନୀ ତେନ୍‌ଜୀନ୍‌ ୟାନ୍‌ଙ୍କି ମଧ୍ୟ ଜ୍ୟୋତିର୍ବିଜ୍ଞାନ ସଂପର୍କରେ ପରାମର୍ଶ ଦେବେ । ଏଠାରେ ପରମ ପୂଜନୀୟ ଦଲାଇଲାମାଙ୍କ ଦ୍ୱାରା ଲିଖିତ ବିଭିନ୍ନ ପୁସ୍ତକ, ତିବ୍ବତୀୟ ଔଷଧ ଓ ଆୟୁର୍ବେଦ ସାମଗ୍ରୀ ବିକ୍ରୟ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *