ସୁରକ୍ଷିତ ଶୈଶବ ଆମ ସମସ୍ତଙ୍କ ଦାୟିତ୍ୱ ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନା ବିରୋଧରେ ପଦଯାତ୍ରା

ସୁରକ୍ଷିତ ଶୈଶବ ଆମ ସମସ୍ତଙ୍କ ଦାୟିତ୍ୱ
ଶିଶୁ ଶ୍ରମ ଓ ଶିଶୁ ନିର୍ଯ୍ୟାତନା ବିରୋଧରେ ପଦଯାତ୍ରା

ଭୁବନେଶ୍ୱର, ୧୭/୧୦- ଶୈଶବର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ । ଶିଶୁମାନେ କୁନି କୁନି ହାତରେ କାମ କରି ନିର୍ଯ୍ୟାତଦାର ଶିକାର ହେବା ବଦଳରେ ଯେଭଳି ପାଠପଢି ଭଲ ମଣିଷ ହେବେ ସେଥିପାଇଁ ଆମେ ସମସ୍ତ ଉଦ୍ୟମ କରିବା ଆବଶ୍ୟକ ବୋଲି ବିଶ୍ୱ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ ଅବସରରେ ଆୟୋଜିତ ପଦଯାତ୍ରା ଓ ଦସ୍ତଖତ ସଂଗ୍ରହ ଅଭିଯାନରେ ସାମିଲ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି । ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୨୫ ସୁଦ୍ଧା ରାଜ୍ୟରୁ ଶିଶୁ ଶମ ପ୍ରଥା ଉଚ୍ଛେଦ ପାଇଁ ସରକାର କାର୍ଯ୍ୟକରୁଥିବା କହିଥିବାବେଳେ ରାଜ୍ୟ ଶ୍ରମ କମିଶନର ନିରଞ୍ଜନ ସାହୁ ଶିଶୁ ନିର୍ଯ୍ୟାତନା ପ୍ରଥାର ବିଲୋପ ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ।

ବିଶ୍ୱ ଶିଶୁ ନିର୍ଯ୍ୟାତନା ନିରୋଧ ଦିବସ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲସ କଲଚରାଲ ସେଣ୍ଟର (ପିକକ) ଓ ରାଜ୍ୟ ସରକାରଙ୍କ ଶ୍ରମ ଓ ଇଏସ୍‍ଆଇ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ପଦଯାତ୍ରା ସ୍ଥାନୀୟ ରାମମନ୍ଦିର ଛକ ନିକଟରୁ ମାଷ୍ଟରକ୍ୟ ଣ୍ଟିନ ପର୍ଯ୍ୟନ୍ତ ଯାଇଥିଲା । ଏହି ପଦଯାତ୍ରା ଓ ଦସ୍ତଖତ ଅଭିଯାନକୁ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ,ଶ୍ରମ କମିଶନର ଶ୍ରୀ ନିରଜଂନ ସାହୁ (ଆଇ ଏ ଏସ୍) ଖେଳ ଅଧିକାର ପ୍ରସାର ପାଇଁ ପିକକ୍‍ର ଗୁଡୱିଲ୍‍ ଆମ୍ବାସେଡର ଅଂଶିକା ରାଉତରାୟ. ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଉଦ୍ଘାଟନ କରିଥିଲେ । ଜିଭିଜିନାଲ ଶ୍ରମ କମିଶନର ପ୍ରଦୀପ କୁମାର ମହାପାତ୍ର, ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ମହିଳା ଶିଶୁ ବିକାଶ ବିଭାଗର ଉପଦ୍ଦେଷ୍ଟା ସୁଲତା ଦେଓ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି, ସହକାରୀ ଲେବର ଅଫିସର ଧରାଶ୍ରୀ ମହାପାତ୍ର, ଓ, ଲେବର ଇନ୍ସପେକ୍ଟର ପ୍ରଭାବର ବିଶ୍ୱାଳ ଓ କାଳୀପୁତ୍ର କୁଳଦୀପ ପ୍ରସାଦ, ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *