ଶ୍ରୀମନ୍ଦିର ରାଧାକୃଷ୍ଣ ମନ୍ଦିରରେ ହେଲା ୬୭୫ ପ୍ରକାରର ବ୍ୟଞ୍ଜନଭୋଗ।

ଶ୍ରୀମନ୍ଦିର ରାଧାକୃଷ୍ଣ ମନ୍ଦିରରେ ହେଲା ୬୭୫ ପ୍ରକାରର ବ୍ୟଞ୍ଜନଭୋଗ।

ପୁରୀ: ଆଜି ହେଉଛି ବ୍ୟଞ୍ଜନ ଦ୍ୱାଦଶୀ । ମାର୍ଗଶୀର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବ୍ୟଞ୍ଜନ ଦ୍ୱାଦଶୀ ଅନୁଷ୍ଠିତ ହୋଇଥାଏ । ଏହି ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ରାଧାକୃଷ୍ଣ ମନ୍ଦିରରେବିଭିନ୍ନ ରକମର ସୁସ୍ୱାଦ ବ୍ୟଞ୍ଜନ ଭୋଗ କରାଯିବାର ବିଧି ରହିଛି ।ଆଜିର ଏହି ବିଶେଷ ତିଥିରେ ଗୌଡୀୟ ଓ ବୈଷ୍ଣବ ସଂପ୍ରଦାୟ ମଠମାନଙ୍କରେ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ରାଧା କୃଷ୍ଣଙ୍କ ପାଖରେ ଭୋଗ କରାଯାଇଛି। ଏହି ଉପଲକ୍ଷେ ପୁରୀର ଗୌରବିହାର ପରିସରରେ ପ୍ରସ୍ତୁତ ହୋଇଥିଲା ପ୍ରାୟ ୬୭୫ ପ୍ରକାରର ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନ।

Leave a Reply

Your email address will not be published. Required fields are marked *