ସାଲିଆ ସାହି ବସ୍ତି ଉଚ୍ଛେଦ ବିରୁଦ୍ଧରେ ୨୨ରେ ବିଧାନସଭା ଘେରାଉକୁ କିନ୍ନରମାନଙ୍କ ସମର୍ଥନ

ସାଲିଆ ସାହି ବସ୍ତି ଉଚ୍ଛେଦ ବିରୁଦ୍ଧରେ ୨୨ରେ
ବିଧାନସଭା ଘେରାଉକୁ କିନ୍ନରମାନଙ୍କ ସମର୍ଥନ
ଭୁବନେଶ୍ୱର, ୨୧.୧୧: ରାଜ୍ୟ ସରକାର ସାଲିଆ ସାହିକୁ ଭାଗ ଭାଗ କରି ବିକିବା ପାଇଁ କରିଥିବାଭିତ୍ତିିରି ଯେଜାନାକୁ କେବେହେଲେ ସଫଳ କରିବାକୁ ଦିଆଯିବ ନାହିଁ ବୋଲି କିନ୍ନର ସୁରକ୍ଷାର ସଭାପତିମେନକା କିନ୍ନର ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ କହିଛନ୍ତି । ମେନକା ଆହୁରି ମଧ୍ୟ କହିଛନ୍ତି ଯେ, ସାଲିଆସାହିରେ ବସବାସ କରୁଥିବା ଲୋକମାନେ ହେଉଛନ୍ତି ଦିନ ମଜୁରୀଆ, ଖଟିଖିଆ, ରିକ୍ସା ·ଲକ, ଟ୍ରଲି·ଳକ, ବାବୁଘରେ କାମ କରିବା, ଲେବର, ମସ୍ତ୍ରୀ ଭଳି କାମ କରି ଦୀର୍ଘ ୫୦ବର୍ଷରୁ ଉଦ୍ଧ୍ୱର୍ ହେବ ସେମାନେସେମାନଙ୍କର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ବଡ଼ ଦୁଃଖର ବିଷୟ ରାଜ୍ୟ ସରକାର ରାସ୍ତା ନେବା ବାହାନାରେବସ୍ତିଗୁଡ଼ିକୁ ଭାଗ ଭାଗ କରି ଉଚ୍ଛେଦ କରିବା ଯୋଜନାକୁ ବନ୍ଦ କରିବା, ମାନ୍ୟବର ବିଧାୟକ ଓ ପୂର୍ବତନ
କର୍ପୋରେଟର ବସ୍ତିଗୁଡ଼ିକରେ ପଶି ଧମକ ଚମକକୁ ଯଦି ବନ୍ଦ ନ କରନ୍ତି ତେବେ ବାଧ୍ୟ ହୋଇ ଶହ ଶହକିନ୍ନର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦୋବ ସହ ଆସନ୍ତା ୨୨ ତାରିଖରେ ହେବାକୁଥିବା ସାଲିଆ ସାହି ଆଞ୍ଚଳିକ କମିଟି ତରଫରୁ ବିଧାନସଭା ଘେରାଉକୁ କିନ୍ନରମାନେ ସମର୍ଥନ କରିବା ସହିତଉକ୍ତ ଘେରାଉରେ ଯୋଗଦାନ କରିବେ ବୋଲି ମେନକା କିନ୍ନର, ବବି କିନ୍ନର, ସୋନମ କିନ୍ନର, ରାଧାକିନ୍ନର, ଲକି କିନ୍ନର, ସୋନାଲି କିନ୍ନର, ପାୟଲ କନ୍ନର ପ୍ରମୁଖ ଗଣମାଧ୍ୟମକୁ ଜଣାଇଛନ୍ତି

Leave a Reply

Your email address will not be published. Required fields are marked *