ହେଲ୍ମେଟ୍ ସୁରକ୍ଷା କବଚ ଅଭିଯାନ’ ଗିରିଜା ମେମୋରିଆଲ ସମ୍ମାନ-୨୦୧୯ ପ୍ରଦାନ

ଲୋକାର୍ପିତ ହେଲା ଗିରିଜା ମେମୋରିଆଲ ରୋଡ଼ ସେଫ୍ଟି ଫାଉଣ୍ଡେସନ ଟ୍ରଷ୍ଟ ‘ହେଲ୍ମେଟ୍ ସୁରକ୍ଷା କବଚ ଅଭିଯାନ’
ଗିରିଜା ମେମୋରିଆଲ ସମ୍ମାନ-୨୦୧୯ ପ୍ରଦାନ


ଭୁବନେଶ୍ୱର, ୨୬.୧୦ : ରାଜ୍ୟରେ ଦିନକୁ ଦିନ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସବୁଠାରୁ ଦୁଃଖର କଥା ହେଉଛି ଯେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ୧୫ରୁ ୪୫ ବର୍ଷ । ଅର୍ଥାତ୍ ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍୍ରେ ଆମେ ଆମ ଦେଶର ଭବିଷ୍ୟତ ଯୁବପିଢୀଙ୍କୁ ଏହି ଦୁର୍ଘଟଣାରେ ହରାଉଛେ ଯାହାକି ର୍ବମାନ ପରିସ୍ଥିତିରେ ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା ଅଟେ । ଗତ ମାସ ମେ ୨୫ ତାରିଖରେ ବରମୁଣ୍ଡା ଫ୍ଲାଏ ଓଭରବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଥିଲା । ଏଥିରେ ପ୍ରାଣ ହରାଇଥିଲେ ଉଦୀୟମାନ ଯୁବପ୍ରତିଭା ଗିରିଜା ଶଙ୍କର ବାଗ୍ ଓ ତାଙ୍କର ବନ୍ଧୁ ଚନ୍ଦ୍ରାଂଶୁ ପତି ମିଶ୍ର । ଏକମାତ୍ର ସନ୍ତାନର ମୃତ୍ୟୁରେ ସମଗ୍ର ପରିବାର ଭାଙ୍ଗିପଡ଼ିିଥିବା ସମୟରେ ମାଆ ଅମିୟବାଳା ପରିଡ଼ା ପୁଅର ସ୍ମୃତିରେ ôବବାକୁ ପଣ କରିଛନ୍ତି । ଗିରିଜା ପରି ଯୁବପିଢୀଙ୍କର ଦୁର୍ଘଟଣାରେ ଅକାଳ ମୃତ୍ୟୁ ନଘଟୁ କିମ୍ବା ଅନ୍ୟ କେଉଁ ମାଆର କୋଳଶୂନ୍ୟ ନହେଉ । ସେହି ଲକ୍ଷ୍ୟ ନେଇ ଶ୍ରୀମତୀ ଅମିୟବାଳା ପରିଡ଼ା ଓ ଅନ୍ୟ କେତେଜଣ ସହୃଦୟ ବ୍ୟକ୍ତିଙ୍କ ମିଳିତ ଉଦ୍ୟମରେ ଓ ଗିରିଜାଙ୍କ ସ୍ମୃତିରେ ଲୋକାର୍ପିତ ହେଲା ‘ମାଷ୍ଟର ଗିରିଜା ମେମୋରିଆଲ ରୋଡ଼ ସେଫ୍ଟି ଫାଉଣ୍ଡେସନ ଟ୍ରଷ୍ଟ’ । ସ୍ଥାନୀୟ କେଶରୀ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବଶକ୍ତିର ପ୍ରେରଣା ତଥା ଓଡ଼ିଶାର ଗର୍ବ, ଗୌରବ ଓ ସମ୍ମାନ ମିସ୍ ସାଗରିକାନାଥ, ଆପିଏସ୍ (ଡ଼ିସିପି, ଟ୍ରାଫିକ୍) ଟ୍ରାଫିକ୍ ନିୟମ ମାନି ଗାଡ଼ି ·ଳନା କରିବାକୁ ପରାମର୍ଶ ଦେବା ସହିତ ସର୍ବଦା ଗିରିଜା ଫାଉଣ୍ଡେସନ ଟ୍ରଷ୍ଟ ସହିତ ଜଡ଼ିତ ରହି କାର୍ଯ୍ୟ କରିବାକୁ ମତବ୍ୟକ୍ତ କରିଥିଲେ । ବିଶେଷକରି ଯୁବବର୍ଗର ପିଲାମାନେ ଏହି ସଡ଼କ ଦୁର୍ଘଟଣାର ଶିକାର ହେଉଛନ୍ତି । ତେଣୁ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଏହି ସଚେତନତା କାର୍ଯ୍ୟକ୍ରମ କରାଇବା ଉଚିତ୍ ଓ ଏଥିପାଇଁ ସମସ୍ତ ସାହାଯ୍ୟ ସହଯୋଗ କରିବେ କହିଥିଲେ ମୁଖ୍ୟ ବକ୍ତା ତଥା ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ । ସବୁଠାରୁ ଖୁସିର କଥା ଯେ ଏହି କାର୍ଯ୍ୟକ୍ରମର ସଫଳତା କାମନା କରି ର୍ବାା ପ୍ରେରଣ କରିଥିଲେ ମାନ୍ୟବର ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ।
ଏହି ଅବସରରେ ‘ହେଲ୍ମେଟ ଦ ସୁରକ୍ଷା କବଚ’ ଅଭିଯାନର ଶୁଭାରମ୍ଭ ହୋଇଥିଲା ଏବଂ ଅନ୍ୟୁନ ୩୦ଟି ସ୍ୱେଚ୍ଛାସେବୀ ସଂଗଠନ ଏହି ପ୍ର·ର ଅଭିଯାନରେ ଭାଗ ନେବା ପାଇଁ ଶପଥ ପାଠ କରାଇଥିଲେ । ରାସ୍ତା ଦୁର୍ଘଟଣା ଓ ନିୟନ୍ତ୍ରଣ କ୍ଷେତ୍ରରେ ଦୀର୍ଘ ୧୫ ବର୍ଷରୁ ଉଦ୍ଧ୍ୱର୍ କାମ କରି ଆସୁଥିବା ‘ଫୋରମ୍ ଫର୍ ପ୍ରିଭେନ୍ସନ ଅଫ୍ ରୋଡ଼ ଆକ୍ସିଡ଼େ’ର ସମ୍ପାଦକ ଶ୍ରୀଯୁକ୍ତ ବିକାଶ ମହାପାତ୍ରଙ୍କୁ ‘ପ୍ରଥମ ଗିରିଜା ମେମୋରିଆଲ ଆୱାର୍ଡ଼-୨୦୧୯’ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଡଃ ବିକାଶ ଦାସଙ୍କ ଅଧ୍ୟକ୍ଷତାରେ ଏହି କାର୍ଯର୍୍ୟକ୍ରମ କରାଯାଇଥିଲା । ଏଥିରେ ଅନ୍ୟାନ୍ୟ ସଦସ୍ୟ ନିହାରିକା ପଟ୍ଟନାୟକ, ଶୁଭଶ୍ରୀ ଦାସ, ତୁଷାରକାନ୍ତୀ, ଜ୍ୟୋତ୍ସ୍ନା ନାୟକ, ସାଗର ସୁନ୍ଦର ଦାସ, ଚୁମ୍କି ଘୋଷାଲ, ରୋଜା ଘୋସ ପ୍ରମୁଖଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା ।

Leave a Reply

Your email address will not be published. Required fields are marked *