ଭାରତୀୟ କଳା ଓ ସଂସ୍କୃତିର ଉତ୍ଥାନ ପାଇଁ ବିଦ୍ୟାର୍ଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ନିଧି ତ୍ରିପାଠୀ

ଭାରତୀୟ କଳା ଓ ସଂସ୍କୃତିର ଉତ୍ଥାନ ପାଇଁ ବିଦ୍ୟାର୍ଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ନିଧି ତ୍ରିପାଠୀ
(ପ୍ରତିଭାସଙ୍ଗମର ଉଦ୍ଘାଟନ ଉତ୍ସବ)

ଭୁବେନେଶ୍ୱର:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାଂସ୍କୃତିକ ଗତିବିଧି, ରାଷ୍ଟ୍ରୀୟ କଳା ମଂଚ ଓଡିଶା ପକ୍ଷରୁ ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ ପ୍ରତିଭା ସଙ୍ଗମର ଜାତୀୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ନୀଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଆଜି ଉଦ୍ଘାଟିତ ହୋଇଯାଇଛି । ୨୬,୨୭ ଏବଂ ୨୮ ତିନି ଦିନ ଧରି ହେବାକୁ ଥିବା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସାରା ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ କଲେଜ କ୍ୟାମ୍ପସରୁ ୧୦୦୦ ରୁ ଉଦ୍ଧ ର୍ କଳାକାର ଛାତ୍ରଛାତ୍ରୀମାନେ ଦେଇଛନ୍ତି । ଆମର କଳା, ସଂସ୍କୃତି, ଲୋକନୃତ୍ୟ, ଚିତ୍ରକଳାକୁ ବଜାଇ ରଖିବା ଏବଂ ବିଦ୍ୟାର୍ଥୀ ମାନଙ୍କର ପ୍ରତିଭାର ସର୍ବାଙ୍ଗୀନ ବିକାଶ ପାଇଁ ରାଷ୍ଟ୍ରୀୟ କଳା ମଂଚ ତରଫରୁ ପ୍ରତି ଦୁଇ ବର୍ଷରେ ଥରେ ଏହିି ଭଳି କାର୍ଯ୍ୟକ୍ରମ ହୋଇ ଆସୁଛି । ଭାରତୀୟ କଳା ଯଥା ନୃତ୍ୟ, ସଙ୍ଗୀତ, ଅଭିନୟ, ଚିତ୍ରକଳା ସ୍ୱରଚିତ କବିତା ଆବୃତି, ରଙ୍ଗୋଲିି ଆଦିରେ ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଏହା ଏକ ଅନନ୍ୟ ମାଧ୍ୟମ । ୨୦୦୬ ରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରତିଭା ସଙ୍ଗମ କାର୍ଯ୍ୟକ୍ରମ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ କେବଳ ପ୍ରତିଯୋଗିତା କରାଏ ନାହିଁ ବରଂ ଓଡିଶା ତଥା ଜାତୀୟ ସ୍ତରର ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରତିଯୋଗିତା ଏବଂ ପ୍ରଦର୍ଶନ ମାଧ୍ୟମରେ ଯୁବ ବିଦ୍ୟାର୍ଥୀ କଳାକାର ମାନଙ୍କର ପ୍ରତିଭା ବିକାଶ କରାଯାଏ ।
ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ (ରାଜ୍ୟସଭା) ଓ ବିଶିଷ୍ଟ ସ୍ଥାପତ୍ୟ ବିଶାରଦ ପଦ୍ମ ବିଭୁଷଣ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର ଯୋଗଦେଇ ଭାରତୀୟ କଳା ସଂସ୍କୃତିକୁ ଶ୍ରେଷ୍ଠତ୍ୱରେ ପହଂଚାଇବା ପାଇଁ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସୁଶ୍ରୀ ନିଧି ତ୍ରିପାଠୀ ଯୋଗ ଦେଇ ପ୍ରତିଭା ସଙ୍ଗମର ବିଶେଷତା ଉପରେ ଆଲୋକ ପାତ କରିଥିଲେ ।

ରାଷ୍ଟ୍ରୀୟ କଳା ମଂଚର ଅଖିଳ ଭାରତୀୟ ପ୍ରମୁଖ ଶ୍ରୀମାନ ତନ୍ମୟ ଦାଶ ଭାରତୀୟ କଳା ସଂସ୍କୃତିର ଉତ୍ଥାନ ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ଉଚିତ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ରାଷ୍ଟ୍ରୀୟ କଳାମଂଚ ଆଗକୁ ଆଣିବ ବୋଲି କହିଛନ୍ତି । ବିଶିଷ୍ଟ ଅତିଥୀ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଅଭିନୟ ବିଦ୍ୟାଳୟ ବନାରସର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଜୀ ବାଲି, ପୂର୍ବତନ ସାଂସଦ ଓ ବିଶିିଷ୍ଟ ଚଳଚିତ୍ର ଅଭିନେତା ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ଓଡିଶା ଚଳଚିତ୍ର ନିଗମର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବ୍ରତ ତ୍ରିପାଠୀ, ବିଶିଷ୍ଟ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ସୁନାମଧନ୍ୟ ଚଳଚିତ୍ର ଅଭିନେତା ଶ୍ରୀଯୁକ୍ତ ବାବୁସାନ ମହାନ୍ତି, ବିଶିଷ୍ଟ ବ୍ୟଙ୍ଗକବି ଶ୍ରୀଯୁକ୍ତ ଜ୍ଞାନ ହୋତା, ସ୍ୱାଗତ ସମିତିର ସାଧାରଣ ସମ୍ପାଦିକା ନୃତ୍ୟ ଶିଳ୍ପୀ ଶ୍ରୀମତୀ ପଦ୍ମିନୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱାଗତ ସମିତିର ଅଧ୍ୟକ୍ଷ ବିଶିଷ୍ଟ ଅଭିନେତା ଶ୍ରୀଯୁକ୍ତ ଅଜିତ ଦାଶ ସ୍ୱାଗତ ଭାଷଣ ଦେଇ ଥିବା ବେଳେ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସଂପାଦକ ଶ୍ରୀମାନ ଶଶୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଷ୍ଟ୍ରୀୟ କଳା ମଂଚର ଓଡିଶା ପ୍ରାନ୍ତ ସଂଯୋଜକ ସୌମ୍ୟ ରଞ୍ଜନ ବଡପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ରାକେଶ ପାଢୀ ଉପସ୍ଥିତ ଥିଲେ ।
ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯକ୍ରମ ୨୬ ତାରିଖ ସଂନ୍ଧ୍ୟା ୬ ଘଟିକାରୁ ଆରମ୍ଭ ହୋଇଥିବା ବେଳେ ୨୮ ତାରିଖ ସଂନ୍ଧ୍ୟା ୫ଟା ୩୦ରେ ଉଦ୍ଯାପିତ ହେବା ଏହି ପ୍ରତିଯୋଗିତା ରେ ସମୁଦାୟ ୯ଟି ବିଭାଗରେ ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ । ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରର ବହୁ ସୁନାମଧନ୍ୟ ବିଚାରକ ବୃନ୍ଦ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *