ଦୁତୀୟ ପ୍ରତିମା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେ-୨୦୨୦ ଉଦ୍ଯାପିତ

ଦୁତୀୟ ପ୍ରତିମା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେ-୨୦୨୦ ଉଦ୍ଯାପିତ

ଭୁବନେଶ୍ୱର,୯.୧:  ଲକ୍ଷ୍ମୀସାଗର କେନାଲ ରୋଡ଼ ନିକଟରେ ଥିବା ଓସ୍କାର ସିଟି ପରିସରରେ ଥିବା ପ୍ରତିମା କଲ୍ୟାଣ ମଣ୍ଡପରେ ଦ୍ୱିତୀୟ ପ୍ରତିମା ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେରେ ଅଂଶଗ୍ରହଣ କରିଥିବା ୮ଟି ଦଳ ମଧ୍ୟରୁ ଭୁବନେଶ୍ୱରର ଓସ୍କାର କ୍ରିକେଟ କ୍ଲବ ଓ ଲାଇଫ୍ ଲାଇନ୍ ଫାଇନାଲକୁ ପ୍ରବେଶ କରିଥିଲେ । କଡ଼ା ସଂଘର୍ଷ ମଧ୍ୟରେ ଲାଇଫ୍ ଲାଇନ୍ ମାତ୍ର ୬ ଓଭରରେ ୬୫ ରନ ସଂଗ୍ରହ କରିଥିଲା । ଜବାବରେ ଓସ୍କାର କ୍ରିକେଟ କ୍ଲବ ସୀମିତ ୬ ଓଭରରେ ୬୬ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଏହି ମ୍ୟାଚ୍ରେ ଓସ୍କାର କ୍ରିକେଟ କ୍ଲବର ଅଧିନାୟକ ବିକ୍ରମ ପ୍ରଧାନ ଟ୍ରଫି ସଂଗ୍ରହ କରିଥିବା ବେଳେ ମ୍ୟାନ୍ ଅଫ ଦ ମ୍ୟାଚ୍ ଓ ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ହୋଇଥିଲେ । ଓସ୍କାର କ୍ରିକେଟ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଯୋଗ ଦେଇଥିଲେ । ଲକ୍ଷ୍ମୀସାଗର ବିକାଶ ମର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ପରିଡ଼ା, ଓସ୍କାର ସିଟିର ସଭାପତି ଦେବେନ୍ଦ୍ର ମହାପାତ୍ର ଖେଳାଳିମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଓସ୍କାର କ୍ରିକେଟ କ୍ଲବର ସଭାପତି ଅନିଲ କୁମାର ପରିଡ଼ା ଓ ସମ୍ପାଦକ ଛତିନ୍ଦ୍ର ରାଉତ ଉକ୍ତ ଟୁର୍ଣ୍ଣାମେକୁ ପରି·ଳନା କରିଥିଲେ ।

Leave a Reply

Your email address will not be published. Required fields are marked *