ସମାଜସେବୀ ସୁବୋଧ ମିଶ୍ରଙ୍କୁ ଅଟଳ ସମାଜସେବୀ ସମ୍ମାନ-୨୦୧୯

ଚତୁର୍ଥ ଅଟଳ ସମ୍ମାନରେ ସମ୍ମାନୀତ ହେବେ ପ୍ରଶାନ୍ତ ସେନାପତି
ବିଶିଷ୍ଟ ରାଷ୍ଟ୍ରବାଦୀ କବି ବିରଂଚି ନାରାୟଣ ପାଙ୍କୁ ଅଟଳ କବିତା ସମ୍ମାନ-୨୦୧୯
ସମାଜସେବୀ ସୁବୋଧ ମିଶ୍ରଙ୍କୁ ଅଟଳ ସମାଜସେବୀ ସମ୍ମାନ-୨୦୧୯
ଭୁବନେଶ୍ୱର ତା ୨୩/୧୨: ୧୯୨୪ ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁୁ ସୁଶାସନ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମ ଦିବସ ପାଳନ ସହ ଏହି ଅବସରରେ ସମ୍ମାନ ଜନକ ଅଟଳ ସମ୍ମାନ – ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ପଂଚାନନ ନାୟକ ଜଣାଇଛନ୍ତି ।
ଚଳିତ ବର୍ଷ ବରିଷ୍ଠ ସମାଜସେବୀ ତଥା ସାମାଜିକ ଆନ୍ଦୋଳନର ନେତା ଶ୍ରୀ ପ୍ରଶାନ୍ତ ସେନାପତିଙ୍କୁ ଚତୁର୍ଥ ଅଟଳ ସମ୍ମାନ -୨୦୧୯ ସମ୍ମାନରେ ସମ୍ମାନୀତ କରାଯିବ । ସେହିପରି ବିଶିଷ୍ଟ ରାଷ୍ଟ୍ରବାଦି କବି ଶ୍ରୀ ବିରଂଚି ନାରାୟଣ ପାଙ୍କୁ ଅଟଳ କବିତା ସମ୍ମାନ -୨୦୧୯ ରେ ସମ୍ମାନୀତ କରାଯିବ । ଶ୍ରୀ ପା ଓଡିଆ ଭାଷାରେ ରାଷ୍ଟ୍ରବାଦୀ କବିତା ଲେଖିବା ସହ ସମାଜର ବ୍ୟବସ୍ଥା ପରିବର୍ତନ ଓ ସଂସ୍କୃତିର ସୁରକ୍ଷା ପାଇଁ ଚେଷ୍ଟିତ ଅଛନ୍ତି । ସେହିପରି ବିଶିଷ୍ଟ ସମାଜସେବୀ ଶ୍ରୀ ସୁବୋଧ ମିଶ୍ରଙ୍କୁ ଅଟଳ ସମାଜସେବୀ ସମ୍ମାନ -୨୦୧୯ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ । ଶ୍ରୀ ମିଶ୍ର ସାମାଜସେବାରେ ନିଜକୁ ଉର୍ଗ କରି ଗରୀବ ଯୁବକ ଯୁବତୀମାନଙ୍କ ଆତ୍ମନିଯୁକ୍ତି ପାଇଁ ପ୍ରୟାସରତ ଅଛନ୍ତି ।
ରାଜ୍ୟ କାର୍ଯାଳୟରେ ଆସନ୍ତା ଡିସେମ୍ବର ୨୫ ତାରିଖ ଅପରାହ୍ଣ ୪ଟାରେ ଏହି ଅଟଳ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ ଯୋଗଦେବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *