ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିଥିବା ଏସ୍‌ପ୍ଲାନେଡ୍‌ କର୍ତ୍ତୃପକ୍ଷ ।

ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିଥିବା ଏସ୍‌ପ୍ଲାନେଡ୍‌ କର୍ତ୍ତୃପକ୍ଷ ।

 

ଭୁବନେଶ୍ୱର: ଏସ୍‌ପ୍ଲାନେଡ୍‌ ମଲର ଗୁଣ୍ଡାରାଜ୍‌ । ଖବର ପ୍ରସାରଣ କରୁଥାବା ସାମ୍ବାଦିକାଙ୍କୁ ମାଡ଼ । କ୍ୟାମେରା ଭାଙ୍ଗିଦେବାକୁ ବି ଧମକ ଦେଲେ । ବେଆଇନ୍‌ ପାର୍କିଂ ଫି ଆଦାୟ କରୁଥିବା ଏସ୍‌ପ୍ଲାନେଡ୍‌ ମଲରେ ଖବର ପ୍ରସାରଣ ବେଳେ ରକ୍ତ ମୁଖା ହେଲେ ଏସ୍‌ପ୍ଲାନେଡ୍‌ କର୍ମଚାରୀ । ଖବର ସଂଗ୍ରହ କରୁଥିବା ବେଳେ ଅର୍ଗସର ନିର୍ଭୀକ ମହିଳା ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିଥିଲେ ଏସ୍‌ପ୍ଲାନେଡ୍‌ କର୍ତ୍ତୃପକ୍ଷ । ଆଉ କହିଥିଲେ ପାର୍କିଂ ଫି ଆଦାୟ ହେଳେ ତମେ କହିବାକୁ କିଏ ? ଏସ୍‌ପ୍ଲାନେଡ୍‌ ମଲ୍‌ର ଜଣେ ଉଚ୍ଚପଦସ୍ଥ ମହିଳା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମହିଳା ସାମ୍ବାଦିକା ସ୍ୱାତୀଙ୍କୁ ଧମକ ଦେଇଥିଲେ । ଆଉ ଖବର ପ୍ରସାରଣ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ଆଉ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ ।

ଉଚ୍ଚପଦସ୍ଥ ମହିଳା ଅଧିକାରୀ ଜଣକ ଘଟଣାସ୍ଥଳରେ ପହଞ୍ଚିବା ପରେ ମହିଳା ସାମ୍ବାଦିକଙ୍କୁ ଅଧିକ ଆକ୍ରମଣ କରାଯାଇଛି । କ୍ୟାମେରା ଭାଙ୍ଗିବାକୁ ମଧ୍ୟ ଧମକ ଦିଆଯାଇଛି । ଅର୍ଗସ ଟିମ୍‌କୁ ଗୋଇଠା ମାରି, ବନ୍ଦୀ ରଖିଥିଲେ ।

ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏସ୍‌ପ୍ଲାନେଡ୍‌ ମଲ୍‌ କର୍ମଚାରୀମାନେ ପ୍ରଥମେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ କରିଛନ୍ତି । ମହିଳା ସମ୍ବାଦିକ ଜଣକ ପ୍ରଥମେ ନିର୍ଭୀକ ଭାବେ ବେଆଇନ୍‌ ପାର୍କିଂ ସମ୍ବନ୍ଧୀୟ ଖବର ପ୍ରସାରଣ କରିଥିଲେ । ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରାଯାଇଛି ।

Leave a Reply

Your email address will not be published. Required fields are marked *