ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ

ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ
ନିରଞ୍ଜନ ସେଠୀଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ‘ଓଡ଼ିଶା ପ୍ରତିଭା ପୂଜା ସଂସଦ’ପକ୍ଷରୁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ଭାବେ ସମ୍ମାନିତ କରାଯାଇଛି । ଗତକାଲି ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନିର୍ଦ୍ଦେଶକକୃପାସିନ୍ଧୁ ମିଶ୍ର, ଅନୁଷ୍ଠାନର ସାଧାରଣ ସଂପାଦକ ଦିଲ୍ଲୀପ କୁମାର ଦାସ ଓ ଅନୁଷ୍ଠାନର ଲୋକସଂପର୍କ ବିଭାଗର
ସଂପାଦକ କମଳାକାନ୍ତ ଦାଶ ଶ୍ରୀ ସେଠୀଙ୍କୁ ମାନପତ୍ର, ଶାଲ ଓ ଟ୍ରଫି ପ୍ରଦାନକରି ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ
ଯେ, ଗତ ୧୫ ତାରିଖରେ କଟକ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠାନର ୧୯ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ
ଅନୁଷ୍ଠିତ ହୋଇଥିଲା । ଶ୍ରୀ ସେଠୀଙ୍କୁ ୨୦୧୯ ମସିହା ପାଇଁ ଜଣେ ଶ୍ରେଷ୍ଠ ପ୍ରଶାସକ ଭାବେ ଚୟନ କରାଯାଇଥିଲା ।
ସେ ସେଦିନ ଅନୁପସ୍ଥିତ ଥିବାରୁ ତାଙ୍କୁ ୧୬ ତାରିଖ ଦିନ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା ।ଶ୍ରୀ ସେଠୀ ଜଗତ୍‍ସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦାସ୍ଥିତ ଡୋଭାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।୧୯୮୮ରୁ ଓଡ଼ିଶା ସୂଚନା ସେବାରେ ଯୋଗଦାନ କରି ଜଣେ ନିଷ୍ଠାପର ଅଧିକାରୀ ଭାବେ ଆଜିଯାଏ କାର୍ଯ୍ୟ
ସମ୍ପାଦନ କରୁଛନ୍ତି । ଜଣେ ପ୍ରଶାସକ ଭାବରେ ତାଙ୍କର ଯେତିକି ଦକ୍ଷତା ରହିଛି ସେମିତି ବି ଓଡ଼ିଆ ସାହିତ୍ୟରେନିଜର କଲମ ଚାଳନା କରି ‘ସକାଳ ମଧ୍ୟାହ୍ନ ଓ ଅପରାହ୍ଣ’ ଓ ‘ଶୂନ୍ୟମୋହ’ ଦୁଇଟି କବିତା ସଂକଳନ ସହ ‘ମାଟିରମାନଚିତ୍ର’ ଏକ ସାମାଜିକ ଉପନ୍ୟାସ ପ୍ରକାଶ କରି ଆମ ସାହିତ୍ୟର ବାଣୀ ଭଣ୍ଡାରକୁ ସେ ସମୃଦ୍ଧ କରିଛନ୍ତି ।ନିଜର କର୍ତ୍ତବ୍ୟପରାୟଣତା ଓ ନିଷ୍ଠା ପାଇଁ ନିଜ ବିଦ୍ୟାଳୟ ବୋରିକିନା ଏମ୍‍.ଇ. ସ୍କୁଲର ସୁବର୍ଣ୍ଣ ଜୟନ୍ତୀରେ
ସ୍ୱତନ୍ତ୍ର ପୁରସ୍କାର, ସମ୍ବାଦକେଶରୀ ସମ୍ମାନ, ରାଜୀବ ଗାନ୍ଧୀ ପୁରସ୍କାର, ଚଲାପଥ ସମ୍ମାନ, ସନ୍ଧାନ ସମ୍ମାନ, ଆଶା
ପ୍ରଦୀପ ସମ୍ମାନ, ନିଯୁକ୍ତି ଖବର ସମ୍ମାନ ଓ କ୍ୟାପିଟାଲ ପୋଷ୍ଟର ଆଦି ଅନେକ ସମ୍ମାନ ସେ ଲାଭ କରିଛନ୍ତି ।

Leave a Reply

Your email address will not be published. Required fields are marked *