ସଂଭାବନାର ଗାନ୍ଧୀଗାଥା ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ଉତ୍ସବ

ସଂଭାବନାର ଗାନ୍ଧୀଗାଥା ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ଉତ୍ସବ

ଭୁବନେଶ୍ୱର :ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ବାର୍ଷିକୀ ସମଗ୍ର ପୃଥିବୀ ପାଳୁଛି । ଜାତୀୟ ମୁକ୍ତି ଅନ୍ଦୋଳନ ଓ ଜାତୀୟ ସଂହତି ପାଇଁ ଗାନ୍ଧିଜୀଙ୍କର ବଳିଦାନ ଓ ସଂଗ୍ରାମ ଅତୁଳନୀୟ । ଗାନ୍ଧିଜୀଙ୍କର ୧୫୦ ତମ ଜୟନ୍ତୀ ପରିପ୍ରେକ୍ଷୀରେ ସଂଭାବନା ଅଗଷ୍ଟ ୯ ତାରିଖରୁ ଗାନ୍ଧିଜୀ ଓ ଦେଶପ୍ରେମ ଆଧାରିତ ସଂଗୀତରୁ ଆରମ୍ଭ କରିଥିବା “ଗାନ୍ଧୀଗାଥା ଉତ୍ସବ”ର ଅନ୍ତିମ ସୋପାନରେ ଗାନ୍ଧିଜୀଙ୍କୁ ନେଇ ଏକ ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହେଉଛି ।

ଏହି ଉତ୍ସବ ଆସନ୍ତା କାଲି ଡିସେମ୍ବର ୧୨ ତାରିଖ ସଂଧ୍ୟା ୬ଘଟିକା ୩୦ମିନିଟ ସମୟରେ ହୋଟେଲ କେଶରୀ ଠାରେ ଅନୁଷ୍ଠିତ ହେବ । ଗାନ୍ଧୀ ପୁସ୍ତକର ରଚୟିତା ତଥା ଗାନ୍ଧୀ ବିଦ୍ୱାନ ଦାଶ ବେନହୁରଙ୍କ ସମେତ ଏହି ସଂଖ୍ୟାରେ ନିଜର ଆଲେଖ୍ୟ ପ୍ରକାଶିତ ହିଇଥିବା ବହୁ ଲେଖକ ଯୋଗ ଦେବେ

Leave a Reply

Your email address will not be published. Required fields are marked *