ଗୀତିନାଟ୍ୟ ସଂଗୀତ ଉତ୍ସବ

ଗୀତିନାଟ୍ୟ ସଂଗୀତ ଉତ୍ସବ

ଭୁବନେଶ୍ୱର:ଓଡ଼ିଆ ସଂସ୍କୃତିର ଏକ ସମୁଜ୍ଜ୍ୱଳ ସମ୍ଭାର ଓ ଗୋରବମୟ ବିଭବ ହେଉଛି, “ଗୀତିନାଟ୍ୟ ପରମ୍ପରା” । ବୈଷ୍ଣବ ପାଣିଙ୍କ ଦ୍ୱାରା ଅୟମାରମ୍ଭ ହୋଇଥିବା ଏହି ମହାନ ଓ ଅନନ୍ୟ ସାଂସ୍କୃତିକ ବିଭବର ସଂରକ୍ଷଣ ଓ ପ୍ରଚାର ପାଇଁ ଓଡ଼ିଶାର ପ୍ରଥମ ଓ ଏକମାତ୍ର ଅନୁଷ୍ଠାନ, ସଂଭାବନା ପକ୍ଷରୁ ଷଷ୍ଠ ବର୍ଷ ପାଇଁ ଗୀତିନାଟ୍ୟର ଏହି ରୋଚକ ସଂଗୀତକୁ ନେଇ ଅନୁଷ୍ଠିତ ହେଉଛି, “ଗୀତିନାଟ୍ୟ ସଂଗୀତ ଉତ୍ସବ” ।
ଆସନ୍ତା କାଲି ଡିସେମ୍ବର ୧୬ ତାରିଖ ସଂଧ୍ୟାରେ ଭୁବନେଶ୍ୱରର ଜୟଦେବ ଭବନଠାରେ ଆରମ୍ଭ ହେଉଥିବା ଏହି ଉତ୍ସବରେ କିଛି ସୁନିର୍ବାଚିତ ଗୀତିନାଟ୍ୟ ଯଥା ନପାହୁ ରାତି ନମରୁ ପତି,ଜନ୍ମାଷ୍ଟମୀ ଓ ମହିଷା ମର୍ଦ୍ଦିନୀର ଅତ୍ୟନ୍ତ ଆକର୍ଷଣୀୟ ଓ ରୋଚକ ସଂଗୀତ ସହ ସଂଲଗ୍ନ ସଂଳାପକୁ ସଂଭାବନା ମର ତଥା ଓଡିଶାର ପ୍ରତିଷ୍ଠିତ ସଂଗୀତ ଶିଳ୍ପୀ ଓ ସଂଳାପକାରମାନେ ପରିବେଷଣ କରିବେ । ଶିଳ୍ପୀ ନିମାକାନ୍ତ ରାଉତରାୟ,ହରପ୍ରିୟା ସ୍ୱାଇଁ,ଛନ୍ଦା ମିଶ୍ର,ସିଦ୍ଧାନ୍ତ ଶତପଥିୠତିକ ରିମ୍ଝିମ୍,ପୁଣ୍ୟତା ଦାଶ,ଅର୍ଣ୍ଣବ ପଣ୍ଡା ଆଦି ସଂଗୀତାଂଶରେ ସ୍ୱର ଦେବା ବେଳେ,ବେତାର ଶିଳ୍ପୀ ଛବିରାଣୀ ସେଠୀ ଓ ଭଜହରି ମହାନ୍ତି ଆଦି ସଂଳାପରେ ଭାଗ ନେବେ ।ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀଙ୍କ ସହ ଅନ୍ୟ ଅତିଥିମାନେ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *