ଦେବଭାଇ ଏକ ବିସ୍ମୟ ପ୍ରତିଭା ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ବକ୍ତବ୍ୟ

ଦେବଭାଇ ଏକ ବିସ୍ମୟ ପ୍ରତିଭା
ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ବକ୍ତବ୍ୟ

ଭୁବନେଶ୍ୱର,୨୪.୧୨ : ଓଡ଼ିଶା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଓଡ଼ିଶାର ବିଶିଷ୍ଟ ଜନନେତା, ଓଡ଼ିଶାରେ ବିଜେପି ଦଳର ପ୍ରତିଷ୍ଠାତା, ସାଧାରଣ ସମ୍ପାଦକ, ପ୍ରଚଣ୍ଡ ସ୍ୱାଭିମାନୀ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ପୂଜ୍ୟ ପ୍ରଣାମ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଆଜି ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।
ପ୍ରାରମ୍ଭିକ ସୂଚନା ଦେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ପ୍ରାରମ୍ଭିକ ସୂଚନା ଦେଇ କହିଲେ ଯେ, ଦେବେନ୍ଦ୍ର ପ୍ରସାଦ ଦାସ ଥିଲେ ପ୍ରକୃତରେ ଉକ୍ରଳ ଓ ଚେତନାର ମଣି । ଓଡ଼ିଶା ଭାଷା ସାହିତ୍ୟ ପାଇଁ ନିଜକୁ ସମର୍ପଣ କରିଥିଲେ ।
ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, ପ୍ରଫୁଲ୍ଲ ଚନ୍ଦ୍ର ସାମଲ କହିଲେ ଯେ, ସମାଜରୁ ଦୁର୍ନୀତି, ଭ୍ରଷ୍ଟା·ର ବିରୁଦ୍ଧରେ ତାଙ୍କର ସଂଗ୍ରାମ ଆମକୁ ସବୁବେଳେ ମନେ ରଖିବ । ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଡଃ ବିମଳେନ୍ଦୁ ମହାନ୍ତିି, ପୂର୍ବ ପ୍ରଶାସକ ସହଦେବ ଜୟସିଂହ, ପ୍ରଧ୍ୟାପକ ନରେନ୍ଦ୍ର ପ୍ରସାଦ ଦାସ, କମାଣ୍ଡର ନନ୍ଦକିଶୋର ସାମଲ, ପ୍ରଫେସର ବିରେନ୍ଦ୍ର ପ୍ରସାଦ ଦାସ, ସ୍ତମ୍ଭକାର ତୁଷାରକାନ୍ତ, ଦେବେନ୍ଦ୍ର ପୃଷ୍ଟି, ପ୍ରବୀର ମହାନ୍ତି, ପଦ୍ମଚରଣ ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇ ଦେବଭାଇ ଏକ ବିସ୍ମୟ ପ୍ରତିଭା ଥିଲେ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *