ପଦ୍ୟ ,ସଙ୍ଗୀତ, ନୃତ୍ୟ ତଥା ଆଳାପର ପର୍ବ ଅଲୌକିକ କଳିଙ୍ଗର ଚତୁର୍ଥ ସଂସ୍କରଣ

ପଦ୍ୟ ,ସଙ୍ଗୀତ, ନୃତ୍ୟ ତଥା ଆଳାପର ପର୍ବ ଅଲୌକିକ କଳିଙ୍ଗର ଚତୁର୍ଥ ସଂସ୍କରଣ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଫେବୃୟାରି ୮ ଓ ୯ ଦୁଇଦିନ ଧରି ଅନୁଷ୍ଠିତ ହେବ । ମୁଖ୍ୟାଂଶଅଲୌକିକ କଳିଙ୍ଗ ମହୋତ୍ସବ ହେଉଛି ଆଧ୍ୟାତ୍ମବାଦ, ଗଳ୍ପକଥନ ,ପୁରାଣ, ସଙ୍ଗୀତ,
ଶାସ୍ତ୍ରୀୟ ତଥା ଲୋକନୃତ୍ୟ ଏବଂ ଆଧ୍ୟାତ୍ମିକ ସାହିତ୍ୟକୁ ନେଇ ଅନୁଷ୍ଠିତ ହେଉଥିବା ବିଶ୍ୱର ସବୁଠୁ ବଡ ପର୍ବ
ଏହି ଅବସରରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପ୍ରସିଦ୍ଧ ବ୍ୟକ୍ତିତ୍ୱଗଣ ଯଥା ଅମିଶ ତ୍ରିପାଠୀ, ପୁରୁଷୋତ୍ତମ ଅଗ୍ରୱାଲ, କୈଳାଶ ଖେର, ଶୁଭା ମୁଦଗଲ, ଅରୁନ୍ଧତୀ ସୁବ୍ରମଣ୍ୟନ, ମୁରାଲାଲା ମାରୱାଡା, ସ୍ମିତା ବେଲୁର, ସଞ୍ଜୁକ୍ତା ୱାଘ, ମାଧବ ରକ ବ୍ୟାଣ୍ଡ ପ୍ରମୁଖ ଯୋଗ ଦେବେ । ଚଳିତ ଥର ଦୁଇ ଜଣ ସାହିତ୍ୟିକ ପ୍ରତିଭାକୁ ଏକ ଲକ୍ଷ ଟଙ୍କା ଲେଖାଏଁ ମୂଲ୍ୟର ଅଲୌକିକ କଳିଙ୍ଗ ପୁରସ୍କାର ପ୍ରଦାନ କରାଯିବ । ଅଲୌକିକ କଳିଙ୍ଗ ୨୦୨୦ ସଂସ୍କରଣର ବିଷୟବସ୍ତୁ ହେଉଛି “ ଦୈବିକ ପ୍ରଗଳଭତା  ପ୍ରଜ୍ଞାନ, ଉଲ୍ଲାସ ଓ ରୂପାନ୍ତରଣ
ଭୁବନେଶ୍ୱର : ପଦ୍ୟ ,ସଙ୍ଗୀତ, ନୃତ୍ୟ ତଥା ଆଳାପର ପର୍ବ ଅଲୌକିକ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣ ହୋଟେଲ ସ୍ୱସ୍ତି ପ୍ରିମିୟମ, ଭୁବନେଶ୍ୱରରେ ଫେବୃୟାରି ୮ ଓ ୯ ତାରିଖରେ
ଅନୁଷ୍ଠିତ ହେବ । ଏହାର ୨୦୨୦ ସଂସ୍କରଣର ବିଷୟବସ୍ତୁ ହେଉଛି “ ଦୈବିକ ପ୍ରଗଳଭତା : ପ୍ରଜ୍ଞାନ, ଉଲ୍ଲାସ ଓ ରୂପାନ୍ତରଣ “ । ଅଳ୍ପ କିଛି ସମୟର ବିରତି ପରେ ସ୍ମାର୍ଟ ସିଟି, ସ୍ପୋର୍ଟ୍ସ ସିଟି, ସଂସ୍କୃତି ତଥା ଆଧ୍ୟାତ୍ମିକତାର ସହର ମନ୍ଦିରମାଳିନୀ ଭୁବନେଶ୍ୱରକୁ ପୁଣି ଏକବାର ଆସୁଛି ଅଲୌକିକ କଳିଙ୍ଗ ମହୋତ୍ସବ । ଦୁଇଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ଦେଶ ବିଦେଶରେ ଖ୍ୟାତିଲାଭ କରିଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲେଖକ, କବି ତଥା କଳାକାରମାନଙ୍କର ସମାଗମ ହେବ । ଏହି ଅବସରରେ ଆସୁଥିବା ପ୍ରମୁଖ ଅତିଥି ବକ୍ତାଗଣ ହେଲେ ଅମିଶ ତ୍ରିପାଠୀ, ପୁରୁଷୋତ୍ତମ ଅଗ୍ରୱାଲ, କୈଳାଶ ଖେର, ଶୁଭା ମୁଦଗଲ, ଅରୁନ୍ଧତୀ ସୁବ୍ରମଣ୍ୟନ, ମୁରାଲାଲା ମାରୱାଡା, ସ୍ମିତା ବେଲୁର, ସଞ୍ଜୁକ୍ତା ୱାଘ, ମାଧବ ରକ୍ ବ୍ୟାଣ୍ଡ ପ୍ରମୁଖ ।
ସଫଳ ତଥା ପ୍ରେରଣାଦାୟୀ ଲେଖକ, କବି ଓ କଳାକାରମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଅଲୌକିକ କଳିଙ୍ଗ ସାହିତ୍ୟ ପୁରସ୍କାର ୨୦୧୭ ମସିହାରେ ସ୍ଥାପିତ ହୋଇଥିଲା । ଚଳିତ ଥର
ଠାରୁ ଦୁଇଜଣ ବରେଣ୍ୟ ସ୍ରଷ୍ଟାଙ୍କୁ ଏକ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ପୁରସ୍କାର, ମାନପତ୍ର ଓ ଉପଢୌକନ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପୁରସ୍କାର- ‘ଅଲୌକିକ କଳିଙ୍ଗ ସାହିତ୍ୟ ପୁରସ୍କାର –ଓଡିଆ’ ସେହି ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ ଯିଏ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିରେ ଉଚ୍ଚକୋଟୀର କୃତି ସୃଷ୍ଟି କରିଥିବେ । ସେହିପରି ଅଲୌକିକ କଳିଙ୍ଗ ସାହିତ୍ୟ ପୁରସ୍କାର –ଭାରତୀୟ ତଥା ବିଶ୍ୱ ସାହିତ୍ୟ ସେହି
ବ୍ୟକ୍ତିଙ୍କୁ ପ୍ରଦାନ କରାହେବ ଯିଏ ଅନ୍ୟାନ୍ୟ ଭାରତୀୟ ଭାଷା ତଥା ବିଶ୍ୱଭାଷାରେ ଅନନ୍ୟ କୃତି ସବୁ ରଚନା କରିଥିବେ । ଏହି ପୁରସ୍କାର ପାଇଁ ଏକ ଆନ୍ତର୍ଜାତୀୟ ଜୁରୀ କମିଟିର ଗଠନ ହୋଇଛି ଯିଏ ଏହିସବୁ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ବିବେଚନା କରିବେ । ସାହିତ୍ୟିକ ସ୍ରଷ୍ଟାମାନଙ୍କର ତାଙ୍କ ଭାଷା ଓ ଶୈଳୀ ପ୍ରତି ଅବଦାନ ତଥା ସେମାନଙ୍କର କୃତିର ପ୍ରାସଙ୍ଗିକତା ଓ ସମକାଳୀନତା ଆଧାରରେ ଏହି ପୁରସ୍କାର ପ୍ରଦନା କରାହେବ ।
ଏହି ଅବସରରେ ଅଲୌକିକ କଳିଙ୍ଗ ମହୋତ୍ସବର ପ୍ରତିଷ୍ଠାତା ରଶ୍ମି ରଞ୍ଜନ ପରିଡା ଇତିହାସ, ଆଧ୍ୟାତ୍ମବାଦ, ସଙ୍ଗୀତ, ନୃତ୍ୟ ତଥା ଆଧ୍ୟାତ୍ମିକ ସାହିତ୍ୟ ପ୍ରଭୃତି ବିଷୟରେ
ସୃଷ୍ଟି ହେଉଥିବା ରଚନା ଉପରେ ଆଲୋକପାତ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି ।ବିଗତ ତିନିଟି ସଂସ୍କରଣକୁ ଭାରତ ତଥା ବିଦେଶର ଦର୍ଶକମାନେ ମନଖୋଲା
ସମର୍ଥନ ଦେଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ ।
ଏହି ପର୍ବର ତାରିଖ ଘୋଷଣା କରି ଶ୍ରୀ ପରିଡା କହିଥିଲେ ଦୁଇଦିନବ୍ୟାପୀ ହେବାକୁ ଥିବା ଅଲୌକିକ କଳିଙ୍ଗ ଉତ୍ସବ କବି, ସନ୍ଥ, ଉଦବୁଦ୍ଧ ତଥା ଦାର୍ଶନିକଙ୍କ ଚେତନା ତଥା
ସେମାନଙ୍କ କୃତିର ପଦ୍ୟାତ୍ମକ ତଥା ସୃଜନାତ୍ମକ ଦିଗକୁ ଅନ୍ୱେଷଣ କରିଥାଏ ଓ ସମ୍ମାନିତ କରିଥାଏ । ସମସ୍ତ ସନ୍ଥ ତଥା ଦାର୍ଶନିକ ଓ କବିଙ୍କ ରଚନା ସର୍ବସମେତ ଭାବକୁ ଦର୍ଶାଇ ଥାଏ ଓ
ପ୍ରତ୍ଯେକ ବର୍ଷ ଅକୌକିକ କଳିଙ୍ଗ ମହୋତ୍ସବ ଏହି ଦର୍ଶନକୁ ଆଖି ଆଗରେ ରଖି କବିତା , ସଙ୍ଗୀତ ତଥା ନୃତ୍ୟରେ ରୁଚି ରଖୁଥିବା ଦର୍ଶକଙ୍କୁ ସଙ୍ଗୀତ, ସାହିତ୍ୟ, କଳା, କବିତାର ଏକ ଅନନ୍ୟ ଅନୁଭୂତି ପ୍ରଦାନ କରିବାକୁ ଚେଷ୍ଟା କରିଥାଏ । ଏହି ମହୋତ୍ସବ ଦେଶର ଅନନ୍ୟତାକୁ ସମ୍ମାନିତ କରିଥାଏ । “ଚଳିତ ଥର ହେବାକୁ ଥିବା ଏହି ମହୋତ୍ସବରେ ଅଦ୍ୱିତୀୟ ଗାୟିକା ଶୁଭା ମୁଦଗଲ ଭକ୍ତିକୁ ନେଇ ତାଙ୍କର ମତ ସହିତ ଜଣେ ସମକାଳୀନ ମହିଳା ସଙ୍ଗୀତଜ୍ଞ ତଥା ଅନ୍ୱେଷୀ ହିସାବରେ ତାଙ୍କର
ଅନୁଭୂତି ବଖାଣିବେ । ସେହିପରି କବୀର ରଚନାରେ ରୁଚି ରଖୁଥିବା ସ୍ମିତା ବେଲୁର ଆଧ୍ୟାତ୍ମିକ କବିମାନେ କିଭଳି ତାଙ୍କ ଜୀବନର ଗତିପଥ ବଦଳିବାରେ ସାହାଯ୍ୟ ହୋଇଥିଲେ
ସେ ବିଷୟରେ ବର୍ଣ୍ଣନା କରିବେ । ପୌରାଣିକ କାହାଣୀକୁ ଆଧାର କରି ଉପନ୍ୟାସ ଲେଖୁଥିବା ଅମିଶ ତ୍ରିପାଠୀ ପ୍ରଭୁ ରାମଙ୍କ ବ୍ୟକ୍ତିତ୍ୱ ବିଷୟରେ ବାଲ୍ମୀକି ରାମାୟଣର
ରଚନାରୁ ଉଦ୍ଧୃତ କରି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଖ୍ୟାତ ଓଡିଶୀ ନୃତ୍ୟ ଶିଳ୍ପୀ ଶର୍ମୀଲା ବିଶ୍ୱାସ ନୃତ୍ୟରେ କିପରି ଭକ୍ତି ପ୍ରତିପାଦିତ ହୁଏ ସେ ବିଷୟରେ କହିବାର ଓ ନୃତ୍ୟ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ କାହାଣୀ ଶୁଣାଳି ଦାନିଶ ହୁସେନ, ଭକ୍ତି ଓ ସୁଫି ପରମ୍ପରାରେ ଥିବା ସମ୍ମିଳିତ ସାମଞ୍ଜସ୍ୟକୁ ଅଭିନୟ
ମାଧ୍ୟମରେ ଦର୍ଶାଇବେ । ଏହି ମହୋତ୍ସବରେ ଭାରତୀୟ ଉପମହାଦେଶର ଜ୍ଞାନୀ ଓ ଗୁଣୀ ସନ୍ଥ ତଥା ଆଧ୍ୟାତ୍ମିକ
ବ୍ୟକ୍ତିତ୍ୱଙ୍କ ଅନେକ ଚମତ୍କାର କୃତିକୁ ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ପାରମିତା ଶତପଥି, ସଚିଦାନନ୍ଦ ମହାନ୍ତି, କେଦାର ମିଶ୍ର ତଥା ବିଷ୍ଣୁ ନାରାୟଣ ମହାପାତ୍ରଙ୍କ ପରି ବିଦ୍ୱାନ
ତଥା ଅନୁବାଦକମାନେ ବିଶ୍ଳେଷଣ କରିବେ । ପ୍ରତ୍ୟେକ ବର୍ଷ ଅଲୌକିକ କଳିଙ୍ଗ ମହୋତ୍ସବ ଭାରତୀୟ ସାହିତ୍ୟ, ପୁସ୍ତକ ତଥା
ବିଷୟବସ୍ତୁକୁ ନେଇ ଅନେକ ଗୁଡିଏ ସଭାର ଆୟୋଜନ କରିଥାଏ । ଚଳିତ ବର୍ଷ ଦୈବିକ ପ୍ରଗଳଭତା ଫଳରେ ପ୍ରଜ୍ଞାନ, ଉଲ୍ଲାସ ଓ ରୂପାନ୍ତରଣ କିପରି ଆସେ ସେ ବିଷୟରେ ଆପଣମାନେ ଶୁଣିବେ ଓ ଦେଖିବେ ।

Leave a Reply

Your email address will not be published. Required fields are marked *