ଜାନୁଆରୀ ୩୧ରେ ଆୟୋଜିତ ହେବାକୁ ଥିବା “ଭିକ୍ଷା ନୁହେଁ ଶିକ୍ଷା’

ଜାନୁଆରୀ ୩୧ରେ ଆୟୋଜିତ ହେବାକୁ ଥିବା “ଭିକ୍ଷା ନୁହେଁ ଶିକ୍ଷା’ ସ୍ଲେଗାନ୍ ନେଇ ଗଣ ପଦଯାତ୍ରାରେ ଯୋଗଦେବାକୁ ନିବେଦନ

ଭୁବନେଶ୍ୱର, ତା ୧୧.୦୧.୨୦୨୦ : ସାମାଜିକ ସଙ୍ଗଠନ କର ଫାଉଣ୍ଡେସନ୍ ତରଫରୁ ଭୁବନେଶ୍ୱରସ୍ଥିତ ସ୍ଥାନୀୟ ଲୋହିଆ ଏକାଡେମୀରେ ଜାନୁଆରୀ ୩୧ରେ ଜାତୀୟ ପଥପ୍ରାନ୍ତ ଶିଶୁ ଦିବସ ଉପଲକ୍ଷେ ଆୟୋଜିତ ହେବାକୁ ଥିବା “ଭିକ୍ଷା ନୁହେଁ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । କର ଫାଉଣ୍ଡେସନ୍ର ଅଧ୍ୟକ୍ଷ ଅଭିନେତା ଚନ୍ଦନ କର ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଥିଲେ ଯେ, ର୍ବମାନ ସମୟରେ ପଥପ୍ରାନ୍ତ ଶିଶୁଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ ସମୟରେ ଟ୍ରାଫିକ୍, ମନ୍ଦିର, ପାର୍କ ତଥା ବିଭିନ୍ନ ଅନୁଷ୍ଠାନମାନଙ୍କରେ ଏହି ଶିଶୁଗୁଡ଼ିକ ଭିକ୍ଷା ମାଗୁଥିବାର ଦେଖାଯାଏ । ଯଦି ସମାଜରେ ଥିବା ସବଳ ବା ପ୍ରତିଷ୍ଠିତ ବ୍ୟକ୍ତି ବା ଅନୁଷ୍ଠାନ ଏହିଭଳି କିଛି ପିଲାଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଭୃତିର ଯତ୍ନ ନିଅନ୍ତି, ତାହାଲେ ଏହି ଷ୍ଟ୍ରିଟ୍ ଚିଲଡ୍ରେନ୍ମାନଙ୍କ ସାମାଜିକ ପରିସ୍ଥିତିରେ ସୁଧାର ଆସିବ । ଏଥିପାଇଁ ଆସନ୍ତା ଜାନୁଆରୀ ୩୧ରେ (ଜାତୀୟ ପଥପ୍ରାନ୍ତ ଶିଶୁ ଦିବସ) ରେ ଭୁବନେଶ୍ୱରରେ ଗଣ ପଦଯାତ୍ରା ର ଆୟୋଜନ କରାଯିବ । ଆୟୋଜନରେ ଭାଗ ନେଇଥିବା ସମସ୍ତ ବ୍ୟକ୍ତି “ଭିକ୍ଷା ନୁହେଁ ଶିକ୍ଷା’ ଲେଖାଯାଇଥିବା ଟି-ସାର୍ଟ ପିନ୍ଧି ପଦଯାତ୍ରା କରିବା ସହ ଶେଷରେ ପଥପ୍ରାନ୍ତ ଶିଶୁଙ୍କ ଉନ୍ନତି ପାଇଁ ଆଲୋଚନା କରାଯିବ । ଏଥିରେ ସମାଜର ସବୁ ବର୍ଗ ଯଥା – ରାଜନୈତିକ ବ୍ୟକ୍ତି, ଅଭିନେତା, ସାମ୍ବାଦିକ, କ୍ରୀଡ଼ାବିତ୍, ପ୍ରଶାସନିକ ଅଧିକାରୀ, ଯୁବଛାତ୍ର ନେତୃତ୍ୱ, ସମାଜସେବୀ, ଡାକ୍ତର, ଓକିଲ, ମହିଳା ପ୍ରଭୃତି ଭାଗନେଇ କିଛି ଷ୍ଟ୍ରିଟ୍ ଚିଲଡ୍ରେନ୍ଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ନିବେଦନ । ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଚାହୁଁଥିଲେ ମୋବାଇଲ ନଂ. ୮୭୬୩୭୨୩୭୭୨ ରେ ଯୋଗାଯୋଗ କରିବାକୁ ଅନୁରୋଧ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ସ୍ୱରୂପ, ଶେଖର ମହାନ୍ତି, ମୀର ଅଲ୍ଲୀ, ଅରବିନ୍ଦ କାନୁନ୍ଗୋ, ଦୀପକ ନାୟକ, ନଳିନୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *