ଭୁବନେଶ୍ୱର ଉତ୍ତର ବିଧାୟକ ଙ୍କ ପ୍ରତିଶୃତି, ବିନା ଥଇଥାନ ରେ ସାଲିଆସାହି ବସ୍ତି ଭଙ୍ଗା ଯିବ ନାହିଁ।

ଭୁବନେଶ୍ୱର ଉତ୍ତର ବିଧାୟକ ଙ୍କ ପ୍ରତିଶୃତି, ବିନା ଥଇଥାନ ରେ ସାଲିଆସାହି ବସ୍ତି ଭଙ୍ଗା ଯିବ ନାହିଁ।

ଭୁବେନେଶ୍ୱର:ଭୁବନେଶ୍ୱର ଉତ୍ତର ବିଧାୟକ ଙ୍କ ପ୍ରତିଶୃତି, ବିନା ଥଇଥାନ ରେ ସାଲିଆସାହି ବସ୍ତି ଭଙ୍ଗା ଯିବ ନାହିଁ। କୌଣସି ପରିସ୍ଥିତିରେ ସାଲିଆସାହି ବସ୍ତି ଭାଙ୍ଗିବାକୁ ଦିଆଯିବ ନାହିଁ 2 ନଭେମ୍ବରରୁ ସାଲିଆସାହି ଉଛେଦ ଅଭିଯାନ ଆରମ୍ଭ ହୋଇଛି। 2ତାରିଖ, 4ତାରିଖ ଓ 7 ତାରିଖରେ ଭଙ୍ଗାଳୀ ଦଳ ଉଦ୍ୟମ କରିଥିଲେ ଲକ୍ଷ୍ମୀପୁର ସାନ୍ତାଳବସ୍ତି ପଟରୁ ଦୁଇ ଶହ ଫୁଟ ରାସ୍ତା ପାଇଁ ବସ୍ତିଭଙ୍ଗା ଅଭିଯାନ ଆରମ୍ଭ ହୋଇଛି। କୌଣସି ନୋଟିସ ଦିଆଯାଇନାହିଁ କି କୌଣସି ପୂର୍ବ ସୂଚନା ଦିଆଯାଇନଥିଲା। ଅଚାନକ ମାଇକ ପ୍ରଚାର କରି ବସ୍ତି ଭଙ୍ଗା ଉଦ୍ୟମ କରିଥିଲେ। ଲୋକଙ୍କ ମିଳିତ ପ୍ରତିରୋଧ ଯୋଗୁଁ ଭଙ୍ଗାଳୀ ଦଳ ଫେରିଛନ୍ତି। ସାଲିଆସାହି ବସ୍ତିବାସିନ୍ଦା ଡାକରା ଦେଇଛନ୍ତି 22 ନଭେମ୍ବର ବିଧାନସଭା ଅଭିଯାନ। ପ୍ରଥମ ପର୍ଯ୍ୟାୟରେ ଲୋକ ପ୍ରତିନିଧିମାନେ ପ୍ରତିରୋଧକାରୀ ବସ୍ତିବାସିନ୍ଦାଙ୍କୁ ସମର୍ଥନ ଘୋଷଣା କରିଥିଲେ। କିନ୍ତୁ ଆମ ଭୋଟରେ ଜିଣିଥିବା ଚାରିଜଣ କର୍ପୋରେଟର ଓ ମାନ୍ୟବର ବିଧାୟକ ମହୋଦୟ ସମଗ୍ର ସାଲିଆସାହି ଗତ ଦୁଇ ଦିନ ଧରି ବୁଲି ମାଇକ ଧରି ବସ୍ତି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ସାଲିଆସାହି ଆଞ୍ଚଳିକ କମିଟି ତାର ପ୍ରେସ ବିଂଜ୍ଞପ୍ତି ଜାରି କରିଛି। ପ୍ରଥମ କରି କୌଣସି ବିଧାୟକ ଆମ ସାଲିଆସାହି ସାରା ବୁଲି ଆମକୁ ଏତେ ସମୟ ଦେଉଛନ୍ତି।
କିନ୍ତୁ ଏହି ସମୟରେ କାହିଁକି? ଏହା ପୂର୍ବରୁ କେବେ ମଧ୍ୟ ସେ ଏତେ ସମୟ କାହିଁକି ଦେଇ ନାହାନ୍ତି? ସେ ଯଦି ଆମ ପାଇଁ ଏତିକି ସମୟ ଦେଇଥାନ୍ତେ ଆମର ବହୁ ଉନ୍ନତି ହୋଇଥାନ୍ତା। ଆମର ଉନ୍ନତି କାହିଁକି ହୋଇନାହିଁ। ଆମେ ଅଦ୍ୟାବଧି କାହିଁକି ଏଭଳି ଅବସ୍ଥାରେ ଅଛନ୍ତି।
ନବୀନ ବାବୁ ଚାଉଳ ଦେଉଛନ୍ତି। ଆଉ ସାଲିଆସାହି ଆଞ୍ଚଳିକ କମିଟି ଚାଉଳ ମାଗୁଛି। ଏହି ଅଭିଯୋଗ ଆଣିଛନ୍ତି ବିଧାୟକ ମହୋଦୟ।
ସତକଥା ସାଲିଆସାହିରେ ସବୁ ପରିବାର ଠାରୁ ଅଧକିଲୋ ଚାଉଳ ଏବଂ 10 ଟଙ୍କା ଆଦାୟ କରୁଛନ୍ତି, ପ୍ରତ୍ୟେକ ବସ୍ତି କମିଟି ସାଲିଆସାହି ଆଞ୍ଚଳିକ କମିଟି ଡ଼ାକରାରେ।
ଅଧକିଲୋ ଚାଉଳ ଗତ 2 ନଭେମ୍ବର ଠାରୁ ବଳପୂର୍ବକ ସାଲିଆସାହି ଭଙ୍ଗା ଅଭିଯାନ ବିରୁଦ୍ଧରେ ଚାଲିଥିବା ପ୍ରତିରୋଧ ଧାରଣାସ୍ଥଳୀରେ ରୋଷେଇ ପାଇଁ। ନିୟମିତ ଲୋକେ ଏକାଠି ହେଉଛନ୍ତି। ଖାଉଛନ୍ତି। ବହୁ ପରିବାର ଦିନରାତି ଜଗି ରହିଛନ୍ତି। ସେମାନଙ୍କ ପାଇଁ ଅଧକିଲୋ ଚାଉଳ ସଂଗ୍ରହ ଚାଲିଛି।10 ଟଙ୍କା 22 ନଭେମ୍ବର ବିଧାନସଭା ଅଭିଯାନ ସଫଳ କରିବାକୁ। ବିଧାନସଭା ଅଭିଯାନ ପାଇଁ ପୋଷ୍ଟର, ପ୍ରଚାର ପତ୍ର, ମାଇକ, ବ୍ୟାନର, ପରିମିଶନ ଆଦି ଅନେକ ଖର୍ଚ୍ଚ ତୁଲେଇବାକୁ। ସାଲିଆସାହି ସବୁ ବାସିନ୍ଦା ବିଧାନସଭା ଯିବେ ନିଜ ଦାବି ଜଣେଇବାକୁ। ନିଜ ଅଧିକାର ମାଗିବାକୁ। ନିଜ ସପକ୍ଷରେ ଥିବା ଆଇନକୁ ସରକାର କାହିଁକି କାର୍ଯ୍ୟକାରୀ କରୁନାହାନ୍ତି ପଚାରିବାକୁ। ବସ୍ତି ଆଇନର ନିୟମ କାହିଁକି ପ୍ରଣୟନ କରୁନାହାନ୍ତି। ଆମ ସପକ୍ଷରେ ଥିବା ହାଇକୋର୍ଟ ରାୟକୁ ସରକାର କାର୍ଯ୍ୟକାରୀ ନକରି ଗତ 2 ନଭେମ୍ବରରେ ବସ୍ତି ଭାଙ୍ଗିବାକୁ ମାଇକ ପ୍ରଚାର କାହିଁକି କଲେ?4 ନଭେମ୍ବରରେ ଭଙ୍ଗାଳୀ ଦଳ ବସ୍ତିରେ ପଶି ଲାଇନ କାଟିଲେ କାହିଁକି?
7 ନଭେମ୍ବରରେ ପୋଲିସ ସହ ଭଙ୍ଗାଳୀ ଦଳ ବସ୍ତିରେ ପଶିଲେ କାହିଁକି?ବ୍ୟାପକ ବସ୍ତିବାସିନ୍ଦା ଏକତା ହୋଇ ପ୍ରତିରୋଧ କରି ନଥିଲେ ବର୍ତ୍ତମାନ ଅବସ୍ଥା କଣ ହୋଇଥାନ୍ତା।
ଆମେ ଏକଥା ଆଦୌ କହୁ ନାହୁଁ ବିଧାୟକ ଏବଂ ଲୋକ ପ୍ରତିନିଧିଙ୍କ ଙ୍କ ସହ ଆଲୋଚନା ପୂର୍ବରୁ ସେମାନେ ବସ୍ତି ଭାଙ୍ଗିବାକୁ ଆସିବେ ? ବିଧାୟକଙ୍କ ଉକ୍ତି ଅନୁସାରେ ବସ୍ତି ଭାଙ୍ଗିବା ପୂର୍ବରୁ ସରକାର ସେମାନଙ୍କ ସହ ନିଶ୍ଚୟ ଆଲୋଚନା କରିବେ। ଆମର ସେହି ପ୍ରଶ୍ନ ବର୍ତ୍ତମାନ ବସ୍ତି ଭାଙ୍ଗିବାକୁ ସରକାର ଯେଉଁ ଉଦ୍ୟମ କଲେ ଆପଣ ମାନଙ୍କୁ ପଚାରିଛନ୍ତି ନା ନାହିଁ?
ଆମର ପ୍ରଶ୍ନ, ବସ୍ତିଭଙ୍ଗା କାହିଁକି ହେବ। ବିଜୁ ବାବୁ କହିଥିଲେ, ସାଲିଆସାହି ବସ୍ତି ଯେଉଁ ଜମିରେ ଅଛି ସେହି ଜମି ଉପରେ ରହିବ। ନବୀନ ସରକାର ଅମଳରେ ସାଲିଆସାହିକୁ ଟେନେବୁଲ ବସ୍ତି ଘୋଷଣା କରିଛନ୍ତି। ତେବେ ପୁଣି ବସ୍ତି କାହିଁକି ଭଙ୍ଗାହେବ। କାହିଁକି ଆମ ବସ୍ତି ଭାଙ୍ଗିବାକୁ 2 ନଭେମ୍ବରରୁ ଉଦ୍ୟମ ଚାଲିଛି।
ବିଧାୟକ ନିଜେ ଗଣ ମାଧ୍ୟମରେ ବକ୍ତବ୍ୟ ଦେଇଛନ୍ତି, ଟ୍ରାନଜିଟ ହାଉସ (8 ଫୁଟରେ 8ଫୁଟ ଟିଣ ଘର, ଗୋଷ୍ଠୀ ପାଇଖାନା) ଦେଇ ଘର ଭାଙ୍ଗିବେ। ତା ପୂର୍ବରୁ ଉଚିତ ନୁହେଁ। ସାଲିଆସାହି ବସ୍ତିବାସିନ୍ଦା ଏହାର ବିରୋଧ କରି ଆମର ଦାବି 20 ଫୁଟରେ 30 ଫୁଟ ଜମି ଦାବି ଜଣେଇବାକୁ ବିଧାନସଭା ଯିବେ। ଏଥିରେ ଭୁଲ କେଉଁଠି?ସାଲିଆସାହି ବସ୍ତିବାସିନ୍ଦାଙ୍କ ଦାବି ଯଥାର୍ଥ, ନାର୍ଯ୍ୟ, ନ୍ୟାୟପୁର୍ଣ୍ଣ।

 

ବିଧାୟକ ପ୍ରଥମେ ଜବାବ ଦିଅନ୍ତୁ, ବିନା ନୋଟିସରେ, ପୂର୍ବରୁ କୌଣସି ଆଲୋଚନା ନକରି କାହିଁକି ଘର ଭାଙ୍ଗିବାକୁ ପ୍ରଚାର କଲେ ଓ 3ଥର ଉଦ୍ୟମ କଲେଣି।
ଗତ 20ବର୍ଷ ହେଲା ସାଲିଆସାହି ବାସିନ୍ଦା ସରକାରୀ ଦଳକୁ ଭୋଟ ଦେଇଛନ୍ତି। ତା ବଦଳରେ ସରକାର ସେମାନଙ୍କ ପାଇଁ କରିଛନ୍ତି କଣ? ଟଙ୍କିଖିଆ ଚାଉଳ କଣ ରାଜ୍ୟ ସରକାର ଦେଉଛନ୍ତି। ଏହା ଆମ ଖାଦ୍ୟ ଅଧିକାର। ଆମକୁ କେବଳ ଚାଉଳ ନୁହେଁ, ଡାଲି, ତେଲ, ଲୁଣ ମଧ୍ୟ ଏକ ଟଙ୍କାରେ ଦେବା ଆବଶ୍ୟକ। ଅନ୍ୟ ରାଜ୍ୟମାନେ ଆହୁରି ଅନେକ କିଛି ଲୋକଙ୍କୁ ଦେଉଛନ୍ତି। ଆମ ଦେଉଥିବା କର ଟଙ୍କାରୁ ଆମେ ଏହା ପାଇବା ଆମ ଅଧିକାର। ଆମକୁ ଚାଉଳ ଦେଇ ନବୀନ ବାବୁ ବା ତାଙ୍କ ସରକାରର ଜଣେ ବିଧାୟକ ଗୋଟିଏ ଏକର ଜମି ବିକିଛନ୍ତି କି ?
ବାକି, ଆମେ କାମ ସବୁବେଳେ କରୁଛୁ। କାମ ମଧ୍ୟ ମିଳୁନାହିଁ। ଅଧାକିଲୋ ଚାଉଳ ଦେଇ, 10 ଟଙ୍କା ଦେଇ, ଗୋଟିଏ ଦିନ କାମ ବନ୍ଦ କରି ଆମେ କଣ ବିଧାନସଭା ଯାଇ ପାରିବା ନାହିଁ?
ନିଷ୍ପତ୍ତି ଆପଣଙ୍କର? ବୋଲି କହିଛନ୍ଥି।

Leave a Reply

Your email address will not be published. Required fields are marked *