କୋହଲିଙ୍କ ରେକର୍ଡ

କୋହଲିଙ୍କ ରେକର୍ଡ

ଭୁବନେଶ୍ୱର:କୋଲକାତା: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଐତିହାସିକ ଦିବାରାତ୍ର ବା ପିଙ୍କ୍ ବଲ୍ ଟେଷ୍ଟକୁ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ଏହି ଟେଷ୍ଟକୁ ଇନିଂସ୍ ଓ ୪୬ ରନରେ ଜିତିଛି। କୋହଲିଙ୍କ ନେତୃତ୍ୱରେ ଭାରତର ଏହା କ୍ରମାଗତ ସପ୍ତମ ବିଜୟ। ଚଳିତ ବର୍ଷ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବିଜୟ ଅଭିଯାନ ଆରମ୍ଭ ହୋଇଥିଲା।ଏହା ପରେ ଭାରତ ଲଗାତାର ୬ଟି ଟେଷ୍ଟ ମ୍ୟାଚ୍ ଜିତି ରେକର୍ଡ କରିଛି। ଏହି ମାମଲାରେ କୋହଲି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇଛନ୍ତି। ଧୋନିଙ୍କ ନେତୃତ୍ୱରେ ଭାରତ ଲଗାତାର ୬ଟି ଟେଷ୍ଟ ମ୍ୟାଚ୍ ଜିତିଥିଲା। ଏହାବ୍ୟତୀତ କୋହଲିଙ୍କ ନେତୃତ୍ୱରେ ଭାରତ ୧୧ଟି ଇନିଂସ୍ ବିଜୟ ସହ ନୂଆ ରେକର୍ଡ କରିଛି। ଇନ୍ଦୋର ଟେଷ୍ଟ ଜିତି କୋହଲି ଧୋନି (୯)ଙ୍କ ନାଁରେ ଥିବା ଏହି ରେକର୍ଡକୁ ଭାଙ୍ଗିଥିଲେ। ମହମ୍ମଦ ଆଝାରୁଦ୍ଦିନ ୮ଟି ଏବଂ ସୌରଭ ଗାଙ୍ଗୁଲି ୭ଟି ଇନିଂସ୍ ବିଜୟ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *