ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ସମ୍ମିଳନୀ

ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର, ତା ୦୭.୦୧.୨୦୨୦ : ନୂଆ ବର୍ଷ ୨୦୨୦ ଅବସରରେ ସମଗ୍ର ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ଉତ୍ସବ, ଭୁବନେଶ୍ୱର ବୁଦ୍ଧବିହାରଠାରେ ଶ୍ରୀ ବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ସମିତିର ସମ୍ପାଦକ ପ୍ରଭାକର ମଲ୍ଲିକ ଇତ୍ୟାଦି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ଏହି ଅବସରରେ ନିମ୍ନଲିଖିତ ସମସ୍ୟା ବିଷୟରେ ଦାବି ଉପସ୍ଥାପନା କରାଯାଇ ବିଚାର ଆଲୋଚନା କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଭାରତର ସମ୍ବିଧାନ ଓ ସମସ୍ତ ନାଗରିକମାନଙ୍କ ଅଧିକାରର ସୁରକ୍ଷା ଦେବା । କେଉଟ, କୈର୍ବ, ଧୀବର, ରାଢ଼ି, ନିଆରି, ନିଅରୀ, ଘଣି, ତିଅର, ଗିରିଗିରା, ଗିରିଗିରିଆ ଓ ଜିଞ୍ଜିରା ଆଦି ସବର୍ଣ୍ଣ ଜାତିକୁ ଅନୁସୂଚିତ ଜାତି ତାଲିକାରେ ସାମିଲ କରି ଅସ୍ପୃଶ୍ୟ ଦଳିତମାନଙ୍କ ଅଧିକାର ଲୁଣ୍ଠନ ଲାଗି ହେଉଥିବା ଚକ୍ରାନ୍ତ ବନ୍ଦ କରିବା । ମେହେନ୍ତର, କାଳନ୍ଦୀ ବୈଷ୍ଣବ, ବାଉରି ବୈଷ୍ଣବ, ପାଣ ବୈଷ୍ଣବ ଇତ୍ୟାଦି ଦଳିତ ବୈଷ୍ଣବ ଜାତିମାନଙ୍କୁ ଏସ୍.ସି. ସଂରକ୍ଷଣ ଦେବା ଓ ସଅର, ସଉରା ଇତ୍ୟାଦି ଜାତିଙ୍କୁ ଏସ୍.ଟି. ସଂରକ୍ଷଣ ଦେବା । ବହୁ ସଂଖ୍ୟାରେ ଦଳିତ ନାବାଳିକା ଓ ମହିଳାମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ଚପାଇ ଦିଆ ନଯାଇ ତ୍ୱରିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବନ୍ଦ କରିବା । ସରକାରୀ ସ୍ତରରେ ଆମ୍ବେଦକର ଭବନ ତିଆରି କରିବା ଓ ବେସରକାରୀ ସ୍ତରରେ ଏଥିପାଇଁ ଜମି ଯୋଗାଇଦେବା । ଗରିବ ଓ ମେଧାବୀ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ସରକାରୀ ଓ ବେସରକାରୀ ସ୍ତରରେ ଶିକ୍ଷା ପ୍ରଦାନ କରିବା । ପଦୋନ୍ନତିର ସମସ୍ତ ବ୍ୟବସ୍ଥା ସହ ସଂରକ୍ଷଣ କାର୍ଯ୍ୟକାରୀ କରିବା ଓ ଠିକା ନିଯୁକ୍ତି, ବେସରକାରୀ ସ୍ତରରେ ସଂରକ୍ଷଣ ଲାଗୁ କରିବା । ଗରିବ ବାସହୀନମାନଙ୍କୁ ଜମି ଓ ବାସଗୃହ ଯୋଗାଇଦେବା ।
ଶେଷରେ ଏସ୍.ସି. ତାଲିକାରେ ସ୍ଥାନିତ ହୋଇଥିବା କେଉଟ, କୈର୍ବ, ଧୀବର ଜାତିଙ୍କୁ ତାଲିକାରୁ ବାଦ ଦେବା ନିମି ଓଡ଼ିଶା ସରକାରଙ୍କୁ ସୁପାରିଶ୍ ନିମି ଅନୁରୋଧ କରାଯାଇଅଛି । ତତ୍ସହିତ ସୁପାରିଶ୍ ହୋଇଥିବା ରାଢ଼ି, ନିଆରି, ନିଅରୀ, ଘଣି, ତିଅର, ଗିରିଗିରା, ଗିରିଗିରିଆ ଓ ଜିଞ୍ଜିରା ଆଦି ସବର୍ଣ୍ଣ ଜାତିକୁ ସ୍ଥାନିତ ନ କରିବା ନିମି ପ୍ରସ୍ତାବ ଓଡ଼ିଶା ସରକାରଙ୍କୁ ଗ୍ରହଣ କରିବା ପାଇଁ ନିବେଦନ କରାଯାଇଅଛି । ଅନ୍ୟଥା ଏହି ବର୍ଗର ୭୦ ଲକ୍ଷ ଅଧିକାରରୁ ôବତ ହେଉଥିବା ନାଗରିକମାନେ ରାଜରାସ୍ତାକୁ ଓହ୍ଲାଇବାପାଇଁ ବାଧ୍ୟ ହେବେ ଏବଂ ଦରକାର ପଡ଼ିଲେ ବିଧାନସଭା ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ।

Leave a Reply

Your email address will not be published. Required fields are marked *