ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଆଜି

ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଆଜି

ଭୁବେନେଶ୍ୱର:ରାଉରକେଲା : ସ୍ଥାପିତ ହୋଇସାରିଛି ପ୍ରତିମୂର୍ତ୍ତି। ଲାଗିଯାଇଛି ଫଳକ। କପଡ଼ାରେ ଘୋଡ଼େଇ ଦିଆଯାଇଛି ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ। ଗତ କିଛିଦିନରୁ ଦିନରାତି କାମ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଚାଲିଛି ସାଜସଜ୍ଜା। ଝଲସୁଛି ଉଦ୍ୟାନ। ଆଜି ସକାଳେ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଲୋକାର୍ପିତ ହେବ ଉଦ୍ୟାନ, ଉନ୍ମୋଚିତ ହେବ ପ୍ରତିମୂର୍ତ୍ତି। କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଆସି ଏହି ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ବୋଲି ପ୍ରଚାର ଚାଳିଥିଲେ ମଧ୍ୟ ବାସ୍ତବରେ ମନ୍ତ୍ରୀଙ୍କ କୌଣସି ଗସ୍ତ କାର୍ଯ୍ୟକ୍ରମ ହୋଇନାହିଁ। ସଂସଦୀୟ ପ୍ରତିିରକ୍ଷା କମିଟିର ଅଧ୍ୟକ୍ଷ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ। ଏହି ଅବସରରେ ସେଲ୍‌ ତଥା ଆରଏସ୍‌ପିର ବରିଷ୍ଠ ଅଧିକାରୀ, ଜିଲା ପ୍ରଶାସନର ଅଧିକାରୀ ଓ ସାଧାରଣଜନତାଙ୍କୁ ଉପସ୍ଥିତ ରହିବା ପାଇଁ ଆମନ୍ତ୍ରଣ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ କାର୍ଯ୍ୟକ୍ରମ ହେବ। ଆସନ୍ତାକାଲି ବୁଧବାର ସକାଳ ୯ଟାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *