ସାଲିଆସାହି ଉଛେଦ ଅଭିଯାନ ପ୍ରତିବାଦରେ ସାଲିଆସାହି ଆଞ୍ଚଳିକ କମିଟି ନେତୃତ୍ୱରେ ଚାଲିଥିବା ପ୍ରତିରୋଧ

ସାଲିଆସାହି ଉଛେଦ ଅଭିଯାନ ପ୍ରତିବାଦରେ ସାଲିଆସାହି ଆଞ୍ଚଳିକ କମିଟି ନେତୃତ୍ୱରେ ଚାଲିଥିବା ପ୍ରତିରୋଧ

ଭୁବନେଶ୍ୱର: ସାଲିଆସାହି ଉଛେଦ ଅଭିଯାନ ପ୍ରତିବାଦରେ ସାଲିଆସାହି ଆଞ୍ଚଳିକ କମିଟି ନେତୃତ୍ୱରେ ଚାଲିଥିବା ପ୍ରତିରୋଧ ଆନ୍ଦୋଳନକୁ କୋଲକତା ବସ୍ତି ଆନ୍ଦୋଳନର ନେତା ତଥା ଏଆଇକେକୀ ଏସ ର ଜାତୀୟ ସାଧାରଣ ସମ୍ପାଦକ କମ୍ରେଡ଼ ପ୍ରଦୀପ ସିଂ ଠାକୁର ପହଂଚି ସଂହତି ଜଣାଇବା ସହିତ ବସ୍ତିବାସିନ୍ଦାଙ୍କ ଏହି ଆନ୍ଦୋଳନକୁ ପୁର୍ଣ୍ଣ ସମର୍ଥନ ଘୋଷଣା କରିଥିଲେ। ଆଜି ଅପରାହ୍ନ 4 ଘଟିକା ସମୟରେ ସାଲିଆସାହି ଆଞ୍ଚଳିକ କମିଟିର ନେତା ଜୟଦେବ ନାୟକଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀପୁର ସାନ୍ତାଳବସ୍ତି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବକ୍ତବ୍ୟ ରଖି ଆଦିବାସୀ ଭାରତ ମହାସଭାର ରାଜ୍ୟ ସଂଯୋଜକ ଟୁନା ମଲ୍ଲିକ ଏବଂ କୋରାପୁଟର ସଂଗ୍ରାମୀ ନେତା ଆଡଭୋକେଟ ବିବେକ ରଞ୍ଜନ ବସ୍ତିବାସିନ୍ଦାଙ୍କ ଆନ୍ଦୋଳନକୁ ସମର୍ଥନ ଘୋଷଣା କରିଥିଲେ। ସାଥି ଫୁଲରାଣୀ ପାତ୍ର ଧନ୍ୟବାଦ ଦେଇଥିଲେ। ଏହି ସଭାରେ ଆଞ୍ଚଳିକ କମିଟିର ନେତା ଶିବରାମ, ଅନାଦି ପାତ୍ର, ବିନ ସ୍ୱାଇଁ, ଅଞ୍ଜନ ନାଥ, ମନୋହର ମୁର୍ମୁ, ମାଳତୀ ହେମ୍ବ୍ରମ, ସତ୍ୟପ୍ରିୟ ଲେଙ୍କା ଆଦି ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *