ଲଦାଖରେ ଦେଶରେ ପ୍ରଥମ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ – ଅମିତ ଶାହ

ଲଦାଖରେ ଦେଶରେ ପ୍ରଥମ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ – ଅମିତ ଶାହ
ଏହି ପଦକ୍ଷେପ ଲଦାଖର ଉର୍ଜା ଆବଶ୍ୟକତାକୁ ପୂରଣ କରିବ – ଧର୍ମେନ୍ଦ୍ର ପ୍ରଧାନ
 ଲଦାଖର ଅର୍ଥନୀତି ଓ ଲୋକଙ୍କ ଜୀବନଶୈଳିକୁ ଗତି ଦେବ
 ଆଗାମୀ ଦିନରେ ଲଦାଖର ବିକାଶରେ ବହୁତ ବଡ ପରିବର୍ତନ ହେବ
 ଆଗାମୀ ୪ ବର୍ଷ ମଧ୍ୟରେ ଲଦାଖରେ ୫୦ ହଜାର କୋଟି ବ୍ୟୟରେ ଦେଶର ସର୍ବବୃହତମ ସୌର ପ୍ରକଳ୍ପ
ପ୍ରତିଷ୍ଠା ହେବ
 ଲଦାଖରେ ଅତ୍ୟଧିକ ଶୀତ କାରଣରୁ ଡିଜେଲ୍ ବରଫ ଆକାର ସମସ୍ୟାର ସ୍ଥାୟୀ ସମାଧାନ ଉଦ୍ୟମ
 ଆଇଓସିଏଲ୍ ଦ୍ୱାରା ପାନିପଥ ରିଫାଇନାରୀରେ ନିର୍ମିତ ସ୍ୱତନ୍ତ୍ର ଶୀତକାଳୀନ-ଗ୍ରେଡ୍ ଡିଜେଲ୍ -୩୩ ଡିଗ୍ରୀ
ତାପମାତ୍ରାରେ ମଧ୍ୟ ରହିବାର କ୍ଷମତା ରହିଛି
ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୧୭ – ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଭିଡିଓ
କନଫରେନ୍ସିଂ ମାଧ୍ୟମରେ ଲଦାଖରେ ଦେଶରେ ପ୍ରଥମ ଆଇଓସିଲ ଦ୍ୱାରା ତିଆରି ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ-
ଗ୍ରେଡ୍ ଡିଜେଲ୍ ଯୋଗାଣର ଶୁଭାରମ୍ଭ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ହୋଇଯାଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ପଦକ୍ଷେପ ପାଇଁ ଭାରତ ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଧନ୍ୟବାଦ
ଦେବା ସହ ଏହି ଐତିହାସିକ ପଦକ୍ଷେପ ଦ୍ୱାରା କେନ୍ଦ୍ର ଶାସିତ ଅଂଚଳ ଲଦାଖର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ
ହୋଇଛି । ଏହି ପଦକ୍ଷେପ ଲଦାଖର ଅର୍ଥନୀତି ଓ ଲୋକଙ୍କ ଜୀବନଶୈଳିକୁ ଗତି ଦେବ । ଆଗାମୀ ଦିନରେ ଲଦାଖର
ବିକାଶରେ ବହୁତ ବଡ ପରିବର୍ତନ ହେବ ବୋଲି ଶ୍ରୀ ଶାହ କହିଛନ୍ତି । ସେହିପରି ଆଗାମୀ ୪ ବର୍ଷ ମଧ୍ୟରେ
ଲଦାଖରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବ୍ୟୟରେ ଦେଶର ସର୍ବବୃହତମ ତଥା ୭୫୦୦ ମେଗାଓା୍ୱଟର ସୌର
ପ୍ରକଳ୍ପ ଶେଷ ହେବ । ଏହା ଦ୍ୱାରା ଲଦାଖର କେବଳ ବିକାଶ ହେବ ନାହିଁ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ।
ସେହିପରି ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ
ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି କାରଣୁ ଦେଶରେ ପ୍ରଥମ ଥର ପାଇଁ ଏପରି ପଦକ୍ଷେପ
ନିଆଯାଇପାରିଛି । ମୋଦିଙ୍କ ନେତୃତ୍ୱରେ ନିଆଯାଇଥିବା ପଦକ୍ଷେପ ଲଦାଖର ଉର୍ଜା ଆବଶ୍ୟକତାକୁ ପୂରଣ କରିବ
ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *