ମିରାମ୍ବିକା ତରଫରୁ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ

ମିରାମ୍ବିକା ତରଫରୁ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ


ଭୁବନେଶ୍ୱର,୧୨.୧: ମିରାମ୍ବିକା ତରଫରୁ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ·ଲିଥିବା ଓଡ଼ିଶା ଅଣୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟାଗ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୦ ପରିସରରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡଃ ଲିତା ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଓଏସ୍ଆଇସିର ଅଧ୍ୟକ୍ଷ ଚିନ୍ମୟ ସାହୁ ଏବଂ ଓଏସ୍ଏଫ୍ସିର ପରି·ଳନା ନିର୍ଦ୍ଦେଶକ ପି.କେ ଜେନା, ଓଏସ୍ଆଇସିର ପରି·ଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ସାହାଣୀ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ମିରାମ୍ବିକା ତରଫରୁ ବିଗତ କିଛିବର୍ଷ ଧରି ମହିଳାମାନଙ୍କୁ ସଶକ୍ତିକରଣ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସେମାନଙ୍କୁ ସ୍ୱାବଲମ୍ବି ତଥା ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଦିଗରେ ପଦକ୍ଷେପ ନେଇଛି । ସମ୍ପ୍ରତି ସମାଜରେ ବଢି ·ଲିଥିବା ପରିବେଶ ପ୍ରଦୂଷଣ ତଥା ପଲିଥିନ୍ ବର୍ଜନକୁ ଆଖି ଆଗରେ ରଖି ପେପର ବ୍ୟାଗ୍ ତିଆରି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତିକରଣ କରାଯାଉଛି ବୋଲି ମିରାମ୍ବିକାର ପ୍ରତିଷ୍ଠାତା ଜୀବନ ଜ୍ୟୋତି ବାରିକ ମତପୋଷଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପେପର ବ୍ୟାଗ୍ ମାଧ୍ୟମରେ ସଶକ୍ତିିକରଣ ହୋଇଥିବା ୧୦ ଜଣ ମହିଳାଙ୍କୁ ମିରାମ୍ବିକା ତରଫରୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅନ୍ୟୁନ ୫୦୦ ଜଣ ମହିଳାଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇ ସଶକ୍ତିକରଣ କରାଯାଇଥିଲା ବୋଲି ପ୍ରତିଷ୍ଠାତା ଶ୍ରୀଯୁକ୍ତ ବାରିକ ସୂଚନା ଦେଇଛନ୍ତି । ମିରାମ୍ବିକା ତରଫରୁ ରରାଜ୍ୟର ୩୦ ଲକ୍ଷ ମହିଳାଙ୍କୁ ପେପର ବ୍ୟାଗ ମାଧ୍ୟମରେ ସ୍ୱାବଲମମ୍ବୀ କରାଯାଇଛି ।

Leave a Reply

Your email address will not be published. Required fields are marked *