ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପାରା ସ୍ପୋର୍ଟସ ମିଟ୍

ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ
ରାଜ୍ୟସ୍ତରୀୟ ପାରା ସ୍ପୋର୍ଟସ ମିଟ୍

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖରୁ ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ଭାବେ ପାଳନ କରାଯାଏ । ଏହାକୁ ମଧ୍ୟ ‘ଇନ୍ଟରନ୍ୟାସନାଲ ଡେ ଅଫ୍ ପରସନସ୍ ଉଇଥ ଡିସାବିଲିଟି’ ଭାବେ ମଧ୍ୟ କୁହାଯାଇଥାଏ । ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଲା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସମସ୍ୟା ଓ ସେମାନଙ୍କର ମୌଳିକ ଅଧିକାର ସମ୍ବନ୍ଧରେ ବିଶ୍ୱକୁ ଅବଗତ କରାଇବା ।

ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜର ମୂଳଧାରା ସହ ଯୁକ୍ତ କରିବା ଏକ ମୁଖ୍ୟ ବିଷୟ । ଅନେକ ସମୟରେ ସେମାନେ ସମାଜଠାରୁ ଦୂରେଇ ଯାଇଥାନ୍ତି । ସମାଜ ସବୁ ସମୟରେ ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ସେମାନଙ୍କୁ ମୁଖ୍ୟ ସମାଜରେ ସାମିଲ କରିବା ନିମେନ୍ତ ପଦକ୍ଷେପ ନେବା ଆବଶ୍ୟକ ।

ଏହି ଅବସରରେ ଏହି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ଓଡିଶା ସରକାରଙ୍କ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥ କଳିଙ୍ଗ ଷ୍ଟାଡିୟମ୍ଠାରେ ରାଜ୍ୟସ୍ତରୀୟ ପାରା ସ୍ପୋର୍ଟସ୍ ମିଟ୍ର ଆୟୋଜନ କରାଯାଇଥିଲା । ଏହି ସ୍ପୋର୍ଟସ ମିଟ୍କୁ ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ପବ୍ଲିକ୍ ଏନ୍ଟରପ୍ରାଇଜ୍, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସାରା ନିଜର ଏହି ସ୍ପୋର୍ଟସ୍ ମିଟ୍ରେ ଏସ୍ଏସ୍ଇପିଡି ବିଭାଗର ସେକ୍ରେଟାରୀ ଭାସ୍କର ଜ୍ୟୋତି ଶର୍ମା ଏବଂ ଏସ୍ଏସ୍ଇପିଡି ବିଭାଗର ଡାଇରେକ୍ଟର ବ୍ରତାତୀ ହରିଚନ୍ଦନ ଉପସ୍ଥିତ ଥିଲେ ।

ବିଗତ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମଧ୍ୟରେ ତିନିଚକିଆ ସାଇକେଲ ରେସ୍, ସର୍ଟ ଫୁଟ ଥ୍ରୋ, ଚେସ୍, ମ୍ୟୁଜିକ୍ ଚେୟାର, ହ୍ୱିଲ୍ ଚେୟାର ଚେସ୍, ହିଟ୍ ଥ୍ରୋ ଆଦି ପ୍ରତିଯୋଗୀତାର ଆୟୋଜନ ହୋଇଥିଲା । ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ବିଜେତାମାନେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ବିଭିନ୍ନ ସ୍ଥାନର ୧୫୦୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ ।

ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଅସିତ୍ ତ୍ରିପାଠୀ ବିଜେତା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଖେଳକୁଦ ବ୍ୟତିତ ମୁଖ୍ୟ ଆକର୍ଷଣ ଥିଲା ସଂଗୀତର ତରଙ୍ଗର ତାଳରେ ବଧିର ଲୋକମାନଙ୍କ ନୃତ୍ୟ ପ୍ରଦର୍ଶନ ଏବଂ ରାଜ୍ୟ ବହାରୁ ଆସିଥିବା ଅନ୍ଧମାନଙ୍କ ଗ୍ରୁପର ସଂଗୀତ ପରିବେଷଣ ।

Leave a Reply

Your email address will not be published. Required fields are marked *