ଅବକାରୀ ବିଭାଗର ତ୍ରୈମାସିକ ସମୀକ୍ଷା ବୈଠକ ଭୁବନେଶ୍ୱରସ୍ଥିତ SIRD ପରିସରରେ ପଞ୍ଚାୟତ ସମ୍ବଳକେନ୍ଦ୍ର ସମ୍ମିଳନୀ।

ଅବକାରୀ ବିଭାଗର ତ୍ରୈମାସିକ ସମୀକ୍ଷା ବୈଠକ ଭୁବନେଶ୍ୱରସ୍ଥିତ SIRD ପରିସରରେ ପଞ୍ଚାୟତ ସମ୍ବଳକେନ୍ଦ୍ର ସମ୍ମିଳନୀ।

ଭୁବନେଶ୍ୱର: ଶନିବାର ଦିନ ରାଜ୍ୟ ଅବକାରୀ ବିଭାଗର ତ୍ରୈମାସିକ ସମୀକ୍ଷା ବୈଠକ ଭୁବନେଶ୍ୱରସ୍ଥିତ SIRD ପରିସରରେ ପଞ୍ଚାୟତ ସମ୍ବଳକେନ୍ଦ୍ର ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଅର୍ଥ ଏବଂ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଧ୍ୟକ୍ଷତା କରିଥିଲେ । ଅବକାରୀ ବିଭାଗର ସାସନ ସଚିବ ସୁଶୀଲ କୁମାର ଲୋହାନି, ରାଜ୍ୟ ଅବକାରୀ ଆୟୁକ୍ତ ଅଞ୍ଜନ କୁମାର ମାଣିକ, ଅତିରିକ୍ତ ଶାସନ ସଚିବ ଡଃ. ତ୍ରିବିକ୍ରମ ପ୍ରଧାନ, ପାନୀୟ ନିଗମର ଏମ ଡି ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଯୁଗ୍ମ ଶାସନ ସଚିବ ଶ୍ରୀଯୁକ୍ତ ସାଇଦତ୍ତ ବିପ୍ଲବ, କେଶରୀ ପ୍ରଧାନ, କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଅବକାରୀ ଉପାୟୁକ୍ତଙ୍କ ସହିତ ସମସ୍ତ ଅବକାରୀ ଅଧିକ୍ଷକ ଓ ଅବକାରୀ ଅଧିକ୍ଷକ ଓ ଅବକାରୀ ଗୋଇନ୍ଦା ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଫାଇଭ ଟି ରାଜ୍ୟସରକାରଙ୍କ କାର୍ଯ୍ୟକ୍ରମକୁ ଅବକାରୀ ବିଭାଗରେ ସଫଳ ରୂପାୟନ ପାଇଁ ପରାମର୍ଶ ଦେବାସହ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଓ କମ୍ପ୍ୟୁଟରିକରଣ ମାଧ୍ୟମରେ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ, ସ୍ୱଚ୍ଛ ଓ ଉତ୍ତରଦାୟୀ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏତଦ୍ ବ୍ୟତୀତ ବନ୍ଦଥିବା, ମଞ୍ଜୁରୀପ୍ରାପ୍ତ ମଦ ଦୋକାନ ଗୁଡିକ କିପରି ତୁରନ୍ତ ପୁନ୍ନକାର୍ଯ୍ୟକ୍ଷମ କରାଯାଇ ରାଜସ୍ୱ ଆଦାୟ ବୃଦ୍ଧି କରାଯିବ, ମଦମୃତ୍ୟୁ ରୋକିବାପାଇଁ ଅବକାରୀ ଧରପଗଡକୁ ଆହୁରି ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ୱିତ କରାଯିବ, ଅବକାରୀ ଅଧିକାରୀମାନେ ପ୍ରତ୍ୟେକ ମାସ ମଦ ଦୋକାନ ଗୁଡିକ ନିୟମିତ ପରିଦର୍ଶନ କରି ଅଣଶୁଳ୍କ, ବିଷାକ୍ତ, ବେନିୟମ, ଚୋରା ମଦ୍ୟବିକ୍ରି ଉପରେ ତୀକ୍ଷଣ ନଜର ରଖିବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ଓ ଅଧିକାରୀ ସହଯୋଗରେ ଗଞ୍ଜେଇ ଚାଷ ନଷ୍ଟ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ ।
ଶାସନ ସଚିବ ଶ୍ରୀଯୁକ୍ତ ଲୋହାନି, ଅବକାରୀ ବିଭାଗର ସମସ୍ତ କାର୍ଯ୍ୟ ସମ୍ପାଦାନରେ ବୈଷୟିକ ବିଜ୍ଞାନ କୌଶଳର ସଫଳ ପ୍ରୟୋଗ ପୂର୍ବକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ, ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନକରି ଅବବକାରୀ ରାଜସ୍ୱ ଆଦାୟ ଧାର୍ଯ୍ୟଲକ୍ଷ୍ୟ ପୂରଣ, ବନ୍ଦଥିବା ମଞ୍ଜୁରିପ୍ରାପ୍ତ ଦୋକାନଗୁଡିକୁ ପୁଣି ଖୋଲିବା, ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ଠିକଣା ସମୟରେ ପରିପାଳନ କରିବା, ଅବକାରୀ ଧରପଗଡ ତ୍ୱରାନ୍ୱିତ କରି ଚୋରା ମଦ, ବିଷାକ୍ତ ମଦ, ଅଣଶୁଳ୍କ ମଦ୍ୟ ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ ତଥା ଗଞ୍ଜେଇ, ଅଫିମ, ବ୍ରାଉନ ସୁଗାର ଆଦି ମାରାତ୍ମକ ମାଦକଦ୍ରବ୍ୟ ଗୁଡିକୁ ଜନଜୀବନରେ ସମୂଳେ ବିଲୋପ କରିବାପାଇଁ ଗୁରୁତ୍ୱାରୋପ କରିଥିଲେ । ଅବକାରୀ ଆୟୁକ୍ତ ଶ୍ରୀ ମାଣିକ ସକରାତ୍ମକ ଦୃଷ୍ଟିଭଙ୍ଗୀ ଓ ଅଙ୍ଗୀକାରବଧ ସଂକଳ୍ପସହ ସମସ୍ତ ସରକାରୀ କାର୍ଯ୍ୟ ସୁଚାରୁରୂପେ ଠିକଣା ସମୟରେ ସମ୍ପାଦନ ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଏବଂ ମନ୍ତ୍ରୀ, ଶାସନ ସଚିବ ତଥା ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *