ସମାଜରେ ସମସ୍ତ ବର୍ଗର ଲୋକଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ

ସମାଜରେ ସମସ୍ତ ବର୍ଗର ଲୋକଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ

ଭୁବନେଶ୍ୱର : ଆଜି ସ୍ଥାନୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡ଼ିଜ୍ ଆନୁକୁଲ୍ୟରେ “ସାମାଜିକ ଅର୍ନ୍ତଭୁକ୍ତ ଓ ଅଗ୍ରଗାମୀ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଯୋଗଦେଇ ଜଳ ସହାୟତାର ପୂର୍ବତନ ଆଂଚଳିକ ପରିଚାଳିକା ତଥା ଏନ.ଏ.ଡ଼ବ୍ଲୁ.ଓ ର ସଦସ୍ୟା ବିଶାଖା ଭଞ୍ଜ କହିଥିଲେ ଯେ ସମାଜରେ ସମସ୍ତ ବର୍ଗର ଲୋକଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ ରହିଛି । ସରକାରଙ୍କ ଅନେକ ଯୋଜନା ତଥା, ସ୍ୱଂୟ ସ୍ୱହାୟକ ଗୋଷ୍ଠି ମାଧ୍ୟମରେ ମହିଳା ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇଛି । ଏହାଦ୍ୱାରା ମହିଳା ମାନଙ୍କୁ ଅର୍ଥନୈତିକ ସୁଦୃଢୀକରଣ କାଯାଉଛି । ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ଉପାନ୍ତ ଅଂଚଳରେ ଲୋକମାନଙ୍କ ମଧ୍ୟରେ ଏବେ ବି ଲିଙ୍ଗଗତ, ଜାତିଗତ, ଭାଷାଗତ, ଧର୍ମଗତ ଆଦି ପ୍ରତ୍ୟେକ କ୍ଷେତ୍ରରେ ଭେଦଭାବ ଦେଖାଯାଉଛି । ଏହାର ଉଦାହରଣ ହେଉଛି ଏସ.ଡ଼ି.ଜି ରେ ହୋଇଥିବା ୧୭ଟି ଲକ୍ଷ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି ଏବଂ ଏହା ଅବଧି ୨୦୧୫ ରୁ ୨୦୩୦ ପର୍ଯ୍ୟନ୍ତ ରହିଛି । ଯାହାଦ୍ୱାରା ଅର୍ଥନୀତି ବ୍ୟବସ୍ଥାରେ ଅଗ୍ରଣୀ ଅଣିବାରେ ଲକ୍ଷ ରଖାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ସ୍ଥିତ ଆମ୍ବେଦକର ଲୋହିଆ ବିଚାରମଂଚର ରାଜ୍ୟ ସଭାପତି ସଂଗ୍ରାମ ମଲ୍ଲିକ ସ୍ୱାଧିନତାର ୭୦ ବର୍ଷ ପରେ ଆଜି ମଧ୍ୟ ଭାରତବର୍ଷରେ ଲିଙ୍ଗଗତ, ଜାତିଗତ, ଭାଷାଗତ, ଧର୍ମଗତର ପାର୍ଥକ୍ୟ ଦେଖାଯାଉଛି ବୋଲି କହିଥିଲେ । ସମ୍ବିଧାନରେ ସମାନତା ନ୍ୟାୟ ପାଇଁ ନିର୍ଦ୍ଧିଷ୍ଠ ଧାରା ରହିଥିଲେ ମଧ୍ୟ ଏହା କାର୍ଯ୍ୟକାରି ହୋଇପାରୁନାହିଁ । ଏପରି କି ଜୀବନ୍ତ ଅବସ୍ଥାରେ ଜାତିପ୍ରଥା ଭେଦଭାବ ରହିଥିବା ବେଳେ ମୃତ ପରେ ମଧ୍ୟ ଏହା ରହିିଛି ବୋଲି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ସମାଜର ମଙ୍ଗଳ ତଥା ବିକାଶ ପାଇଁ ଅଧିକାଂଶ ମହିଳା ରାଜନୀତିରେ ତଥା ବିଭିନ୍ନ ସଭା ସମିତିରେ ପ୍ରତ୍ୟେକ୍ଷ ଅଂଶ ଗ୍ରହଣ କରି ସେମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ସେ ଛାତ୍ରଛାତ୍ରୀ ମାନଙ୍କୁ ଅହ୍ୱାନ କରିଥିଲେ । ଏହାର ଉଦାହରଣ ଦେବାକୁ ଯାଇ ସେ ବାବା ସାହେବ ଆମ୍ବେଦକରଙ୍କ ଉକ୍ତି “ସମାଜର ପ୍ରତ୍ୟେକ କ୍ଷେତ୍ରର ଉନ୍ନତିର ଚାବିକାଠି ହେଉଛି ରାଜନୀତି ଅଂଶ ଗ୍ରହଣ” ଉଲ୍ଲେଖ କରିଥିଲେ ।
ଏହି ଆଲୋଚନାଚକ୍ରରେ ସମାଜସେବା ବିଭାଗର ମୁଖ୍ୟ ଡ଼ଃ. ଗାୟତ୍ରୀ ପଟ୍ଟନାୟକ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ବେଳେ ବରିଷ୍ଠ ଅଧ୍ୟାପକ ରଘୁନାଥ ମଣ୍ଡଳ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ମନୋରଞ୍ଜନ ପଣ୍ଡା, ଅଧ୍ୟାପିକା ସୁଚିସ୍ମିତା ମିଶ୍ର, ଦେବାଶିଷ ନାୟକ, ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *