ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ

ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର
ମୁଖ୍ୟ ପୃଷ୍ଠପୋଷକ ମନୋନୀତ

ଭୁବନେଶ୍ୱର, : କିଟ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ଫେଡେରେସନ୍‍ର
ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହୋଇଛନ୍ତି । ଗୁରୁବାର କିଟ୍‍ ପରିସରରେ ଅନୁଷ୍ଠିତ ୬୮ତମ ବରିଷ୍ଠ ଜାତୀୟ ଭଲିବଲ୍‍
(ପୁରୁଷ ଓ ମହଳି ।) ଚାମ୍ପିଅନ୍‍ସପି ୨୦୧୯ର ଉଦ୍‍ଯାପନୀ ଉତ୍ସବରେ ଯୋଗଦେଇ ଫେଡେରେସନ୍‍ର ମହାସଚିବ ରାମଅବତାରସିଂହ ଝାକର ଘୋଷଣା କରିଛନ୍ତି । ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ନେବା ପରେ ଏଥିପାଇଁଶ୍ରୀ ସାମନ୍ତଙ୍କୁ ଅନୁରୋଧ କରିଥିଲେ । ଏଥିରେ ଶ୍ରୀ ସାମନ୍ତଙ୍କ ସମ୍ମତି ପରେ ତାଙ୍କୁ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକଘୋଷଣା କରାଯାଇଛି । କ୍ରୀଡ଼ା କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ଓ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନକୁଦୃଷ୍ଟିରେ ରଖି ଫେଡେରେସନ୍‍ ତାଙ୍କୁ ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ କରିଛନ୍ତି । ଶ୍ରୀ ସାମନ୍ତଙ୍କ ପୃଷ୍ଠପୋଷକତାରେଭାରତୀୟ ଭଲିବଲ୍‍ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ନୂତନ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ଶ୍ରୀ ଝାକର କହିଥିଲେ ।
ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ବିକାଶ ନିମନ୍ତେ ଫେଡେରେସନ୍‍ ପକ୍ଷରୁ ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯିବ
ସେସବୁ ପାଇଁ ଶ୍ରୀ ସାମନ୍ତଙ୍କ ପରାମର୍ଶ ଗ୍ରହଣ କରାଯିବ । ଏହା ବ୍ୟତୀତ ଭଲିବଲ୍‍ର ବିକାଶ ନିମନ୍ତେ ଶ୍ରୀ ସାମନ୍ତ ଯେଉଁ ସବୁ
ପରାମର୍ଶ ଦେବେ ତାହାକୁ ଫେଡେରେସନ୍‍ ପକ୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଝାକର କହିଥିଲେ । ଏଥିରେ ଖୁସି ବ୍ୟକ୍ତ
କରି ଶ୍ରୀ ସାମନ୍ତ କହିଲେ, ତାଙ୍କୁ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ କରାଯାଇଥିବାରୁଭଲିବଲ୍‍ ଫେଡେରେସନ୍‍କୁ ଧନ୍ୟବାଦ ଦେବା ସହ ଭାରତୀୟ ଦଳ ଅଲିମ୍ପିକ୍‍ରେ କିଭଳି ସଫଳତା ହାସଲ କରିବ ସେ ଦିଗରେ ଚେଷ୍ଟା କରିବେ ।

Leave a Reply

Your email address will not be published. Required fields are marked *