ଜୈବ-ଭାରତ ୨୦୧୯ ସମ୍ମିଳନୀର ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ

ଜୈବ-ଭାରତ ୨୦୧୯ ସମ୍ମିଳନୀର ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ
ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ
ଜୈବ ଉର୍ଜା ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା – ଧର୍ମେନ୍ଦ୍ର ପ୍ରଧାନ

 ଜୈବ ଅର୍ଥନୀତିର ବିକାଶ ପାଇଁ ଭାରତ ପାଖରେ ଅପାର ସମ୍ଭାବନା ଅଛି
 ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜୈବ ଉର୍ଜା ଉପରେ ଭାରତ ସରକାର ଯଥେଷ୍ଟ
ଗୁରୁତ୍ୱ ଦେଉଛନ୍ତି
 ଜୈବ ଇନ୍ଧନ ଶିଳ୍ପକୁ ନୂଆ ମଡେଲ ଦେବାରେ ଭାରତର ଅଧିକ କ୍ଷମତା ରହିଛି
 କାର୍ବନ ଗ୍ୟାସ୍ ନିଗର୍ମନକୁ ହ୍ରାସ କରିବା ପାଇଁ ଜୈବ ଇନ୍ଧନ ଉପଯୁକ୍ତ ମାଧ୍ୟମ
 ଭାରତର ଜୈବ ଉର୍ଜା ନୀତି ଅନ୍ନଦାତା କୃଷକକୁ କରିବ ଉର୍ଜାଦାତା
ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୧ – ଭାରତକୁ ଗ୍ୟାସ  ଅର୍ଥନୀତି କରିବା ପାଇଁ ଆମେ
ଉଦ୍ୟମ ଜାରୀ ରଖିଥିବା ବେଳେ ଜୈବ ଉର୍ଜା ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି
ଗୁରୁବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ବିଶ୍ୱ ଜୈବ-ଭାରତ ୨୦୧୯ ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ
ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଉର୍ଜାର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଜୈବ ଉର୍ଜା
ଉପରେ ଭାରତ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ଦେଶର ନୂଆ ଜୈବ ଉର୍ଜା ନୀତି ଦେଶର ଅନ୍ନଦାତା
କୃଷକଙ୍କୁ ଉର୍ଜାଦାତା କରିବା ପାଇଁ ବିଧିବଦ୍ଧ ଯୋଜନା କ୍ରିୟାନ୍ୱିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜୈବ ଅର୍ଥନୀତିର ବିକାଶ ପାଇଁ ଭାରତ ପାଖରେ ଅପାର ସମ୍ଭାବନା ଅଛି ।
ଟେକ୍ନୋଲୋଜି ଏବଂ ଦେଶର ଭୌଗଳିକ ସ୍ଥିତି ଏହି କ୍ଷେତ୍ରକୁ ବିକାଶିତ କରିବା ପାଇଁ ଯଥେଷ୍ଟ ସମ୍ଭାବନା
ରଖିଛି । ନୂଆ ଯନ୍ତ୍ରପାତି ସାହାଯ୍ୟରେ ବର୍ଜ୍ୟ ବାୟୋମାସକୁ ରୂପାନ୍ତରିତ କରି ଜୈବଇନ୍ଧନ ବାହାର କରିବା
ଦିଗରେ ଆମେ କାମ କରୁଅଛୁ ।
ସେ କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରାଳୟ ୩୦୦ କୋଟିର ଷ୍ଟାର୍ଟ-ଅପ୍ ଫଣ୍ଡ ପ୍ରତିଷ୍ଠା କରିଛି । ୨୦୨୪
ସୁଦ୍ଧା ୧୦୦ ବିଲିୟନ ଡଲାର ଜୈବ ଅର୍ଥନୀତି ବନାଇବାରେ ଯେଉଁ ଲକ୍ଷ୍ୟ ରହିଛି ତାହା ଭାରତ ପାଇଁ କମ

Leave a Reply

Your email address will not be published. Required fields are marked *