କେନ୍ଦ୍ରୀୟ ଉକ୍ରଳ ସମ୍ମିଳନୀର ୭ମ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ

କେନ୍ଦ୍ରୀୟ ଉକ୍ରଳ ସମ୍ମିଳନୀର ୭ମ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର ତା୨୩ା୧୨ା୧୯ – ଭୁବନେଶ୍ୱର ଅଶୋକନଗର ସ୍ଥିତ ଭି.ଏ.-୯/୧ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ସଭାପତି ଶ୍ରୀ ପ୍ରସନ୍ନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ୭ମ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି  । ଉକ୍ରଳର ଅନ୍ୟତମ ବରପୁତ୍ର ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା  । ଉକ୍ରଳ ସମ୍ମିଳନୀ କେନ୍ଦ୍ରୀୟ ଉପସଭାପତି ଶ୍ରୀ ବିଚିତ୍ରା ନନ୍ଦ ସାହୁ, କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ଡ଼. ବାସୁଦେବ ଦାସ ପ୍ରମୁଖ ମାତୃବନ୍ଦନ “ବନ୍ଦେ ଉକ୍ରଳ ଜନନୀ” ଗାନ କରିଥିଲେ  । ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପରେ ସାଧାରଣ ସଂପାଦକ ଡ଼ାକ୍ତର ରବି ରଞ୍ଜନ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ  । ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ଆବଶ୍ୟକୀୟ ସଂଶୋଧନ ପରେ ବିବରଣୀ ଦୃଢ଼ୀକରଣ କରାଯାଇଥିଲା  । ଏଥି ସଂଲଗ୍ନ ଆଜିର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରାଯାଇ ନିଷ୍ପିମାନ ଗୃହୀତ ହେଲା  । କେନ୍ଦ୍ରୀୟ ସହ-ସଂପାଦକ ଶ୍ରୀ ନିକୁଞ୍ଜ ରାଉତରାଏ ବିଭିନ୍ନ ପ୍ରସ୍ତାବ ପାଠ କରିଥିଲେ  । କେନ୍ଦ୍ରୀୟ ଉପ-ସଭାପତି ଡ଼. ସୁରେନ୍ଦ୍ର କୁମାର ମିଶ୍ର, ପ୍ରଫେସର ନନ୍ଦ କିଶୋର ପରିଡ଼ା ଏବଂ ଆଡ଼ଭୋକେଟ୍ ବିଚିତ୍ର କୁମାର ବଡ଼ଜେନା ଗୃହୀତ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଦାୟିତ୍ୱ ବହନ କରିଥିଲେ  । ଭୁବନେଶ୍ୱର ଶାଖା ସଭାପତି ଶ୍ରୀ ବିଭୂତି ମିଶ୍ର, କେନ୍ଦ୍ରାପଡ଼ା ଜିଲ୍ଲା ସଂପାଦକ ଡ଼. ବାସୁଦେବ ଦାସ, ଶ୍ରୀ ବିପିନ୍ ବିହାରୀ ବାରିକ୍, ଡ଼. ରବିନ୍ଦ୍ର ନାରାୟଣ ବେହେରା, ସୁଶ୍ରୀ ବାସନ୍ତୀ ତ୍ରିପାଠୀ ପ୍ରମୁଖ କର୍ମର୍କମାନେ ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ଦାୟିତ୍ୱ ବହନ କରିଥିଲେ  । କୋଷାଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସିଂ ଆର୍ଥିକ ପରିଚାଳନା ସଂପର୍କରେ ଲିଖିତ ପ୍ରସ୍ତାବ ପ୍ରଦାନ କରିଥିଲେ  । ଭୁବନେଶ୍ୱର ଶାଖା ସଂପାଦକ ରାଜେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave a Reply

Your email address will not be published. Required fields are marked *