ପ୍ରଫୁଲ୍ଲ ସାର୍ ଙ୍କୁ ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସହାୟତା

ପ୍ରଫୁଲ୍ଲ ସାର୍ ଙ୍କୁ ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସହାୟତା

ଭୂବନେଶ୍ବର:ଅଭାବ ଅନାଟନରେ ପଡି ଭିକ୍ଷାବୃତି କରୁଥିବା ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ମିଶ୍ରଙ୍କ ପାଖରେ ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପହଞ୍ଚି ସହାୟତା ପ୍ରଦାନ କରିଅଛି।ଶ୍ରୀ ମିଶ୍ର ସାର୍ ଙ୍କର ଦୁଃଖ ର୍ଦୁଦଶା କୁ ନେଇ ଭିଭିନ୍ନ ଗଣମାଧ୍ୟମ ତଥା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରାଜ୍ୟ ସଂଘ ତରଫରୁ ତାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରାଯାଇ ତାଙ୍କର ସ୍ବାସ୍ଥ୍ୟାବସ୍ତା ସଂର୍ପକରେ ପଚାରିବୁଝିଥିଲେ।ଏହା ସହିତ ତାଙ୍କୁ ୫୫୦୦ ଟଙ୍କାର ରାସନ୍,ନଗଦ ୧୩୦୦୦ ଟଙ୍କା ଏବଂ ପିନ୍ଧିବାକୁ ବସ୍ତ୍ର ମଧ୍ୟ ସହାୟତା ରୂପକ ପ୍ରଦାନ କରାଯାଇଅଛି।ରାଜ୍ୟ ସଂଘର ସଭାପତି ଶ୍ରୀଯୁକ୍ତ ଶୁଭ୍ରଜିତ୍ ପ୍ରତିହାରୀଙ୍କ ଆହ୍ବାନ କ୍ରମେ ଶ୍ରୀଯୁକ୍ତ ରାଜେନ୍ଦ୍ର ମଲ୍ଲିକ୍ ଏବଂ ଅନ୍ତର୍ଯ୍ୟାମି ସାହୁ ସାର୍ ପ୍ରଫୁଲ୍ଲ ମିଶ୍ର ସାର୍ ଙ୍କୁ ଭେଟି ସହାୟତା ପ୍ରଦାନ କରିଥିଲେ।ଏହା ଛଡା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ପ୍ରଶାସନ ମାଧ୍ୟମରେ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଥିବା ସହ ଶ୍ରୀ ମିଶ୍ର ସାର୍ ଙ୍କର ସମସ୍ତ ବିଷୟ ବସ୍ତୁକୁ ଗୁରୁତ୍ବ ଦେଇ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଥିଲା।ମାନ୍ୟବର ମନ୍ତ୍ରୀ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ସମସ୍ୟାର ସମାଧାନ ନିମନ୍ତେ ସବୁ ସମୟରେ ଚେଷ୍ଟିତ ଥିବାରୁ ତାଙ୍କୁ ଆମ ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି,ସଭାପତି ଶୁଭ୍ରଜିତ୍ ପ୍ରତିହାରୀ ,କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା,ଦେବାଶିଷ ନାୟକ,ସଂପାଦକ ନିରୋଦ ରଥ,କାର୍ଯ୍ୟକାରୀ ସଂପାଦକ ବିଶ୍ବଜିତ୍ ବିଶ୍ବାଳ,ସହ-କୋଷାଧ୍ଯକ୍ଷ ଗୋମେଇ କିଷାନ୍,ଉପ-ସଭାପତି ସୌମ୍ୟରଞ୍ଜନ୍ ପ୍ରଧାନ,ସୌମ୍ୟରଞ୍ଜନ୍ ମଲ୍ଲିକ୍,ଅଜୟ କୁମାର ସାହୁ,ଶିବସଙ୍କର ସାମଲ୍,ମନୋହର ଦାସ,ଦିଲ୍ଲିପ୍ ବରିହା,ପ୍ରତାପ୍ ସାମଲ୍,ସୁବ୍ରତ ଲେଙ୍କା,ଶୁଭସୁନ୍ଦର ପଣ୍ଡା,ଚନ୍ଦ୍ରକାନ୍ତ ଜେନା,ଜନକ କୁମାର ସାହୁ,ରାୟଗୁପ୍ତା ବିଶ୍ବାଳ ତଥା ସମସ୍ତ କର୍ମକର୍ତ୍ତା ଖୁସି ବ୍ୟକ୍ତ କରିବା ସହ ଧନ୍ୟବାଦ୍ ଅର୍ପଣ କରିଛନ୍ତି॥

Leave a Reply

Your email address will not be published. Required fields are marked *

Please wait...

Subscribe to our newsletter

Want to be notified when our article is published? Enter your email address and name below to be the first to know.