ଜାତୀୟ ଉପକନିଷ୍ଟ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍ ଖୁବ୍ ଉତ୍ସାହର ସହିତ ଭୁବନେଶ୍ୱରରେ ଶୁଭାରମ୍ଭ

ଜାତୀୟ ଉପକନିଷ୍ଟ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍ ଖୁବ୍ ଉତ୍ସାହର ସହିତ ଭୁବନେଶ୍ୱରରେ ଶୁଭାରମ୍ଭ

ଭୁବନେଶ୍ୱର: ୩୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ୫୦୦ରୁ ଅଧିକ ଉଦୀୟମାନ ସଟ୍ଲର ପୂର୍ଣ୍ଣ
ଉତ୍ସାହ ସହ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ନିଜର ଅଭିଯାନ ଆରମ୍ଭ
କରିଛନ୍ତି । ଯାହାକି ଆଜିଠାରୁ ସମକାଳିନ ଭାବେ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଓ ସହିଦ୍ ନଗଦ
ଇଣ୍ଡୋର ହଲ୍ଠାରେ ଆୟୋଜିତ ହୋଇଛି ।
ପ୍ରଥମ ଥର ପାଇଁ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହଯୋଗରେ ଓଡିଶା ଷ୍ଟେଟ୍ ବ୍ୟାଡ୍ମିଣ୍ଟନ
ଆସୋସିଏଶନ (ଓଏସ୍ବିଏ) ଏହି ପ୍ରତିଯୋଗିତାର ପରିଚାଳନା କରୁଛି । ଏହି ଛଅ ଦିନିଆ ପ୍ରତିଯୋଗିତାକୁ ଅସିତ୍
ତ୍ରିପାଠୀ, ମୁଖ୍ୟ ଶାସନ ସଚିବ, ଓଡିଶା ସରକାର, ବ୍ୟାଡ୍ମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଆଇଏ)ର ଉପାଧ୍ୟକ୍ଷ
ଓ ଡି ଶର୍ମା, ଓଏସ୍ବିଏ ଅଧ୍ୟକ୍ଷ ରୋହିତ ପୂଜାରୀ ଓ ଟୂର୍ଣ୍ଣାମେଣ୍ଟ କନ୍ଭେନର ରାଜେଶ ପାଟିଲଙ୍କ ଉପସ୍ଥିତିରେ
ଉଦ୍ଘାଟନ କରାଯାଇଛି ।
ବାଂଲାଦେଶ ଇଣ୍ଟରନ୍ୟାସ୍ନାଲ ଚ୍ୟାଲେଞ୍ଜର ଓମେନ୍ସ ଡବଲ୍ସରେ ରନର୍ସ–ଅପ୍ ହେବା ପରେ ଢାକାରୁ ଫେରି
ଏଠାରେ ପହଞ୍ôଚଥିବା ଓଡିଶାର ଚାମ୍ପିଅନ ଖେଳାଳୀ, ଋତୁପର୍ଣ୍ଣା ପଣ୍ଡା ଏହି ଉଦ୍ଘାଟନ ଉତ୍ସବର ମୁଖ୍ୟ ଆକର୍ଷଣ
ରହିଥିଲେ । ଗୋପୀଚାନ୍ଦ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଋତୁପର୍ଣ୍ଣା ଏଠାରେ ଖୁବ୍ ଉତ୍ସାହିତ ଜଣାପଡୁଥିଲେ
ଏବଂ ନିଜର ସାମ୍ପ୍ରତିକ ଅଭିଜ୍ଞତା ବାଣ୍ଟିବା ସହ ଚଳିତ ପ୍ରତିଯୋଗିତାରେ ଯୁବପୀଢୀର ସଟ୍ଲର୍ଙ୍କୁ ଭଲ ଖେଳିବା ପାଇଁ
ପ୍ରୋତ୍ସାହିତ କରିଥିଲେ ।
ଏହି ପ୍ରତିଯୋଗିତାର ପ୍ରଥମ ଦିନ ଆଜି ୧୫ ଓ ୧୭ ବର୍ଷରୁ କମ୍ ଡବଲ୍ସ ଇଭେଣ୍ଟରେ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍ ସହ
ଆରମ୍ଭ ହୋଇଥିଲା । ଏହାପରେ୧୫ ବର୍ଷରୁ କମ୍ ବାଳକ ଓ ବାଳିକା ସିଙ୍ଗଲ୍ସ ଇଭେଣ୍ଟ ଏକାସଙ୍ଗେ
ଖେଳାଯାଇଥିଲା । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ବ୍ୟାଡ଼ମିଣ୍ଟନରେ ଏକ ଜାତୀୟ ପ୍ରତିଯୋଗିତାର ଆୟୋଜକ
ହୋଇଥିବାରୁ ଉଭୟ ସ୍ଥାନରେ ଆଜି ପ୍ରଥମ ଦିନରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଜଣେ
ବ୍ୟାଡ୍ମିଣ୍ଟନ ଫଲୋଅର ହରିଶ ମିଶ୍ର କହିଛନ୍ତିଯେ, “ସମସ୍ତ ବ୍ୟବସ୍ଥା ଉଚ୍ଚକୋଟୀର ହୋଇଥିବାବେଳେ କିଶୋର
ଖେଳାଳିମାନେ ଉଚ୍ଚମାନର ବ୍ୟାଡ୍ମିଣ୍ଟନ ଖେଳିଥିଲେ । ସେହିପରି ଜଣେ କଲେଜ ଛାତ୍ରୀ ସହେଲି ଦାସ୍ କହିଛନ୍ତିଯେ,
ଷ୍ଟାଡିୟମ ଭିତରେ ମ୍ୟାଚ୍ଗୁଡିକର ଲାଇଭ୍ ଷ୍ଟ୍ରିମିଂ ଖୁବ୍ ଚମକ୍ରାର ରହିଛି । ଏହା ଉପସ୍ଥିତ ଦର୍ଶକଙ୍କୁ ଖେଳାଳି ଓ
ମ୍ୟାଚ୍ର ସ୍କୋର ଜାଣିବାରେ ସହାୟକ ହୋଇପାରୁଛି ।”

Leave a Reply

Your email address will not be published. Required fields are marked *