ସୈନିକ ସ୍କୁଲ ଭୁବନେଶ୍ୱର ଓ ସମ୍ବଲପୁର ନିମନ୍ତେ ସର୍ବ ଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା–୨୦୨୦ଅନୁଷ୍ଠିତ

ସୈନିକ ସ୍କୁଲ ଭୁବନେଶ୍ୱର ଓ ସମ୍ବଲପୁର ନିମନ୍ତେ
ସର୍ବ ଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା–୨୦୨୦ଅନୁଷ୍ଠିତ

ଭୁବେନେଶ୍ୱର:ଜାନୁୟାରୀ ୫ ତାରିଖ ଦିନରେ ସୈନିକ ସ୍କୁଲ ଭୁବନେଶ୍ୱରର ଅଧ୍ୟକ୍ଷ ଗ୍ରୁପ୍ କ୍ୟାପେଟନ୍ ଏସ୍.ଡ଼ୋମିନିକ ରାୟନ ସମ୍ବାଦ ପତ୍ରକୁ ଜଣାଇଛନ୍ତି ଯେ ଭୁବନେଶ୍ୱର ଏବଂ ନୂଆ କରି ଆରମ୍ଭ ହେବାକୁ ଥିବା ସୈନିକ ସ୍କୁଲ ସମ୍ବଲପୁର ପାଇଁ ସର୍ବଭାରତୀୟ ସୈନିକସ୍କୁଲ ପ୍ରବେଶିକା ପରୀକ୍ଷା ଓଡ଼ିଶାର ଆଠଟି ସେରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ପ୍ରବେଶିକା ପରୀକ୍ଷାରେ ସୈନିକ ସ୍କୁଲ ଭୁବନେଶ୍ୱର ନିମନ୍ତେ ଷଷ୍ଠ ଶ୍ରେଣୀ ପାଇଁ ୧୪୨୦ ପରୀକ୍ଷାର୍ଥୀ ଓ ନବମ ଶ୍ରେଣୀ ପାଇଁ ୪୧୧ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ଏତଦ୍ ବ୍ୟତୀତ ନୂଆ କରି ଆରମ୍ଭ ହେବାକୁ ଥିବା ସୈନିକ ସ୍କୁଲ ସମ୍ବଲପୁର ନିମନ୍ତେ ୭୫୬ ଜଣ ପ୍ରାର୍ଥୀ ଆବେଦନ କରିଥିଲେ । ଏଠାରେ ସମସ୍ତ ଅଭିଭାବକ ମାନଙ୍କୁ ଜଣାଇ ଦିଆଯାଉଛି ଯେ ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ଏହାର ପରୀକ୍ଷା ଫଳ ପ୍ରକାଶିତ ହେବ ଏବଂ କୃତକାର୍ଯ୍ୟ ହୋଇଥିବା ଛାତ୍ରମାନଙ୍କୁ ଆସନ୍ତା ଫେବୃୟାରୀ ୨୦ ତାରିଖରୁ ମାର୍ଚ୍ଚ ୧୦ ତାରିଖ ମଧ୍ୟରେ ମେଡ଼ିକାଲ ତଥା ଶାରୀରିକ ପରୀକ୍ଷା ନିମନ୍ତେ ଉପସ୍ଥିତ ରହିବାକୁ ଜଣାଇ ଦିଆଯିବ । ପ୍ରବେଶିକା ପରୀକ୍ଷାର ଅନ୍ତିମ ପରିଣାମ ତାଲିକା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *