ସୋସୋ ନୋଡାଲ୍ ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳିନ ସମ୍ବନ୍ଧନା ସଭା ଅନୁଷ୍ଟିତ ।

ସୋସୋ ନୋଡାଲ୍ ପ୍ରାଥମିକ ବିଦ୍ୟାଳୟରେ ବିଦାୟକାଳିନ ସମ୍ବନ୍ଧନା ସଭା ଅନୁଷ୍ଟିତ ।

ଭୁବନେଶ୍ୱର:କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ସୋସୋ ନୋଡାଲ୍ ପ୍ରାଥମିକ ବିଦ୍ୟାଳୟରେ ଏକ ବିଦାୟକାଳିନ ସଭା ଅନୁଷ୍ଟିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ବିଦାୟି ଶିକ୍ଷକ ନନ୍ଦକିଶୋର ଜେନା ଏବଂ ଶିକ୍ଷୟତ୍ରୀ ସଂଯୁକ୍ତା ମଲ୍ଲିକ ଉଦ୍ଦେଶ୍ୟରେ ଅନୁଷ୍ଟିତ ବିଦାୟକାଳିନ ସଭାରେ ମୁଖ୍ୟ ଅତିଥି ଭାବେ ସୋସୋ ସରକାରୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ମନୋଜ ମଞରୀ ମଲ୍ଲିକ ଯୋଗଦେଇ ସଭାର ଶୁଭଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ହାଟଡିହୀ ବ୍ଲକ ଶିକ୍ଷକ ସଂଘ ସଭାପତି ହରମୋହନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଅନାଦି ଚରଣ ନାଏକ, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନ୍ତର୍ଯ୍ୟାମି ରାଉତ, ବାଙ୍ଗୋର ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ସୋସୋ ପଞ୍ଚାୟତ ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ରଙ୍ଗାଧର ସିଂ ପ୍ରମୁଖ ଉପସ୍ଥିତ ହୋଇ ବିଦାୟୀ ଶିକ୍ଷକ ନନ୍ଦକିଶୋର ଜେନା ଏବଂ ଶିକ୍ଷୟତ୍ରୀ ସଞ୍ଜୁକ୍ତା ମଲ୍ଲିକଙ୍କୁ ସମ୍ବନ୍ଧନା ପୂର୍ବକ ତାଙ୍କର କର୍ତ୍ତବ୍ୟନିଷ୍ଟ କର୍ମମୟ ଜୀବନର ଗୁଣଗାନ କରିଥିଲେ। ସୋସୋ ନୋଡାଲ୍ ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ମଞ୍ଜୁଲତା ରାଉତଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଗୀତାଞ୍ଜଳୀ ରାଉତ,ଉଷାରାଣୀ ବାରିକ, ପବିତ୍ର ମୋହନ ବାରିକ୍,ସୁଜିତ୍ କୁମାର ମହାନ୍ତି,ସୁସନ୍ଧ୍ୟାପ୍ରିୟଦର୍ଶନୀ ମହାନ୍ତି,ଲକ୍ଷ୍ମୀପ୍ରିୟା ରାଉତ, ଦମୟନ୍ତୀ ପହି ଏବଂ ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ପାଗଳ ପ୍ରମୁଖ ଯୋଗଦାନପୂର୍ବକ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦାୟକାଳିନ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ତାଙ୍କ ଭାବଗମ୍ଭୀର ବକ୍ତବ୍ୟରେ ଉଭୟ ଶିକ୍ଷକଶିକ୍ଷୟତ୍ରୀଙ୍କ ଛାତ୍ରବତ୍ସଳତା ଉପରେ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *