ସୈନିକ ସ୍କୁଲ ଭୁବନେଶ୍ୱରର ପୁରାତନ ଛାତ୍ର ସଂସଦର ବାର୍ଷିକ ବନ୍ଧୁମିଳନ ଉତ୍ସବ ଡିସେମ୍ବର ୨୨ରେ

ସୈନିକ ସ୍କୁଲ ଭୁବନେଶ୍ୱରର ପୁରାତନ ଛାତ୍ର ସଂସଦର
ବାର୍ଷିକ ବନ୍ଧୁମିଳନ ଉତ୍ସବ ଡିସେମ୍ବର ୨୨ରେ

ସୈନିକ ସ୍କୁଲ ଭୁବନେଶ୍ୱରର ୪୯ତମ ବାର୍ଷିକ ବନ୍ଧୁମିଳନ ଡିସେମ୍ବର ୨୨ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଉକ୍ତ ଉତ୍ସବରେ ସ୍କୁଲର ଉନ୍ନତି ନିମନ୍ତେ ବିଭିନ୍ନ କାର୍ଯ୍ୟସୂଚୀ ଗ୍ରହଣ ନିମନ୍ତେ ପୁରାତନ ଛାତ୍ରମାନେ ଆଲୋଚନା କରିବେ । ଏହି ମାନଙ୍କ ମଧ୍ୟରେ ଭାରତୀୟ ପ୍ରତୀରକ୍ଷା ବାହିନୀ, ଭାରତୀୟ ପ୍ରଶାସନିକ ସେବା, ଡାକ୍ତର ଭାବେ, ବହୁ ରାଷ୍ଟ୍ରୀୟ କଂପାନୀ, ପବ୍ଲିକ ସେକ୍ଟର କଂପାନି, ଭାରତ ଏବଂ ବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପୁରାତନ ଛାତ୍ର ଯୋଗଦାନ କରିବେ । ଇତ୍ୟବସରେ ଏକ ନିଶୁକ୍ଳ ସ୍ୱାସ୍ଥ୍ୟ ପରୀକ୍ଷଣ ଏବଂ ରକ୍ତଦାନ ଶିବିର, ଏକ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ଏଣୁ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ଅମିତାଭ ସ୍ୱାଇଁ ଓ ସେକ୍ରେଟାରୀ ଡାକ୍ତର ନିରଞ୍ଜନ ପାଢ଼ି ସମସ୍ତ ପୁରାତନ ଛାତ୍ରମାନଙ୍କୁ ବହୁ ସଂଖ୍ୟାରେ ଯୋଗଦାନ କରି ଉକ୍ତ ବନ୍ଧୁମିଳନ ଉତ୍ସବକୁ ସାଫଲ୍ୟମିତ କରିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *