୧୩ଟି ରାଜ୍ୟରୁ ୧୯ ଟି ଅନୁଷ୍ଠାନର ୫୦୦ ରୁ ଅଧିକ ପ୍ରତିଭାଗୀମାନେ ୩୪ ପ୍ରକାର ବିଭିନ୍ନ ଖେଳଗୁଡିକରେ ଭାଗ ନେଇଥିଲେ ।

୧୩ଟି ରାଜ୍ୟରୁ ୧୯ ଟି ଅନୁଷ୍ଠାନର ୫୦୦ ରୁ ଅଧିକ ପ୍ରତିଭାଗୀମାନେ ୩୪ ପ୍ରକାର ବିଭିନ୍ନ ଖେଳଗୁଡିକରେ ଭାଗ ନେଇଥିଲେ ।

ଭୁବନେଶ୍ୱର: କଟକ ସଦରରେ ଥିବା ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ପାଞ୍ଚଦିନ ଧରି ଚାଲି ଥିବା ଆଇ.ସି.ଏ.ଆର ପୂର୍ବ କ୍ଷେତ୍ର ଖେଳକୁଦ ପ୍ରତିଯୋଗିତା ୨୨ ନଭେମ୍ବର ୨୦୧୯ ରେ ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ଡଃ ହିମାଂଶୁ ପାଠକ ମୁଖ୍ୟ ଅତିଥି ଭାବେ ଆୟୋଜନ କରାଯାଇଥିବା ବିଭିନ୍ନ ଖେଳର ବିଜେତାମାନଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରିଥିଲେ । ୧୩ଟି ରାଜ୍ୟରୁ ୧୯ ଟି ଅନୁଷ୍ଠାନର ୫୦୦ ରୁ ଅଧିକ ପ୍ରତିଭାଗୀମାନେ ୩୪ ପ୍ରକାର ବିଭିନ୍ନ ଖେଳଗୁଡିକରେ ଭାଗ ନେଇଥିଲେ । ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ.ଆର.ଆର.ଆଇ.) କଟକକୁ ସର୍ବମୋଟ ସ୍କୋର ଆଧାରରେ ସମଗ୍ରଭାବେ କ୍ଷେତ୍ରୀୟ ଚମ୍ପିୟାନ୍ ଟ୍ରଫି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଏନ.ଆର.ଆର.ଆଇ, କଟକକୁ ଫୁଟବଲ, ଭଲିବଲ ଶୁଟିଂ, କବାଡି, ବାସ୍କେଟବଲ, ୪୦୦ ମିଟର ରିଲେ ରେସରେ ସ୍ୱର୍ଣ୍ଣ ପଦକ ମିଳିଛି । ବାରାକ୍ପୁର ସ୍ଥିତ କ୍ରାଇଜାଫ୍ ସଂସ୍ଥାକୁ ଭଲିବଲ ସ୍ମାଶିଂଗରେ ସ୍ୱର୍ଣ୍ଣ ପଦକ, କୋଲକତା ସ୍ଥିତ ନିମଫେଟ ସଂସ୍ଥାକୁ ଟେବୁଲ ଟେନିସ ପୁରୁଷ ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ ସିକିମର ଏନ୍.ଆର.ସ.ି ଅର୍କିଡ ସଂସ୍ଥାକୁ ଟେବୁଲ ଟେନିସ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ମିଳିଛି । ଏହି ପୂର୍ବ କ୍ଷେତ୍ର ଖେଳକୁଦ ପ୍ରତିଯୋଗିତାରେ ଏନ.ଇ.ଏଚ୍, ବାରାପାଣି ସଂସ୍ଥାର ଶ୍ରୀ କୀଟ ବକ ରିୟାଙ୍ଗ୍ କୁ ଶ୍ରେଷ୍ଠ ପୁୁରୁଷ ଖିଲାଡି ଏବଂ ବାରାକ୍ପୁର ସ୍ଥିତ ସିଫରୀ ସଂସ୍ଥାର ସୁଶ୍ରୀ ଅଙ୍କିତା ଘୋଷକୁ ଶ୍ରେଷ୍ଠ ମହିଳା ଖିଲାଡି ଭାବେ ପୁରସ୍କୃତ କରାଯାଇଛି ।
ଉଦ୍ଯାପନ ସମାରୋହ ପ୍ରାରମ୍ଭରରେ କାର୍ଯ୍ୟକ୍ରମ ସଚିବ ଡଃ ରବିନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ପ୍ରଶାସନିକ ଅଧିକାରୀ ଶ୍ରୀ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ ଜି.ଏ.କେ କୁମାର, ଡଃ ସୁପ୍ରିୟା ପ୍ରିୟଦର୍ଶନୀ ଏବଂ ଶ୍ରୀ ସୁନିଲ କୁମାର ଦାସ ପ୍ରମୁଖ ସଭା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *